୨୩୦ ଟ୍ରେନ୍‌ ପାଇଁ ୨୪ଘଣ୍ଟାରେ ବୁକିଂ ହେଲା ୧୩ଲକ୍ଷ ଟିକେଟ

ନୂଆଦିଲ୍ଲୀ,୨୨।୫: ଭାରତୀୟ ରେଲଓ୍ବେ ଜୁନ ୧ରୁ ୨୩୦ ଯାତ୍ରୀବାହି ଟ୍ରେନ୍‌ ଚଳାଚଳ କରିବାକୁ ଘୋଷଣା କରିଛି। ଏଥିପାଇଁ ଗୁରୁବାରରୁ ବିଭିନ୍ନ ରେଲଓ୍ବେ ଷ୍ଟେସନ୍‌ରେ ଟିକେଟ କାଉଣ୍ଟର ଖୋଲାଯାଇ ବୁକିଂ ଆରମ୍ଭ ହୋଇଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୨୩୦ ଟ୍ରେନ୍‌ ପାଇଁ ଗତ ୨୪ଘଣ୍ଟା ମଧ୍ୟରେ ୧୩ଲକ୍ଷରୁ ଊର୍ଦ୍ଧ୍ୱ ଟିକେଟ ବୁକ୍‌ ହୋଇସାରିଲାଣି। ଏହା ସବୁଠାରୁ ବଡ଼ ରେକର୍ଡ ବୋଲି କୁହାଯାଇଛି। ଅପରପକ୍ଷେ ଗୁରୁବାର ଟିକଟ ବୁକିଂ ଆରମ୍ଭରୁ ମାତ୍ର ଏକ ଘଣ୍ଟା ମଧ୍ୟରେ ୧.୫ଲକ୍ଷ ଓ ଅଢ଼େଇ ଘଣ୍ଟାରେ ୪ଲକ୍ଷ ଟିକେଟ ବୁକ୍‌ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା ଯୋଗୁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଛି। ଏଥିପାଇଁ ଦେଶରେ ସମସ୍ତ ଟ୍ରେନ୍‌ ଚଳାଚଳ ଉପରେ ରୋକୋ ଲଗାଯାଇଥିଲା। ହେଲେ କିଛି ଦିନ ପୂର୍ବରୁ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଲାଗି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି: ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ନୋଟିସ ଜାରି କରାଯାଇଛି। ଏହି ମାମଲା...

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି...

ଏପଟେ କଂଗ୍ରେସ ହାରୁଛି, ସେପଟେ ପାକିସ୍ତାନ କାନ୍ଦୁଛି, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨।୫: ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ହାଇକୋର୍ଟରେ ଏମିତି ଦାବି କଲେ ସିସୋଡିଆ, ଜଜ କହିଲେ କାଲିକି ଆସନ୍ତୁ…

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ଦିଲ୍ଲୀର ମଦ...

ବଡ଼ ଖବର! ଆମେଠିରୁ ନିର୍ବାଚନ ଲଢ଼ିବାକୁ ରାହୁଲଙ୍କ ସହମତି, ଖାର୍ଗେ କରିବେ ଘୋଷଣା-ରିପୋର୍ଟ

ନୂଆଦିଲ୍ଲୀ,୨।୫: କଂଗ୍ରେସ ଦଳରୁ ବଡ଼ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ...

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ପ୍ରଖ୍ୟାତ କମେଡିଆନ

ନୂଆଦିଲ୍ଲୀ,୨।୫: ପ୍ରଖ୍ୟାତ ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲା ମଧ୍ୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀର ଜଣେ ସ୍ବାଧୀନ...

ହିଟ ଓ୍ବେଭ ପାଇଁ ବଢିଲା ଭୋଟିଂ ଟାଇମ

ନୂଆଦିଲ୍ଲୀ,୨।୫: ଗୋଟିଏ ପଟେ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଶୀର୍ଷରେ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri