ବିଚାରପତି-ପ୍ରଶାସନ ବିବାଦ ତେଜିଲା: ସମୂହ କାର୍ଯ୍ୟବନ୍ଦ କଲେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପ୍ରଶାସନିକ ଅଧିକାରୀ

ଝାରସୁଗୁଡା ଅଫିସ,୫।୪- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ କଟକଣା ପାଳନ କରାଯାଉଛି। ଏହାକୁ ପାଳନ କରିବା ପାଇଁ ପୋଲିସ ଓ ଜିଲା ପ୍ରଶାସନର ଅଧିକାରୀମାନେ ନିୟୋଜିତ ଅଛନ୍ତି। ତେବେ କିଛିଦିନ ହେବ ଝାରସୁଗୁଡା ସହରରେ ବିଚାରପତି ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଘଟଣା ନଜରକୁ ଆସିଛି। ଲକଡାଉନ ବେଳେ ରାସ୍ତାରେ ଯିବା ଆସିବା କରୁଥିବା ବିଚାରପତିମାନଙ୍କୁ ପୋଲିସ ପକ୍ଷରୁ ଛଡା ଯାଉ ନ ଥିବା ଅଭିଯୋଗ ହେଉଥିଲା। ଏଥିପାଇଁ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଶୀତଳ ଯୁଦ୍ଧ ରବିବାର ଉଗ୍ରରୂପ ନେଇଛି । ଲାକଡାଉନ ଡ୍ୟୁଟିରେ ଥିବା ପ୍ରଶାସନିକ ଅଧିକାରୀମାନେ ପୂର୍ବାହ୍ନ ୧୧ଟାରୁ ସମୂହ କାର୍ଯ୍ୟ ବନ୍ଦ କରି ଜିଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ ରବିବାର ଝାରସୁଗୁଡା ଜିଲାରେ କାର୍ଯ୍ୟରତ ଜଣେ ବିଚାରପତିଙ୍କ ଅଫିସ କର୍ମଚାରୀ କୌଣସି କାର୍ଯ୍ୟରେ ବସଷ୍ଟାଣ୍ଡ ଅଞ୍ଚଳକୁ ଆସିଥିଲେ। ତାଙ୍କୁ ଜଣେ ପ୍ରଶାସନିକ ଅଧିକାରୀ ଅଟକାଇ ବାହାରେ ବୁଲିବାକୁ ବାରଣ କରିଥିଲେ। ଏହା ପରେ ବିଚାରପତି ଜଣକ ସମ୍ପୃକ୍ତ ଅଧିକାରୀଙ୍କୁ କୁଅାଡେ ଫୋନ ଯୋଗେ କାଟୁ ଭାଷା ପ୍ରୟୋଗ କରିଥିଲେ। ପରେ ଲକଡାଉନ ଡ୍ୟୁଟିରେ ଥିବା ସମସ୍ତ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟବନ୍ଦ କରିଥିଲେ। ପରେ ସମସ୍ତେ ଝାରସୁଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୈଠକ କରି ଜିଲାପାଳ ସାମଲଙ୍କୁ ସାକ୍ଷାତ କରି ଅଭିଯୋଗ କରିବାକୁ ଯାଇଥିଲେ। ଜିଲାପାଳ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅତିରିକ୍ତ ଜିଲାପାଳ ପ୍ରଦୀପ ସାହୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଲକଡାଉନ କଟକଣା ପାଳନ ଜରୁରୀ ଥିବାରୁ ସମସ୍ତ ଅଧିକାରୀମାନଙ୍କୁ ଡ୍ୟୁଟି କରିବାକୁ ପରାମର୍ଶ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସମସ୍ତ ଅଧିକାରୀ ଦିନ ୧୨ଟା ୩୦ ବେଳେ ଡ୍ୟୁଟିକୁ ଫେରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri