Posted inଖେଳ

ସ୍ପାନିଶ୍‌ ଲିଗ୍‌ ଟାଇଟଲ ଜିତିଲା ରିୟଲ ମାଡ୍ରିଡ୍‌

ମାଡ୍ରିଡ୍‌,୧୭।୭(ଏପି): ରିୟଲ ମାଡ୍ରିଡ୍‌ ଆଉଏକ ବଡ଼ ସଫଳତା ହାସଲ କରିଛି। ମାଡ୍ରିଡ୍‌ ଏଥର ଜଣାଶୁଣା ସ୍ପାନିଶ ଲିଗ୍‌ ଲା ଲିଗା ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମାଡ୍ରିଡ୍‌ ୨-୧ ଗୋଲରେ ଭିଲାରିୟଲକୁ ପରାସ୍ତ କରିଛି। ଫଳରେ ଆଉ ଗୋଟଏ ମ୍ୟାଚ୍‌ ବାକିଥାଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏଥିସହିତ ମାଡ୍ରିଡ୍‌ ତା’ର ୩୪ତମ ସ୍ପାନିଶ ଲଗ୍‌ ଟାଇଟଲ ଜିତିଛି। ତେବେ ଗତ ୩ ବର୍ଷ ମଧ୍ୟ ମାଡ୍ରିଡ୍‌ ପ୍ରଥମଥର ପାଇଁ ଏହି ଟାଇଟଲ ଜିତିଛି। ପୂର୍ବରୁ ଶେଷଥର ପାଇଁ ମାଡ୍ରିଡ୍‌ ୨୦୧୭ରେ ଏହି ଟାଇଟଲ ଜିତିଥିଲା। ସେହପରି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବାର୍ସିଲୋନା ଓସାଉସୁନାଠାରୁ ୨-୧ ଗୋଲରେ ପରାସ୍ତ ହୋଇଛି। ଫଳରେ ବାର୍ସିଲେନାର ଟାଇଟଲ ଆଶା ଧୂଳିସାତ୍‌ ହୋଇଛି। ଆଉ ଗୋଟିଏ ରାଉଣ୍ଡ ମ୍ୟାଚ୍‌ ବାକିଥିଲେ ମଧ୍ୟ ୭ ପଏଣ୍ଟ ବ୍ୟବଧାନରେ ମାଡ୍ରିଡ୍‌କୁ ବିଜୟ ମୁକୁଟ ମିଳିଛି।
ମାଡ୍ରିଡ୍‌ ଏପର୍ଯ୍ୟନ୍ତ ୩୭ଟି ମ୍ୟାଚ୍‌ ଖେଳି ୨୬ ବିଜୟ, ୮ ଡ୍ର ଓ ୩ ପରାଜୟ ସହ ୮୬ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଅନ୍ୟପଟେ ବାର୍ସିଲୋନା ୩୭ ମ୍ୟାଚ୍‌ ଖେଳି ୨୪ ବିଜୟ, ୭ ଡ୍ର ଓ ୬ ପରାଜୟ ସହ ୭୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଆଟଲେଟିକୋ ମାଡ୍ରିଡ୍‌ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୧୮ ବିଜୟ, ୧୫ ଡ୍ର ଓ ୪ ପରାଜୟ ସହ ୬୯ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ମାଡ୍ରିଡ୍‌ ତରଫରୁ କରିମ୍‌ ବେଞ୍ଜେମା ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ୨୯ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ୭୭ ମିନିଟ୍‌ରେ ପେନାଲ୍ଟି ଜରିଆରେ ସେ ଦ୍ୱିତୀୟ ଗୋଲ ପ୍ରଦାନ କରିଥିଲେ। ଅପରପକ୍ଷରେ ଭିଲରିୟଶ ତରଫରୁ ଭିସେଣ୍ଟ ଇବୋରା ଗୋଟିଏ ଗୋଲ ସ୍କୋର କରିଥିଲେ। ଏହି ସଫଳତା ପାଇଁ ମାଡ୍ରିଡ୍‌କୁ ବାର୍ସିଲୋନ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ମାଡ୍ରିଡ୍‌ର ଏହି ବିଜୟ କୋଚ୍‌ ତତା ପୂର୍ବତନ ଫ୍ରାନ୍ସ ଫୁଟବଲର ଜିନେଡିନ ଜିଡାନଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଚାମ୍ପୟନ୍ସ ଲିଗ୍‌ଠାରୁ ଏହି ବିଜୟ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସାରା ସେସନରେ ଖେଳଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଏହା ନଶ୍ଚିତ ଭାବେ ପ୍ରଶଂସନୀୟ ଓ ମାଡ୍ରିଡ୍‌ ବିଜୟର ହକ୍‌ଦାର। ଏହା ମୋ ପେସାଦାର ଜୀବନର ଶ୍ରେଷ୍ଠ ଦିବସ ବୋଲି ସେ କହିଛନ୍ତି। ପୂର୍ବରୁ ଜଣେ ଖେଳାଳି ଭାବେ ଜିଡାନ ଚାମ୍ପିୟନ୍ସ ଲିଗ୍‌ ଓ ବିଶ୍ୱକପ୍‌ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଦଳ ଛାଡି ଜୁଭେଣ୍ଟସ୍‌ରେ ଯୋଗ ଦେବା ପରେ ପ୍ରଥମଥର ପାଇଁ ମାଡ୍ରିଡ ଏହି ଟାଇଟଲ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri