ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ, ଦେଶବିରୋଧୀ ଭାଷଣ ବା ମୁଦ୍ରଣର ଦମନକୁ ବୁଝାଏ। ସେନ୍ସରଶିପ ମୁଖ୍ୟତଃ ରାଜନୀତିକ, ଧାର୍ମିକ ଅଶ୍ଳୀଳତା ବା ନୈତିକ ଏବଂ ବୌଦ୍ଧିକ ବିରୁଦ୍ଧ କଟକଣା ହୋଇଥାଏ । ସାଧାରଣତଃ ଭାଷଣ, କଳା, ପୁସ୍ତକ, ପତ୍ରପତ୍ରିକା, ଖବରକାଗଜ, ଲେଖା, ପ୍ରବନ୍ଧ, ଆଲେଖ୍ୟ, ସ୍ତମ୍ଭଲେଖା, ସିନେମା, ନାଟକ, ଛବି, ଦୂରଦର୍ଶନ କାର୍ଯ୍ୟକ୍ରମ, ବେତାର କାର୍ଯ୍ୟକ୍ରମ, ଇଣ୍ଟରନେଟ, ୱେବ୍‌ସାଇଟ ଇତ୍ୟାଦିକୁ ଉପରୋକ୍ତ କାରଣରୁ ସେନ୍‌ସର କରାଯାଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ ଜାତି ପ୍ରତି ଅପମାନଜନିତ ଲେଖା ବା ପ୍ରସାରଣ ହୁଏ ଏବଂ ଏହି ଲେଖା ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ଜୀବନଶୈଳୀ ପାଇଁ ବିପଦ ସୃଷ୍ଟିକରେ ସେତେବେଳେ ମଧ୍ୟ ସେନ୍ସର କରାଯାଏ। ଯଦି କୌଣସି ପୁସ୍ତକ, ପତ୍ରପତ୍ରିକା, ସିନେମା, ଟିଭି କାର୍ଯ୍ୟକ୍ରମରେ ଈଶ୍ୱରଙ୍କୁ ନିନ୍ଦା କରି କିଛି କୁହାଯାଇଥାଏ ତେବେ ତାହାର ସେନ୍ସର ହୁଏ। ଯଦି ପୁସ୍ତକରେ ଯୌନ ଉଦ୍ଦୀପନା, ସ୍ଥିତି ବା ପ୍ରତ୍ୟୁକ୍ତି ଥାଏ ଏବଂ ସମାଜରେ ହିଂସା, ଦଙ୍ଗା, ସାଂପ୍ରଦାୟିକତା ସୃଷ୍ଟିଲାଗି କୌଣସି ପ୍ରକାର ଲେଖା ପ୍ରକାଶପାଏ ତେବେ ତାହାକୁ ସେନ୍ସର କରାଯାଏ। ଯଦି କୌଣସି ପୁସ୍ତକରେ ଯାଦୁବିଦ୍ୟା, ଯନ୍ତ୍ର-ମନ୍ତ୍ର, ଭୂତ, ପିଚାଶ, ଡାହାଣୀ ବିଦ୍ୟା ଇତ୍ୟାଦି ସମ୍ପର୍କରେ ଲେଖା ପ୍ରକାଶ ପାଇଥାଏ ତେବେ ତାହାକୁ ମଧ୍ୟ ବାସନ୍ଦ କରାଯାଇଥାଏ।
ସଂଜୟ ଲୀଲା ଭଂସାଲୀଙ୍କ ସିନେମା ‘ପଦ୍ମାବତୀ’ରେ ରାଣୀ ପଦ୍ମାବତୀ ଆଲାଉଦ୍ଦିନ ଖିଲିଜିଙ୍କ ସହିତ ରୋମାନ୍ସ କରିବା ଛବିକୁ କରଣୀ ସେନା ବିରୋଧ କରିଥିଲେ। ଐତିହାସିକ ଘଟଣାକୁ ବିକୃତ କରାଯାଇ ମହାରାଣୀମାନେ ସର୍ବସମ୍ମୁଖରେ ନାଚକରିବା ଦୃଶ୍ୟକୁ ବିରୋଧ କରାଯାଇଥିଲା। ଏହାପୂର୍ବରୁ ପିକେ ଚଳଚ୍ଚିତ୍ରରେ ହିନ୍ଦୁ ଦେବଦେବୀଙ୍କ ଉପରେ ଅଶାଳୀନ ଦୃଶ୍ୟ ବିବାଦ ସୃଷ୍ଟି କରିଥିଲା ।
୨୦୦୫ ସେପ୍ଟେମ୍ବର ୩୦ରେ ଡେନମାର୍କର ଖବରକାଗଜ ‘ଜିଲାଣ୍ଡସ’ ଇସ୍‌ଲାମ ଧର୍ମଗୁରୁ ମହମ୍ମଦଙ୍କ ଛବିକୁ ବ୍ୟଙ୍ଗକରି ପ୍ରକାଶ କରିବାରୁ ସମଗ୍ର ବିଶ୍ୱର ମୁସଲିମ ସମୁଦାୟ ଲେଖାକୁ ବାସନ୍ଦ କରିଥିଲେ ଏବଂ ଏସମ୍ପର୍କିତ ହିଂସାଯୋଗୁ ୨୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା। ୨୦୧୨ରେ ହଲିଉଡ୍‌ ସିନେମା ‘ମୁସଲମାନଙ୍କ ନିରୀହପଣ’ ବିଶ୍ୱର ମୁସଲିମ ସମାଜରେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ଫଳସ୍ବରୂପ ପ୍ରତିବାଦଜନିତ ହିଂସାରେ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଅନ୍ୟ ଏକ ଇସଲାମ ବିରୋଧୀ ସିନେମା ଟ୍ରେଲର ନାକୋଉଲା ବାସଲୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ୨୦୧୨ ଜୁଲାଇରେ ଏହାକୁ ୟୁ-ଟ୍ୟୁବରେ ଭରି ଦିଆଯାଇଥିଲା। ଏହି ସିନେମାରେ ମହମ୍ମଦଙ୍କ ବାସ୍ତବ ଜୀବନର ଟ୍ରେଲର ବୋଲି ଶିରୋନାମା ଦିଆଯାଇଥିଲା। ଏହାର ପ୍ରତିବାଦ ଇଜିପ୍ଟିରୁ ଆରମ୍ଭ ହୋଇ ସମଗ୍ର ଇସଲାମ ରାଷ୍ଟ୍ରଙ୍କୁ ବ୍ୟାପିଥିଲା। ଏହି ସିନେମା ବିରୋଧରେ ଅନେକ ଫତୱା ଜାରି କରାଯାଇ ଥିଲା ଏବଂ ହିଂସା ଯୋଗୁ ୫୦ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଥିଲା। ଜେରୀ ସ୍ପ୍ରିଙ୍ଗର ଶୋ ଧାରାବାହିକରେ ବ୍ରିଟିଶ ସଂଗୀତ ରିଚାର୍‌ ଥୋମାସ ଏବଂ ଷ୍ଟିୱାର୍ଟ ଲି ‘ଜେରୀ ସ୍ଫ୍ରିଙ୍ଗର ଦି ଅପେରା’ ନାମରେ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ଏଥିରେ ଖ୍ରୀଷ୍ଟଧର୍ମ ସମ୍ପର୍କରେ ଅଶ୍ଳୀଳତା ଏବଂ ବ୍ୟଙ୍ଗ ଛବିକୁ ପ୍ରକାଶ କରାଯାଇଥିବାରୁ ଏହା ବିରୋଧରେ ଅନେକ ଖ୍ରୀଷ୍ଟଧର୍ମୀ ଲୋକେ ଆପତ୍ତି କରିଥିଲେ। ୧୯୯୪ରେ ବାଲାଂଦେଶୀ ଲେଖିକା ତସଲିମା ନସରିନ ‘ଲଜ୍ଜା’ ପୁସ୍ତକ ରଚନା କରିବା ପରେ ସେଠାରୁ ତାଙ୍କୁ ପଳାୟନ ପାଇଁ ବାଧ୍ୟ କରାଯାଇଥିଲା। ସେଇ ପୁସ୍ତକରେ ସେ ଇସଲାମ ବିରୋଧୀ ଲେଖା ଲେଖିଥିବାରୁ ଇସଲାମଧର୍ମର ମୌଳବାଦୀମାନେ ତାକୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ତେଣୁ ସେ ୨୦୦୭ ପର୍ଯ୍ୟନ୍ତ ଭାରତର କଲିକତାରେ ରହିଥିଲେ। ସେ ତାଙ୍କର ଭାରତ ରହଣି ସମୟରେ ୨୦୦୫ରେ ‘ଦ୍ୱିଖଣ୍ଡିତା’ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକ ସମ୍ପର୍କରେ ଭାରତରେ ଜନ ଅସନ୍ତୋଷ ଦେଖାଦେବା ପରେ ସରକାର ଏହି ପୁସ୍ତକ ବିରୋଧରେ ପ୍ରତିବନ୍ଧକ ଜାରି କରିଥିଲେ। ୧୯୮୮ରେ ସଲମାନ ରସିଦଙ୍କ ପୁସ୍ତକ ଦି ସଟାନିକରେ ଇସଲାମଧର୍ମ ସମ୍ପର୍କରେ ଆପତ୍ତିଜନକ ଲେଖା ପ୍ରକାଶ ପାଇଥିଲା। ୧୯୮୯ରେ ଇରାନର ରାଷ୍ଟ୍ରପତି ଆୟାତୋଲା ଖୋମିନି ଏହି ପୁସ୍ତକ ବିରୋଧରେ ଫତୱା ଜାରିକରିଥିଲେ ଏବଂ ସଲମାନଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ତାଙ୍କର ଅନ୍ୟ ଏକ ପୁସ୍ତକ ‘ମି ଚିଲ୍ଡ୍ରେନ’ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀକୁ ଆକ୍ଷେପ କରି କିଛି ଲେଖା ପ୍ରକାଶ ପାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ଅବହେଳା ଯୋଗୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା ବୋଲି ସଲମାନ ରସିଦ ଏହି ପୁସ୍ତକରେ ଲେଖିଥିଲେ। ଭାରତୀୟ ଚିତ୍ରକର ମକବୁଲ ଫିଦାହୁସେନ ମହାତ୍ମା ଗାନ୍ଧୀ, ମଦର ଟେରେସା, ରାମାୟଣ, ମହାଭାରତ, ବ୍ରିଟିଶରାଜକୁ ନେଇ ଅନେକ ବ୍ୟଙ୍ଗଚିତ୍ର ଆଙ୍କିଥିଲେ। ସରସ୍ବତୀ, ଲକ୍ଷ୍ମୀ ଏବଂ ଭାରତମାତାଙ୍କ ନଗ୍ନଚିତ୍ର କରି ସେ ନିଜକୁ ବିବାଦମାନ କରିବାକୁ ଚାହିଁଥିଲେ। ଏହା ଭାରତୀୟ ହିନ୍ଦୁ ସମାଜକୁ ଆଘାତ ଦେଇଥିଲା। ୨୦୧୫ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସିଲାବସରେ ୨୪ ବର୍ଷଧରି ରହି ଆସିଥିବା ରାମାନୁଜନଙ୍କ ଲେଖା ଥ୍ରୀ ହଣ୍ଡ୍ରେଡ ରାମାୟଣ-ଫାଇଭ ଏକ୍ଜାମ୍ପଲସ ଆଣ୍ଡ ଥ୍ରୀ ଥଟ୍ସକୁ ବାଦ୍‌ ଦିଆଯାଇଥିଲା, ଯାହା ବିବାଦ ସୃଷ୍ଟି କରିଥିଲା।
ତେବେ ସେନ୍ସରଶିପ ଯୁକ୍ତିସଙ୍ଗତ କି? ଏଥିରେ ଦ୍ୱିମତ ରହିଛି। ସେନ୍ସରଶିପ ଯୁକ୍ତିସଙ୍ଗତ ନୁହେଁ ବୋଲି ଯେଉଁମାନେ ମତ ଦିଅନ୍ତି ସେମାନଙ୍କ ମତରେ ସତ୍ୟକୁ ଏବଂ ନୂତନ ଚିନ୍ତାଧାରାକୁ ଦବାଇଦେବାର ଏହା ଏକ ପ୍ରଚେଷ୍ଟା। ବାକ୍‌ ସ୍ବାଧୀନତାକୁ ନ୍ୟାୟସଙ୍ଗତ କରିବା ପାଇଁ ଏହାକୁ ନିରୁତ୍ସାହିତ କରାଯିବା ଅନୁଚିତ। କୌଣସି ପ୍ରକାଶନକୁ ବାସନ୍ଦ ବା ସେନ୍‌ସର କରିବା ପୂର୍ବରୁ ତା’ର ବିଷୟବସ୍ତୁକୁ ପରୀକ୍ଷା କରାଯିବା ଉଚିତ। କାରଣ ଏହାର ପ୍ରକାଶନ ପୂର୍ବରୁ ସେନ୍ସର କରାଯିବା ଅର୍ଥ ବାକ୍‌ ସ୍ବାଧୀନତାରୁ ବଞ୍ଚତ୍ତ କରିବା। ସିଦ୍ଧାନ୍ତଗତ ଦୃଷ୍ଟିରୁ ସେନ୍ସରଶିପର ବିଚାର ଉଦାରବାଦୀ ବ୍ୟକ୍ତିବାଦୀ ଚିନ୍ତାଧାରା, ସ୍ବତନ୍ତ୍ରତାର ବିରୁଦ୍ଧ । ତଥାପି ଚିନ୍ତାଧାରା ସମାଜ ପାଇଁ ବିପଦ, ମିଥ୍ୟା ଏବଂ ଯାହା ସରକାରଙ୍କ ଦ୍ୱାରା ସ୍ଥାପିତ ମାନଦଣ୍ଡ ଦ୍ୱାରା ପ୍ରସ୍ତୁତ କରାଯାଇନାହିଁ ତାହା ପ୍ରତିବନ୍ଧକ ଲାଗି ଯୁକ୍ତିଯୁକ୍ତ। ଏକ ବହୁଜାତି, ବହୁଧର୍ମୀ, ବହୁଳବାଦୀ ସାଂସ୍କୃତିକ ସମାଜରେ କାହାର ଚିନ୍ତାଧାରା ଅନ୍ୟ କାହାର ମାନସିକତାରେ ବାଧା ସୃଷ୍ଟି କରିବ, ତେବେ ତାହାକୁ ସେନ୍ସର କରାଯିବା ଉଚିତ । ଔଚିତ୍ୟ ପ୍ଳାଟୋଙ୍କ ପୁସ୍ତକ ରିପବ୍ଲିକରେ ଦେଖିବାକୁ ମିଳେ। ସମାଜର ଯେଉଁ ବ୍ୟକ୍ତି ସତ୍ୟ-ମିଥ୍ୟା, ଠିକ-ଭୁଲ୍‌ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାରେ ସକ୍ଷମ ନୁହନ୍ତି ଏବଂ ଯାହାର ମସ୍ତିଷ୍କ ସମାଜକୁ ଭୁଲ୍‌ବାଟରେ ପରିଚାଳିତ କରିବାପାଇଁ ଚେଷ୍ଟିତ ତାହାକୁ ସେନସର କରାଯିବା ଉଚିତ। ପଶ୍ଚିମ ଉଦାରବାଦୀ ଗଣତାନ୍ତ୍ରିକ ପରମ୍ପରା ଏହିଭଳି ମତକୁ ଗ୍ରହଣ କରେନାହିଁ। ତଥାପି ସମାଜର ଅଧିକତମ ସାମାଜିକ, ଧାର୍ମିକ, ସାଂସ୍କୃତିକ ସମୁଦାୟକୁ ଏହା ଯଥେଷ୍ଟ ବଳ ଦେଉଛି। ଯେଉଁ ଚିନ୍ତାଧାରା ସମାଜ ବିରୋଧୀ କାର୍ଯ୍ୟକଳାପକୁ ଜନ୍ମ ଦିଏ ତା’ ଉପରେ ପ୍ରତିବନ୍ଧକ ଲଗାଯାଏ। ଆମେରିକୀୟ ବିଚାରପତି ବେଣ୍ଡେଲ ହୋମ୍ସଙ୍କ ମତରେ ପ୍ରତ୍ୟେକ ଚିନ୍ତା ଓ ବିଚାର ଅନ୍ୟକୁ ଉତ୍ତେଜିତ ଓ ପ୍ରବର୍ତ୍ତାଇ ଥାଏ। ସମାଜରେ ସମସ୍ତ ଚିନ୍ତାଧାରାର ଉନ୍ମୁକ୍ତ ଆଦାନ-ପ୍ରଦାନ ହେବା ଆବଶ୍ୟକ। ଯେତେବେଳେ ରାଷ୍ଟ୍ର, ସରକାର ବା ସମାଜ କୌଣସି ବିଚାର ଓ ଚିନ୍ତାଧାରାରେ ପ୍ରତିବନ୍ଧକ ଲଗାନ୍ତି, ସେତେବେଳେ ଗୋଟିଏ ଚିନ୍ତା ଉପରେ ପ୍ରତିବନ୍ଧକ ଲଗାଯାଇ ନ ଥାଏ, ବରଂ ସେଇ ଚିନ୍ତାଧାରାରୁ ଉତ୍ପନ୍ନ ହେବାକୁ ଥିବା ପରିଣାମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥାଏ। ତେଣୁ ବ୍ୟକ୍ତିର ଖୋଲା ବିଚାର ଓ ଚିନ୍ତାର ଅଭିବ୍ୟକ୍ତି ଏବଂ ସମାଜ ଉପରେ ଏହାର ପ୍ରଭାବ ମଧ୍ୟରେ ଏକ ସମନ୍ବୟ ଅଣାଯିବା ଉଚିତ। ଅଶ୍ଳୀଳ ସାହିତ୍ୟ ଇଣ୍ଟରନେଟ ଯୁଗରେ ବିକଟାଳ ସମସ୍ୟା ଧାରଣ କରିଛି। ନଗ୍ନଚିତ୍ରର ପ୍ରସାରଣ ବୃଦ୍ଧି ପାଇବାରେ ଲାଗିଛି। ଏଗୁଡ଼ିକ ବିରୋଧରେ ପ୍ରତିବନ୍ଧକ ସତ୍ତ୍ୱେ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଟାର୍ଗେଟ କରି ନକଲି, ମାନହାନିକାରକ ଏବଂ ଅପମାନଜନକ ଭିଡିଓ, ଅଡିଓ, ଲେଖାର ପ୍ରସାର ଜାରି ରହିଛି।

ଦାଶରଥି ଭୂୟାଁ
ପ୍ରାଧ୍ୟାପକ, ବିଭାଗୀୟ ମୁଖ୍ୟ (ରାଜନୀତି ବିଜ୍ଞାନ), ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟ
ମୋ:୭୦୦୮୧୩୨୧୩୪

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ବନ୍ଦ କରିବାରେ ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ରହିଛି ୫ ରାସ୍ତା, ହେଲେ ପ୍ରତ୍ୟେକ ପଥ କଣ୍ଟକିତ

ଓ୍ବାଶିଂଟନ,୨୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସନ୍ଦେହର ମେଘ ଘୋଡ଼ାଇ ରହିଛି। ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ପଡ଼ିପାରେ। ଇରାନ ହାର…

ଜଗନ୍ନାଥ ଦର୍ଶନ କରି ବାହାରିଥିଲେ ଦମ୍ପତି, ବାଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଆଉ ତା’ ପରେ…

ନନ୍ଦପୁର,୨୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ପୂର୍ତ୍ତ ବିଭାଗ ଅଧୀନ ରାଜ୍ୟ ରାଜପଥର ସୁବୁଲାର ଛକ ନିକଟରେ ସୋମବାର ବିଳମ୍ବିତ…

ଯୁଦ୍ଧ ବନ୍ଦ କରିବ ରୁଷିଆ, ଇରାନକୁ ଦେଲା ବଡ଼ ପ୍ରସ୍ତାବ! ପୁଟିନଙ୍କ ମନ୍ତ୍ରୀ-ଆରାଘଚିଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ପରେ…

ମସ୍କୋ,୨୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ଇରାନକୁ ମଧ୍ୟସ୍ଥତା ପ୍ରୟାସରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ଏହି ପରିପ୍ରେକ୍ଷୀରେ, ରୁଷିଆ ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ…

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ୧୫୮ କୋଟିର ପ୍ରକଳ୍ପ କରିବେ ଲୋକାର୍ପଣ

ରାଉରକେଲା,୨୧ା୪: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଙ୍ଗଳବାର ରାଉରକେଲା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଏଥର ରାଉରକେଲା ଆସୁଛନ୍ତି। ତେବେ ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

୧୫ ବର୍ଷ ପରେ ପଦ ଛାଡିବେ ଟିମ କୁକ୍‌, ଆପଲର ନୂଆ ସିଇଓ ହେବେ…

ଓ୍ବାଶିଂଟନ,୨୧।୪: ବିଶ୍ୱର ସର୍ବବୃହତ ଟେକ କମ୍ପାନୀ ମଧ୍ୟରେ ସ୍ଥାନ ପାଇଥିବା ଆପଲ ୧୫ ବର୍ଷ ପରେ ଏହାର ଶୀର୍ଷ ନେତୃତ୍ୱ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି। ଜନ…

ଏସବୁ ଜିଲାରେ ଆଜି କାଳବୈଶାଖୀ: ପ୍ରବଳ ଘଡ଼ଘଡ଼ି ସହ ବିଜୁଳି, ସତର୍କ ସୂଚନା ଜାରି କରି…

ଭୁବନେଶ୍ୱର,୨୧ା୪: ରାଜ୍ୟରେ ଗତ କିଛିଦିନ ଧରି ପାରଦ ଉପରମୁହାଁ ରହିଛି। ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରୁ କାଳବୈଶାଖୀ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri