ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ ଜଳଧାରାକୁ ନେଇ ଭଦ୍ରକର ଜନଜୀବନ ସଂଗଠିତ। ଏସବୁ ଭିତରେ ଭଦ୍ରକ ଜିଲା ବାସୁଦେବପୁର ଠାରୁ ଅନତିଦୂରରେ ବହିଯାଉଥିବା ମନ୍ତେଇ ନଈ ଆଜି ବିକାଶଠୁ ଦୂରରେ। ମନ୍ତେଇ ପାଖ ଚାରବାଟିଆ ଘାଟ, କୋଷ୍ଟ କେନାଲ ଆମକୁ ସଂଗ୍ରାମର କଥା ବି କହେ। କେବଳ ମୂକସାକ୍ଷୀ ହୋଇ ରହିଲେ କେବେ ବିକାଶ ହୋଇପାରେନି। ଏହି ଜିଲା ଏବେ ବିକାଶର ନକ୍ସା ଆଙ୍କୁଛି। ଏସବୁ ଭିତରେ କିଛି ବାସ୍ତବ ଜିନିଷ ହଜି ନ ଯାଉ। ଏହାକୁ ବଞ୍ଚେଇ ରଖିବା ଦାୟିତ୍ୱ ଆମର। ନଈପଠାର ମାଟି ଅନେକ ମାତ୍ରାରେ ଏ ଅଞ୍ଚଳରେ ଯାଇଥିବାରୁ ଚାଷର କଥା ସାରା ଓଡ଼ିଶାରେ ପହଞ୍ଚତ୍ପାରନ୍ତା। ମନ୍ତେଇ କୂଳ ଚାଷ ପାଇଁ ସମୃଦ୍ଧ ହୋଇପାରନ୍ତା। କିନ୍ତୁ ଆଖିଦୃଶିଆ ନ ହେଲେ କିଏ କାହାକୁ ବା ପଚାରିବ। ଭଲ ଭିତରୁ ଶ୍ରେଷ୍ଠ ହେଲେ ଲୋକ ଚିହ୍ନନ୍ତି, ନ ହେଲେ ଅନେକ ଭଲ ଭିତରେ ସେତକ ବି ଲୁଚିଯାଏ।
ଇତିହାସ କହେ ମନ୍ତେଇ କୂଳ ପାଖରେ ଚାରବାଟିଆ ଏକ ଐତିହାସିକ ଘାଟ। ମନ୍ତେଇ କୂଳର ଏ ଘାଟ ସେ ସମୟରେ ଚାଷ ବାସ ପାଇଁ ଜଳସେଚନର ସୁବିଧା ନିମନ୍ତେ ୨୨୧ କିମିର ସୁଦୀର୍ଘ କେନାଲ ଖନନ କରାଯାଇଥିଲା, ତା’ର ନାଁ କୋଷ୍ଟକେନାଲ ଭାବେ ପରିଚିତ ଥିଲା। ହୁଗୁଳି ନଦୀ ଯାଏ ବ୍ୟାପ୍ତ ଏହି ଦୀର୍ଘ କେନାଲ ଜଳସେଚନ ସହ ଅନ୍ୟାନ୍ୟ ଜିନିଷ ପରିବହନରେ ସାହାଯ୍ୟ କରୁଥିଲା। ଏମିତି ବି କୁହାଯାଏ ଏହି ନଈ ବହି ବହି ବ୍ରାହ୍ମଣୀ ଓ ବୈତରଣୀର ତ୍ରିକୋଣଭୂମି ଦେଇ ଭିତରକନିକାରେ ମିଶିଛି। ଯଦି ଜଳସେଚନ କଥା ସେ ସମୟରେ ଚିନ୍ତା କରି ଏହି କେନାଲ ଖୋଳାଯାଇଥିଲା, ବର୍ତ୍ତମାନ ସମୟରେ ଏହାକୁ ଆଉ ଟିକେ ଅଧିକ ସ୍ବୀକୃତି ମିଳିଲେ ଚାଷବାସଠୁ ଆରମ୍ଭ କରି ଚାଷୀକୁଳ ସଭିଏ ଉପକୃତ ହୋଇପାରନ୍ତେ।
କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଓ ମନ୍ତେଇ କୂଳର ପାଣି ଆଉ ନଈ ପଠାର ମାଟିକୁ ବ୍ୟବହାର କରି ଆମେ ଚାଷବାସରେ ଆହୁରି ପାରଙ୍ଗମ ହୋଇପାରିବା। ତଥ୍ୟ ଅନୁସାରେ ୨୦୨୫ ସୁଦ୍ଧା ଭଦ୍ରକ ଜିଲାରେ ପଟୁ ମାଟିର ଆବଣ୍ଟନ ୮୩,୨୦୯ ହେକ୍ଟର ଥିବାବେଳେ ଲବଣ ମାଟି ୨୦,୨୦୦ ହେକ୍ଟର ଓ ବାଲିଆ ମାଟି ୧୯,୧୪୬ ହେକ୍ଟର । ଚାଷୀମାନେ ପ୍ରମୁଖ ଭାବରେ ଖରିଫ ଋତୁରେ ଧାନଚାଷ କରିବା ସହ ରବିରେ ମୁଗ, ବିରି, ସୋରିଷ, ସୂର୍ଯ୍ୟମୁଖୀ, ଚିନାବାଦାମ ପ୍ରମୁଖ ଚାଷ ବାସ କରାଯାଉଛି। ଓଡ଼ିଶାର ୨୦୨୫-୨୬ର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି ବୋଲି ଦର୍ଶାଯାଇଛି। କୃଷି ଆମ ରାଜର ଆର୍ଥିକ ବିକାଶରେ ପ୍ରମୁଖ ଯାଗଦାନ ଦେଇଆସିଛି। ୨୦୨୪-୨୫ ଆର୍ଥତ୍କ ବର୍ଷରେ ସର୍ବମୋଟ ୧୫୦ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉପତ୍ାଦନ ହୋଇଛି। ରାଜ୍ୟର ଉପତ୍ାଦକ କ୍ଷମତା ମଧ୍ୟ ୧୬୫ ଶତକଡ଼ାରେ ପହଞ୍ଚତ୍ଛି। ଭାରତର ପ୍ରମୁଖ ଧାନ ଉପତ୍ାଦନକାରୀ ରାଜ୍ୟ ମଧ୍ୟରୁ ଓଡ଼ିଶା ୬ ଶତକଡ଼ା ଯୋଗଦାନ ମଧ୍ୟ କରୁଛି। ଆମ ହେତୁହେବା ଦିନରୁ ଧାନ ଆମର ମୁଖ୍ୟ ଫସଲ ବୋଲି ଆମେ ଶୁଣି ଆସିଛୁ। ଆମ ପ୍ରଦେଶରେ ୮ପ୍ରକାରର ମୃତ୍ତିକା ଅଛି। ତେବେ ଆମ ଚାଷୀମାନେ କେବଳ ଧାନକୁ ଆଧାର କରି ଜୀବିକା ନିର୍ବାହ କଲେ କେବେ ହେଲେ ସଫଳ ହୋଇପାରିବେ ନାହିଁ। ସାଳନ୍ଦୀରୁ ମନ୍ତେଇ ଯାଏ ଚାଷୀ ବିକାଶର କଥା କହିବା ଦରକାର। ଆମ ପାଖରେ ପର୍ଯ୍ୟାପ୍ତ ସମ୍ବଳ ଅଛି। ହେଲେ ଟିକେ ମନୋବଳର ଆବଶ୍ୟକତା ଅଛି। ପ୍ରୋତ୍ସାହନର ସୁବିଧା ସୁଯୋଗ କରାଗଲେ ଚାଷୀ ନିଶ୍ଚିତ ଉପକୃତ ହୋଇପାରିବ। ଏଦିଗରେ କିଛି ଆବଶ୍ୟକୀୟ ତଥ୍ୟ ଉଲ୍ଲେଖ କରାଯାଉଛି। ୧.ମନ୍ତେଇ କୂଳର ଚାରବାଟିଆ ଘାଟ ପୁନରୁଦ୍ଧାର ଦିଗରେ ସରକାର ଚିନ୍ତା କରିବା ସହ ଏହାକୁ ପ୍ରାଥମିକତାର ସହ ଦୃଷ୍ଟିକୁ ନେଇ ବିଚାର କରାଗଲେ ଏହି କେନାଲ ପାଣିକୁ ବ୍ୟାପକ ମାତ୍ରାରେ ଚାଷ କାର୍ଯ୍ୟରେ ଲଗାଯାଇପାରିବ। ରାଜ୍ୟ ପାଣ୍ଡୁଲିପିରେ ଏହା ସ୍ବତନ୍ତ୍ର ମାନ୍ୟତା ପାଉ। ଏହି କୂଳର ସୁରକ୍ଷା ବନ୍ଧ ଉପରେ ଯଥୋଚିତ ଧ୍ୟାନ ଦେବା ଜରୁରୀ। ୨. ଏକ ଦୀର୍ଘମିଆଦୀ ଜଳସେଚନ ପ୍ରକଳ୍ପକୁ ପାଇଲଟ ମୋଡ଼ରେ କାର୍ଯ୍ୟକାରୀ କରି କେବଳ ଧାନ ନୁହେଁ ଧାନ ସହ ଅଣଧାନ ଚାଷ ଦିଗରେ ଚାଷୀଙ୍କୁ ନିୟୋଜିତ କରାଯାଇପାରିବ। ଜିଲାରେ ଜୈବିକ ଚାଷର ପ୍ରସାର ଦିଗରେ କାର୍ଯ୍ୟ ଆରମ୍ଭ କରାଯିବା ସମୟ ଉପନୀତ। ୩.ଭଦ୍ରକ ଜିଲା ଯେହେତୁ ପର୍ଯ୍ୟଟନ ଦିଗରେ ଆଗୁଆ ତେଣୁ କୃଷିର ବିଭିନ୍ନ ଉପତ୍ାଦକୁ ମୂଲ୍ୟ ସଂଯୋଗ ପୂର୍ବକ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀରେ ବିକ୍ରୟ କରାଯାଇପାରିବ। ଏହାଦ୍ୱାରା ଅନେକ ଲୋକ ରୋଜଗାର ପାଇପାରନ୍ତେ। ସ୍ଥାନୀୟ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଏଥିରେ ଯୋଡ଼ାଯାଇପାରନ୍ତା। ୪.ଜିଲାର ଅନେକ ସ୍ଥାନରେ ମାଛ ଓ ଚିଙ୍ଗୁଡ଼ି ଚାଷ ପ୍ରଚୁର ପରିମାଣରେ କରାଯାଉଥିଲେ ହେଁ ଏହାର ବ୍ୟାପକ ରପ୍ତାନି ଉପରେ ନଜର ଦିଆଗଲେ ସ୍ଥାନୀୟ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରନ୍ତା। ୫. ଉପକୂଳିଆ ଅଞ୍ଚଳର ଅନେକ ଲୋକ ଏବେ ବି ଲୁଣା ଜଙ୍ଗଲ ବିଷୟରେ ଅଜ୍ଞ। ବନ୍ୟା ପ୍ରବଣ ଅଞ୍ଚଳରେ ଆଡ଼ିବନ୍ଧ ନିର୍ମାଣ ସହ ଲୁଣା ଜଙ୍ଗଲ ସୃଷ୍ଟି କରିବା ଦିଗରେ ଚାଷୀଙ୍କୁ ଯୋଡ଼ିବାକୁ ପ୍ରୟାସ ହେଉ। ୬.ଜିଲାର କୃଷି ବୈଜ୍ଞାନିକ ଓ ସମ୍ପ୍ରସାରଣ ଅଧିକାରୀଙ୍କର ବଳିଷ୍ଠ ଜ୍ଞାନ କାୈଶଳ ଚାଷୀଙ୍କ ନିକଟରେ ଅତ୍ଧକରୁ ଅଧିକ ପ୍ରତ୍ୟକ୍ଷ ଭାବେ ପହଞ୍ଚତ୍ପାରିଲେ ୨୦୩୬ ସୁଦ୍ଧା ଓଡ଼ିଶା ବିକାଶରେ ଏହି ଅଞ୍ଚଳର ଅନେକ ଅବଦାନ ରହିବ।

ଡ.ଶୁଭମ୍‌
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ :୯୪୩୮୪୬୭୦୭୯

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri