କରୋନାକୁ ହରାଇଲେ ବେଙ୍ଗାଲୁରୁର ୯୯ ବର୍ଷୀୟା ବୃଦ୍ଧା

ବେଙ୍ଗାଲୁରୁ, ୨୭।୬- ଭାରତରେ କରୋନା ଭାଇରସସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏହିଭଳି ଏକ ସମୟରେ ବେଙ୍ଗାଲୁରୁର ଜଣେ ୯୯ ବର୍ଷୀୟା ବୃଦ୍ଧା ପ୍ରାଣଘାତୀ କରୋନା ଭାଇରସ୍‌ ଯୁଦ୍ଧରେ ବିଜୟ ଲାଭ କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍ସିଲିନ୍‌ ସାଲ୍‌ଦାନହା ନାମକ ଜଣେ ବୃଦ୍ଧା ନିଜ ନାତି ସମ୍ପର୍କରେ ଆସି ଗତ ଜୁନ୍‌ ୧୮ରେ କରୋନା ଆକ୍ରାନ୍ତ ହୋଇଥିଲେ। ଯେଉଁଦିନ କି ତାଙ୍କ ୯୯ତମ ଜନ୍ମଦିନ ଥିଲା। ବୃଦ୍ଧା ଓ ତାଙ୍କ ନାତିଙ୍କ ସମେତ ୭୦ ବର୍ଷୀୟ ପୁଅ ଏବଂ ବୋହୁ ଉଭୟ ମଧ୍ୟ ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଫଳରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୯ ଦିନର ଚିକିତ୍ସା ପରେ ଏହି ବୃଦ୍ଧା ଓ ତାଙ୍କ ନାତି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଉଭୟଙ୍କ ଟେଷ୍ଟ ନେଭେଟିଭ ଆସିଛି। କରୋନାରୁ ସୁସ୍ଥ ହୋଇ ଆସିବା ପରେ ମାର୍ସିଲିନ୍‌ ରାଜ୍ୟର ସବୁଠାରୁ ବୟୋଜ୍ୟଷ୍ଠା ମହିଳା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri