Posted inଖେଳ

ସିରିଜ ବିଜୟୀ ଆଶାରେ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫।୭- ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ୪ ଉଇକେଟରେ ଜିତି ଓ୍ବେଷ୍ଟଇଣ୍ଡିଜ ସିରିଜ ଅଗ୍ରଣୀ ଲାଭ କରିଛି। ତେଣୁ ଦ୍ୱିତୀୟ ଟେଷ୍ଟରେ ସେହି ପ୍ରଦର୍ଶନ ଦୋହରାଇ ଭ୍ରମଣକାରୀ ଦଳ ସିରିଜ ଜିତିବା ଆଶାରେ ରହିଛି। ଅନ୍ୟ ପକ୍ଷରେ ଇଂଲଣ୍ଡ ଦଳକୁ ଅଧିନାୟକ ଜୋ ରୁଟ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଥିବା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ମଧ୍ୟ ଦଳକୁ ଫେରିବା ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ଦଳ ଘରୋଇ ପରିବେଶରେ ନିଜ ଦ୍ରୁତ ବୋଲରଙ୍କ ମାଧ୍ୟମରେ ସିରିଜ ବଞ୍ଚାଇବା ଲକ୍ଷ୍ୟରେ ରହିଛି।
ମାଞ୍ଚେଷ୍ଟରରେ ଓ୍ବେଷ୍ଟଇଣ୍ଡିଜ ୩୨ ବର୍ଷ ପୂର୍ବରୁ ଟେଷ୍ଟ ମ୍ୟାଚ ଜିତିଥିଲା। କର୍ଟନି ଓ୍ବାଲ୍ସ, କର୍ଟଲି ଆମ୍ବ୍ରୋସ ଓ ମାଲକମ୍‌ ମାର୍ଶାଲଙ୍କୁ ନେଇ ଗଠିତ ଓ୍ବେଷ୍ଟଇଣ୍ଡିଜର ଶାଣିତ ପେସ୍‌ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇଂଲଣ୍ଡ ଟର୍ନିଂ ପିଚ୍‌ ପ୍ରସ୍ତୁତ କରିଥିଲା। ଦଳରେ ଅଫ୍‌ ସ୍ପିନର ଜନ୍‌ ଏମ୍ବୁରି ଓ ବାମହାତୀ ସ୍ପିନର ଜନ୍‌ ଚିଲ୍ଡ୍ସଙ୍କୁ ସାମିଲ କରାଯାଇଥିଲା। ଏମ୍ବୁରିଙ୍କ ମାଧ୍ୟମରେ ଇଂଲଣ୍ଡ ବୋଲିଂ ଆରମ୍ଭ କରିଥିଲା। ମାତ୍ର ରଣନୀତି ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ଓ୍ବେଷ୍ଟଇଣ୍ଡିଜ ଏହି ଟେଷ୍ଟକୁ ଏକ ଇନିଂସ ୧୫୬ ରନରେ ଜିତିଥିଲା। ଇଂଲଣ୍ଡ ଦୁଇ ଇନିଂସରେ ଯଥାକ୍ରମେ ୧୩୫ ଓ ୯୩ ରନ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସରେ ମାର୍ଶାଲ ୭ ଉଇକେଟ ନେଇଥିଲେ। ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଦଳରେ ଓ୍ବାଲ୍ସ, ଆମ୍ବ୍ରୋସ ଓ ମାର୍ଶାଲଙ୍କ ପରି ବୋଲର ନାହାନ୍ତି ସତ ମାତ୍ର ସାଉଥାମ୍ପଟନ ଟେଷ୍ଟରେ ନିଜ ପ୍ରଦର୍ଶନ ମାଧ୍ୟମରେ ସେମାନେ ସାମ୍ପ୍ରତିକ ସମୟର ଶ୍ରେଷ୍ଠ ଫାଷ୍ଟ ବୋଲିଂ ଲାଇନ୍‌ଅପ୍‌ ବୋଲି ପ୍ରମାଣ କଲେ। ତେଣୁ ୪ ପେସର ଜାସନ ହୋଲ୍ଡର, ଶାନନ ଗାବ୍ରିଏଲ, କେମର ରୋଚ୍‌ ଓ ଆଲଜାରି ଜୋସେଫଙ୍କୁ ନେବା ରଣନୀତିରେ ଦଳ ଅପରିବର୍ତ୍ତିତ ରହିବ କିମ୍ବା ଓଲ୍ଡ ଟ୍ରାଫୋର୍ଡ ପିଚ୍‌କୁ ଅନୁଧ୍ୟାନ କରି ସ୍ପିନର ରାକିମ କର୍ନଓ୍ବାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରୁଛି ତାହା ଦେଖିବାକୁ ରହିଛି।


ଅନ୍ୟପକ୍ଷରେ ସିରିଜର ପ୍ରଥମ ମ୍ୟାଚରେ ହାରିବା ସତ୍ତ୍ୱେ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଦକ୍ଷତା ରଖିଛି। ଗତ ଶୀତ ଋତୁରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳ ପ୍ରଥମ ଟେଷ୍ଟ ହାରିଥିଲେ ହେଁ ପରବର୍ତ୍ତୀ ୩ ଟେଷ୍ଟ ଜିତି ସିରିଜ ବିଜୟୀ ହୋଇଥିଲା। ତେଣୁ ସାଉଥାମ୍ପଟନରେ ପରାଜୟ ପରେ ବେନ୍‌ ଷ୍ଟୋକ୍ସ ଏବଂ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ ସେହି କଥା ନିଶ୍ଚିତ ଡ୍ରେସିଂ ରୁମ୍‌ରେ ଖେଳାଳିମାନଙ୍କୁ ମନେ ପକାଇ ଦେଇଥିବେ। ପ୍ରଥମ ଟେଷ୍ଟରେ କରିଥିବା ତ୍ରୁଟିକୁ ସୁଧାରି ଇଂଲଣ୍ଡ ଗୁରୁବାର ପଡ଼ିଆକୁ ଓହ୍ଲାଇବ ନିଶ୍ଚିତ। ରୁଟ୍‌ଙ୍କ ପ୍ରତ୍ୟାବର୍ତ୍ତନରେ ଇଂଲଣ୍ଡ ଟପ୍‌ ଅର୍ଡର ଦୃଢ଼ ହୋଇଛି। ଆଗାମୀ ମ୍ୟାଚପାଇଁ ଦଳରୁ ଜୋ ଡେନ୍‌ଲି କିମ୍ବା ଜ୍ୟାକ କ୍ରାଓଲିଙ୍କ ମଧ୍ୟରୁ ଜଣେ ବାଦ୍‌ ପଡ଼ିବେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରି କ୍ରାଓଲି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି।
ଓଲ୍ଡ ଟ୍ରାଫୋଡ୍‌ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ୩ ସପ୍ତାହରୁ ଊର୍ଦ୍ଧ୍ୱ କଟାଇଛି। ଏଠାରେ ୨ଟି ଓ୍ବାର୍ମଅପ୍‌ ମ୍ୟାଚ ମଧ୍ୟ ଖେଳିଛି। ତେଣୁ ପରିବେଶ ଏବଂ ପିଚ୍‌ କଣ୍ଡିଶନ ସହିତ ଏହି ଦଳ ନିଶ୍ଚିତ ପରିଚିତ ଥିବ। ବିନା ଦର୍ଶକରେ ମ୍ୟାଚ ହେଉଥିବାରୁ ଏହାର ଫାଇଦା ମଧ୍ୟ ଇଂଲଣ୍ଡକୁ ମିଳିବାର ନାହିଁ। ପ୍ରଥମ ୩ ଦିନ ପାଗ ମେଘୁଆ ଓ ଥଣ୍ଡା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତୃତୀୟ ଦିବସ ବେଳକୁ ବର୍ଷା ହେବା ମଧ୍ୟ ସମ୍ଭାବନା ରହିଛି।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡବ୍‌ ସିବ୍‌ଲେ, ଜ୍ୟାକ କ୍ରାଓଲେ, ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ଜୋସ ବଟଲର, ଡମ୍‌ ବେସ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଜନ୍‌ କ୍ୟାମ୍ପବେଲ, କ୍ରେଗ୍‌ ବ୍ରାଥଓ୍ବେଟ, ଶାଇ ହୋପ୍‌, ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍‌, ଜର୍ମେନ ବ୍ଲାକ୍‌ଉଡ୍‌, ଶେନ ଡୋରିଚ୍‌, ରାକିମ କର୍ନଓ୍ବାଲ, କେମର ରୋଚ୍‌, ଶାନନ ଗାବ୍ରିଏଲ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri