ପ୍ରେମରେ ପ୍ରତିବନ୍ଧକ ସାଜିବାରୁ ପ୍ରେମିକାର ବାପାକୁ ହତ୍ୟା

ଟିଟିଲାଗଡ଼, ୭ା୭ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗଁାରେ ଗତ ୨ତାରିଖ ଘଟିଥିବା ବର୍ଜୁ ରଣା (୫୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟା ଘଟଣାର ମୁଖ୍ୟ ସୂତ୍ରଧର ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗଁା ଗ୍ରାମର ଆଦିଲ ମହମ୍ମଦ(୨୨)ବୋଲି ପୋଲିସ କହିଛି। ପ୍ରେମ ବ୍ୟାପାରକୁ ନେଇ ତାଙ୍କଠାରୁ ସୁପାରି ନେଇ ବେଲଗଁାର ସୁଦାମ ରଣା(୨୧), କୁମ୍ଭେପଡାର ଯୁବରାଜ ବିଶି(୨୨), ବୁର୍ଡିପଡାର ରାଜାରାମ ଛୁରା(୧୯) ଓ ଅନ୍ୟ ଜଣେ ବର୍ଜୁଙ୍କ ଗଳାକାଟି ହତ୍ୟା କରିଥିଲେ। ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ୫ ମୋବାଇଲ ଫୋନ, ଏକ ବାଇକ, ଘଟଣାସ୍ଥଳରେ ପଡିଥିବା ମଦ ବୋତଲ ଜବତ ହୋଇଛି। ଅନ୍ୟତମ ସୁପାରିକିଲର ଏବେ ଫେରାର ଅଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ ଜାଲ ବିଛାଇଛି। ମଙ୍ଗଳବାର ଟିଟିଲାଗଡ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସ୍‌ଡିପିଓ ସୁରେନ୍ଦ୍ର ନାରାୟଣ ଶତପଥୀ।
ପୋଲିସ ସୂଚନା ଅନୁଯାୟୀ ଚୋରମରା ଗ୍ରାମର ବର୍ଜୁ ରଣା ଗତ ଗୁରୁବାର ଟିଟିଲାଗଡ ଆସି ଅପରାହ୍ନରେ ଘରକୁ ଫେରୁଥିଲେ। ଗ୍ରାମ ପେପର ମିଲ୍‌ ନିକଟସ୍ଥ ନିଛାଟିଆ ସ୍ଥାନରେ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଏକ ମାମଲା(ନଂ.୨୧୯/୨୦)ରୁଜୁ କରି ପୋଲିସ ତଦନ୍ତ ଜାରି ରଖିିଥିଲା । ହତ୍ୟାକାଣ୍ଡ ଘଟିବା ଦିନ ଆଦିଲ ତାଙ୍କୁ ଫୋନ କରି ବାପା କୁଆଡେ ଯାଇଛନ୍ତି ବୋଲି ପଚାରିଥିବା ତଦନ୍ତକାରୀ ଅଧିକାରୀଙ୍କୁ ବର୍ଜୁଙ୍କ ଝିଅ କହିଥିଲେ। ଏହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ ଆଗକୁ ବଢାଇଥିଲା। ଆଦିଲଙ୍କ ଫୋନ ଟ୍ରାକିଂ କରି ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ଯାଇଥିଲା ପୋଲିସ। ଜେରା ବେଳେ ଆଦିଲ ବର୍ଜୁଙ୍କ ଝିଅ ସହିତ ତାଙ୍କର ପ୍ରେମସମ୍ପର୍କ ରହିଥିବା କହିଥିଲେ। ତେବେ ଏଥିରେ ସେ ପ୍ରତିବନ୍ଧକ ସାଜିବାରୁ ବାଟରୁ ହଟାଇବାକୁ ଯୋଜନା କରିଥିଲି। ବର୍ଜୁଙ୍କୁ ହତ୍ୟା କରିବା ଲାଗି ୧ଲକ୍ଷ ଟଙ୍କା ସୁପାରିରେ କଥା ଛିଡ଼ିଥିଲା। ଅଭିଯୁକ୍ତମାନଙ୍କୁ ଅଗ୍ରିମ ଆକାରରେ ୫୦ ହଜାର ଟଙ୍କା ସେ ଦେଇଥିଲେ। ଯୋଜନା ମୁତାବକ ଉକ୍ତ ଦିନ ଅପରାହ୍ନରେ ୫ଜଣ ଅଭିଯୁକ୍ତ ବର୍ଜୁଙ୍କୁ ପେପର ମିଲ୍‌ ନିକଟସ୍ଥ ନିଛାଟିଆ ସ୍ଥାନକୁ ଡାକି ମଦ ପିଆଇଥିଲେ। ପରେ ତାଙ୍କ ଗଳାକୁ ଛୁରିରେ କାଟି ଦେଇଥିଲେ। ଘଟଣାସ୍ଥଳରେ ବର୍ଜୁଙ୍କ ମୃତ୍ୟୁ ଘଟିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ମଙ୍ଗଳବାର ଗିରଫ ଚାରି ଅଭିଯୁକ୍ତ ଆଦିଲ ମହମ୍ମଦ, ସୁଦାମ ରଣା, କୁମ୍ଭେପଡାର ଯୁବରାଜ ବିଶି, ବୁର୍ଡିପଡାର ରାଜାରାମ ଛୁରାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଟିଟିଲାଗଡ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri