ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଥର ୫ଟି ମାର୍କେଟ୍‌ ୟାର୍ଡ, ୫୪ଟି ପ୍ୟାକ୍ସ ଓ ୨୬ଟି ମହିଳା ଏସ୍‌ଏଚ୍‌ଜି ଜରିଆରେ ଯୋଗାଣ ନିଗମ ଧାନ ସଂଗ୍ରହ କରିବ। କଷ୍ଟମ ମିଲିଂ ମାଧ୍ୟମରେ ସୁବର୍ଣ୍ଣପୁର ଜିଲାର ୪୧ଟି ମିଲର୍ସ ସାମିଲ ହେବେ। ଆବଶ୍ୟକ ହେଲେ ଅନ୍ୟ ଜିଲାର ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶୀଘ୍ର ମୌସୁମୀ ଆଗମନ ଓ ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଜୁନ୍‌ ୧୫ ତାରିଖ ସୁଦ୍ଧା ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିବାକୁ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁତ୍ୱାରୋପ କରିଥିଲେ। ଧାନ ସଂଗ୍ରହ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ପ୍ୟାକ୍ସଗୁଡିକ ସମ୍ପ୍ରସାରଣ କେନ୍ଦ୍ର(ମଣ୍ଡି) ଜରିଆରେ ଧାନ ସଂଗ୍ରହ କରିବାକୁ ଚାଷୀ ପ୍ରତିନିଧି ସଜ୍ଜନ ପଣ୍ଡା ଦାବି ଜଣାଇଥିଲେ। ତେବେ ଭଲ ଅମଳ ହେବାର ସମ୍ଭାବନା ଥିବା ବେଳେ ଏକର ପ୍ରତି କେତେ ପରିମାଣରେ ଧାନ ସଂଗ୍ରହ ହେବ, ତାହା ବୈଠକରେ ଚୁଡାନ୍ତ ହୋଇପାରି ନ ଥିଲା। ଗତଥର ଏକର ପ୍ରତି ୨୬ କୁଇଣ୍ଟାଲ ନିର୍ଦ୍ଧାରିତ ହୋଇଥିଲା । ଏହି ପରିମାଣ ଏଥର ବୃଦ୍ଧି କରିବାକୁ ମତପ୍ରକାଶ ପାଇଥିଲା। ଜିଲାର ମିଲର୍ସ ମାନେ ଗତ ଖରିଫ ଧାନ ସଂଗ୍ରହର ମାତ୍ର ୬୨% କଷ୍ଟମ ମିଲିଂ ଚାଉଳ ସରକାରଙ୍କୁ ଦେଇଛନ୍ତି। ଏଫସିଆଇ ଓ ଆରଆରସି ଗୋଦାମ ଖାଲିଥିଲେ ମଧ୍ୟ ଚାଉଳ ସଂଗ୍ରହ ହେଉ ନଥିବାରୁ ସମସ୍ୟା ହେଉଛି। ବୀରମହାରାଜପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ ମିଲର୍ସଙ୍କ ଚାଉଳ କିଭଳି ଏଫସିଆଇ ଓ ଆରଆରସି ନେବ ସେ ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ସମୟ ଅବଧି ବୃଦ୍ଧି କରିବା ଓ କଟ୍‌ନି ଛଟ୍‌ନି ରୋକିବା ଦିଗରେ ପଦକ୍ଷେପ ନେବାକୁ ଏମ୍‌ପି ପରାମର୍ଶ ଦେଇଥିଲେ । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିରେ ଚାଷୀ, ଏସଏଚଜିର ମହିଳା ଓ ପ୍ୟାକ୍ସ କର୍ମଚାରୀମାନେ ସାମାଜିକ ଦୂରତା ଅବଲମ୍ବନ ସହିତ ମାସ୍କ, ରୁମାଲ, ଗାମୁଛାରେ ମୁହଁକୁ ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜିଲାର ୩୫ହଜାର ୯୭୭ହେକ୍ଟର ଜମିରେ ଧାନ ଚାଷ ହୋଇଛି। ୨୨ହଜାର ୭୩୨ଚାଷୀଙ୍କ ପଞ୍ଜୀକରଣ ନବୀକରଣ ହୋଇଛି। ୬ହଜାର ୬ଜଣ ଚାଷୀ ନୂତନ ଭାବେ ପଞ୍ଜୀକରଣ କରିଥିବା ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୬୬ହଜାର ୯୧୧ ମେଟ୍ରିକ ଟନ ଧାନକ୍ରୟ ପାଇଁ ରାଜ୍ୟ ସରକାର ଟାର୍ଗେଟ୍‌ ଦେଇଛନ୍ତି। ଧାନକ୍ରୟର ୭ଦିନ ପୂର୍ବରୁ ଚାଷୀଙ୍କୁ ଅନଲାଇନରେ ଟୋକନ ଇସ୍ୟୁ କରାଯିବ। ଏହି ଟୋକନ ଯେପରି କ୍ୟାନସେଲ ନ ହୁଏ ଚାଷୀ ଓ ମିଲର୍ସ ଯତ୍ନବାନ ହେବାକୁ ଜିଲାପାଳ ତଥା କମିଟି ଅଧ୍ୟକ୍ଷ ମୋନିଷା ବାନାର୍ଜୀ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ସୋନପୁର ଉପଜିଲାପାଳ ବଳରାମ ମଲ୍ଳିକ, ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ଜେନା, ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଆସ୍ତେରିଆ କେର୍କେଟା, ଡୁଙ୍ଗୁରିପାଲି ଆରଏମସି ସମ୍ପାଦକ ଉଦିତ କୁମାର ବାବୁ, ବୀରମହାରାଜପୁର ସମ୍ପାଦକ କିଶୋର ନାଏକ ଏବଂ ମିଲର୍ସ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri