ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ ଜଳଧାରାକୁ ନେଇ ଭଦ୍ରକର ଜନଜୀବନ ସଂଗଠିତ। ଏସବୁ ଭିତରେ ଭଦ୍ରକ ଜିଲା ବାସୁଦେବପୁର ଠାରୁ ଅନତିଦୂରରେ ବହିଯାଉଥିବା ମନ୍ତେଇ ନଈ ଆଜି ବିକାଶଠୁ ଦୂରରେ। ମନ୍ତେଇ ପାଖ ଚାରବାଟିଆ ଘାଟ, କୋଷ୍ଟ କେନାଲ ଆମକୁ ସଂଗ୍ରାମର କଥା ବି କହେ। କେବଳ ମୂକସାକ୍ଷୀ ହୋଇ ରହିଲେ କେବେ ବିକାଶ ହୋଇପାରେନି। ଏହି ଜିଲା ଏବେ ବିକାଶର ନକ୍ସା ଆଙ୍କୁଛି। ଏସବୁ ଭିତରେ କିଛି ବାସ୍ତବ ଜିନିଷ ହଜି ନ ଯାଉ। ଏହାକୁ ବଞ୍ଚେଇ ରଖିବା ଦାୟିତ୍ୱ ଆମର। ନଈପଠାର ମାଟି ଅନେକ ମାତ୍ରାରେ ଏ ଅଞ୍ଚଳରେ ଯାଇଥିବାରୁ ଚାଷର କଥା ସାରା ଓଡ଼ିଶାରେ ପହଞ୍ଚତ୍ପାରନ୍ତା। ମନ୍ତେଇ କୂଳ ଚାଷ ପାଇଁ ସମୃଦ୍ଧ ହୋଇପାରନ୍ତା। କିନ୍ତୁ ଆଖିଦୃଶିଆ ନ ହେଲେ କିଏ କାହାକୁ ବା ପଚାରିବ। ଭଲ ଭିତରୁ ଶ୍ରେଷ୍ଠ ହେଲେ ଲୋକ ଚିହ୍ନନ୍ତି, ନ ହେଲେ ଅନେକ ଭଲ ଭିତରେ ସେତକ ବି ଲୁଚିଯାଏ।
ଇତିହାସ କହେ ମନ୍ତେଇ କୂଳ ପାଖରେ ଚାରବାଟିଆ ଏକ ଐତିହାସିକ ଘାଟ। ମନ୍ତେଇ କୂଳର ଏ ଘାଟ ସେ ସମୟରେ ଚାଷ ବାସ ପାଇଁ ଜଳସେଚନର ସୁବିଧା ନିମନ୍ତେ ୨୨୧ କିମିର ସୁଦୀର୍ଘ କେନାଲ ଖନନ କରାଯାଇଥିଲା, ତା’ର ନାଁ କୋଷ୍ଟକେନାଲ ଭାବେ ପରିଚିତ ଥିଲା। ହୁଗୁଳି ନଦୀ ଯାଏ ବ୍ୟାପ୍ତ ଏହି ଦୀର୍ଘ କେନାଲ ଜଳସେଚନ ସହ ଅନ୍ୟାନ୍ୟ ଜିନିଷ ପରିବହନରେ ସାହାଯ୍ୟ କରୁଥିଲା। ଏମିତି ବି କୁହାଯାଏ ଏହି ନଈ ବହି ବହି ବ୍ରାହ୍ମଣୀ ଓ ବୈତରଣୀର ତ୍ରିକୋଣଭୂମି ଦେଇ ଭିତରକନିକାରେ ମିଶିଛି। ଯଦି ଜଳସେଚନ କଥା ସେ ସମୟରେ ଚିନ୍ତା କରି ଏହି କେନାଲ ଖୋଳାଯାଇଥିଲା, ବର୍ତ୍ତମାନ ସମୟରେ ଏହାକୁ ଆଉ ଟିକେ ଅଧିକ ସ୍ବୀକୃତି ମିଳିଲେ ଚାଷବାସଠୁ ଆରମ୍ଭ କରି ଚାଷୀକୁଳ ସଭିଏ ଉପକୃତ ହୋଇପାରନ୍ତେ।
କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ମନ୍ତେଇ କୂଳର ପାଣି ଆଉ ନଈ ପଠାର ମାଟିକୁ ବ୍ୟବହାର କରି ଆମେ ଚାଷବାସରେ ଆହୁରି ପାରଙ୍ଗମ ହୋଇପାରିବା। ତଥ୍ୟ ଅନୁସାରେ ୨୦୨୫ ସୁଦ୍ଧା ଭଦ୍ରକ ଜିଲାରେ ପଟୁ ମାଟିର ଆବଣ୍ଟନ ୮୩,୨୦୯ ହେକ୍ଟର ଥିବାବେଳେ ଲବଣ ମାଟି ୨୦,୨୦୦ ହେକ୍ଟର ଓ ବାଲିଆ ମାଟି ୧୯,୧୪୬ ହେକ୍ଟର । ଚାଷୀମାନେ ପ୍ରମୁଖ ଭାବରେ ଖରିଫ ଋତୁରେ ଧାନଚାଷ କରିବା ସହ ରବିରେ ମୁଗ, ବିରି, ସୋରିଷ, ସୂର୍ଯ୍ୟମୁଖୀ, ଚିନାବାଦାମ ପ୍ରମୁଖ ଚାଷ ବାସ କରାଯାଉଛି। ଓଡ଼ିଶାର ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି ବୋଲି ଦର୍ଶାଯାଇଛି। କୃଷି ଆମ ରାଜର ଆର୍ଥିକ ବିକାଶରେ ପ୍ରମୁଖ ଯାଗଦାନ ଦେଇଆସିଛି। ୨୦୨୪-୨୫ ଆର୍ଥତ୍କ ବର୍ଷରେ ସର୍ବମୋଟ ୧୫୦ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉପତ୍ାଦନ ହୋଇଛି। ରାଜ୍ୟର ଉପତ୍ାଦକ କ୍ଷମତା ମଧ୍ୟ ୧୬୫ ଶତକଡ଼ାରେ ପହଞ୍ଚତ୍ଛି। ଭାରତର ପ୍ରମୁଖ ଧାନ ଉପତ୍ାଦନକାରୀ ରାଜ୍ୟ ମଧ୍ୟରୁ ଓଡ଼ିଶା ୬ ଶତକଡ଼ା ଯୋଗଦାନ ମଧ୍ୟ କରୁଛି। ଆମ ହେତୁହେବା ଦିନରୁ ଧାନ ଆମର ମୁଖ୍ୟ ଫସଲ ବୋଲି ଆମେ ଶୁଣି ଆସିଛୁ। ଆମ ପ୍ରଦେଶରେ ୮ପ୍ରକାରର ମୃତ୍ତିକା ଅଛି। ତେବେ ଆମ ଚାଷୀମାନେ କେବଳ ଧାନକୁ ଆଧାର କରି ଜୀବିକା ନିର୍ବାହ କଲେ କେବେ ହେଲେ ସଫଳ ହୋଇପାରିବେ ନାହିଁ। ସାଳନ୍ଦୀରୁ ମନ୍ତେଇ ଯାଏ ଚାଷୀ ବିକାଶର କଥା କହିବା ଦରକାର। ଆମ ପାଖରେ ପର୍ଯ୍ୟାପ୍ତ ସମ୍ବଳ ଅଛି। ହେଲେ ଟିକେ ମନୋବଳର ଆବଶ୍ୟକତା ଅଛି। ପ୍ରୋତ୍ସାହନର ସୁବିଧା ସୁଯୋଗ କରାଗଲେ ଚାଷୀ ନିଶ୍ଚିତ ଉପକୃତ ହୋଇପାରିବ। ଏଦିଗରେ କିଛି ଆବଶ୍ୟକୀୟ ତଥ୍ୟ ଉଲ୍ଲେଖ କରାଯାଉଛି। ୧.ମନ୍ତେଇ କୂଳର ଚାରବାଟିଆ ଘାଟ ପୁନରୁଦ୍ଧାର ଦିଗରେ ସରକାର ଚିନ୍ତା କରିବା ସହ ଏହାକୁ ପ୍ରାଥମିକତାର ସହ ଦୃଷ୍ଟିକୁ ନେଇ ବିଚାର କରାଗଲେ ଏହି କେନାଲ ପାଣିକୁ ବ୍ୟାପକ ମାତ୍ରାରେ ଚାଷ କାର୍ଯ୍ୟରେ ଲଗାଯାଇପାରିବ। ରାଜ୍ୟ ପାଣ୍ଡୁଲିପିରେ ଏହା ସ୍ବତନ୍ତ୍ର ମାନ୍ୟତା ପାଉ। ଏହି କୂଳର ସୁରକ୍ଷା ବନ୍ଧ ଉପରେ ଯଥୋଚିତ ଧ୍ୟାନ ଦେବା ଜରୁରୀ। ୨. ଏକ ଦୀର୍ଘମିଆଦୀ ଜଳସେଚନ ପ୍ରକଳ୍ପକୁ ପାଇଲଟ ମୋଡ଼ରେ କାର୍ଯ୍ୟକାରୀ କରି କେବଳ ଧାନ ନୁହେଁ ଧାନ ସହ ଅଣଧାନ ଚାଷ ଦିଗରେ ଚାଷୀଙ୍କୁ ନିୟୋଜିତ କରାଯାଇପାରିବ। ଜିଲାରେ ଜୈବିକ ଚାଷର ପ୍ରସାର ଦିଗରେ କାର୍ଯ୍ୟ ଆରମ୍ଭ କରାଯିବା ସମୟ ଉପନୀତ। ୩.ଭଦ୍ରକ ଜିଲା ଯେହେତୁ ପର୍ଯ୍ୟଟନ ଦିଗରେ ଆଗୁଆ ତେଣୁ କୃଷିର ବିଭିନ୍ନ ଉପତ୍ାଦକୁ ମୂଲ୍ୟ ସଂଯୋଗ ପୂର୍ବକ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀରେ ବିକ୍ରୟ କରାଯାଇପାରିବ। ଏହାଦ୍ୱାରା ଅନେକ ଲୋକ ରୋଜଗାର ପାଇପାରନ୍ତେ। ସ୍ଥାନୀୟ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଏଥିରେ ଯୋଡ଼ାଯାଇପାରନ୍ତା। ୪.ଜିଲାର ଅନେକ ସ୍ଥାନରେ ମାଛ ଓ ଚିଙ୍ଗୁଡ଼ି ଚାଷ ପ୍ରଚୁର ପରିମାଣରେ କରାଯାଉଥିଲେ ହେଁ ଏହାର ବ୍ୟାପକ ରପ୍ତାନି ଉପରେ ନଜର ଦିଆଗଲେ ସ୍ଥାନୀୟ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରନ୍ତା। ୫. ଉପକୂଳିଆ ଅଞ୍ଚଳର ଅନେକ ଲୋକ ଏବେ ବି ଲୁଣା ଜଙ୍ଗଲ ବିଷୟରେ ଅଜ୍ଞ। ବନ୍ୟା ପ୍ରବଣ ଅଞ୍ଚଳରେ ଆଡ଼ିବନ୍ଧ ନିର୍ମାଣ ସହ ଲୁଣା ଜଙ୍ଗଲ ସୃଷ୍ଟି କରିବା ଦିଗରେ ଚାଷୀଙ୍କୁ ଯୋଡ଼ିବାକୁ ପ୍ରୟାସ ହେଉ। ୬.ଜିଲାର କୃଷି ବୈଜ୍ଞାନିକ ଓ ସମ୍ପ୍ରସାରଣ ଅଧିକାରୀଙ୍କର ବଳିଷ୍ଠ ଜ୍ଞାନ କାୈଶଳ ଚାଷୀଙ୍କ ନିକଟରେ ଅତ୍ଧକରୁ ଅଧିକ ପ୍ରତ୍ୟକ୍ଷ ଭାବେ ପହଞ୍ଚତ୍ପାରିଲେ ୨୦୩୬ ସୁଦ୍ଧା ଓଡ଼ିଶା ବିକାଶରେ ଏହି ଅଞ୍ଚଳର ଅନେକ ଅବଦାନ ରହିବ।

ଡ.ଶୁଭମ୍‌
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ :୯୪୩୮୪୬୭୦୭୯

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?