ସୋସିଆଲ ମିଡିିଆରେ ଟ୍ରୋଲ ହେବା ପରେ କମେଣ୍ଟ ସେକ୍ସନ ବନ୍ଦ କଲେ ସୋନମ

ମୁମ୍ବାଇ : ରବିବାର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଖାଲି ସିନେ ଜଗତ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ସମସ୍ତେ ଏହି ଆତ୍ମହତ୍ୟାର କାରଣ ଖୋଜୁଛନ୍ତି। ସୁଶାନ୍ତଙ୍କ ଘରୁ ମଧ୍ୟ ସୁଇସାଇଡ୍‌ ନୋଟ୍‌ ଜବତ ହୋଇନାହିଁ। ଅନ୍ୟପଟେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ବଲିଉଡ୍‌ ଅଭିନେତା ସଲମାନ୍‌ ଖାଁ, କରଣ ଜୋହର, ଆଲିଆ ଭଟ୍ଟ ଏବଂ ସୋନମ କପୁରଙ୍କ ଭଳି ସେଲିବ୍ରିଟିଙ୍କୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଲଗାତର ସୋସିଆଲ ମିଡିଆରେ ହେଉଥିବା ଆଲୋଚନା ପର୍ଯ୍ୟାଲୋଚନାରେ ଅତିଷ୍ଠ ହୋଇ ସୋନମ କପୁର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କମେଣ୍ଟ ସେକ୍ସନ ଅଫ୍‌ କରିଦେଇଛନ୍ତି। ଏହି ସମୟରେ କରଣ ଜୋହରଙ୍କ ଏକ ଶୋ’ର ପୁରୁଣା ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ କହୁଛନ୍ତି, ମୁଁ ସୁଶାନ୍ତଙ୍କୁ ଜାଣିନାହିଁ। ସୁଶାନ୍ତଙ୍କ ମୃତ୍ୟୁ ପରେ ସୋନମ୍‌ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ହୃଦୟରେ ଘୃଣା ଥିବା ଲୋକଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରେ। ସେମାନେ ମୋ’ ଅପେକ୍ଷା ମୋ’ ପାଇଁ ଅଧିକ ମାରାତ୍ମକ। ସେ ଆହୁରି କହିଛନ୍ତି, ସେମାନଙ୍କ ଲକ୍ଷ୍ୟ ମୋ’ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି। ବର୍ତ୍ତମାନ ସୀମାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ବିଷୟରେ ଏବଂ ଲକ୍‌ଡାଉନ୍‌ ଯୋଗୁ ଜନଜୀବନ ପ୍ରଭାବିତ ସମ୍ପର୍କରେ କଥାବାର୍ତ୍ତା କରିବାର ସମୟ ଆସିଛି। ତେଣୁ ମୁଁ ମୋ’କମେଣ୍ଟ ସେକ୍ସନ ବନ୍ଦ କରିଦେଉଛି। ଏହା ପୂର୍ବରୁ ସୋନମ୍‌ ଏକ ଟୁଇଟ୍‌ରେ ଲେଖିଥିଲେ, କାହାର ମୃତ୍ୟୁ ପାଇଁ ତାଙ୍କ ଗର୍ଲଫ୍ରେଣ୍ଡ୍‌, ପୂର୍ବତନ ଗର୍ଲଫ୍ରେଣ୍ଡ୍‌, ପରିବାରବର୍ଗଙ୍କୁ ଦାୟୀ କରିବା ଅଜ୍ଞତା। ଯେଉଁମାନେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଗର୍ଲଫ୍ରେଣ୍ଡ୍‌ ଏବଂ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କୁ ଦାୟୀ କରୁଛନ୍ତି ସେମାନେ ଅଜ୍ଞ। ଏହି ଟୁଇଟ୍‌ ପରେ ସୋନମ୍‌ ଖୁବ୍‌ ଟ୍ରୋଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri