ପ୍ରହସନ ପାଲଟିଛି ପ୍ଲାଷ୍ଟିକମୁକ୍ତ ଅଭିଯାନ

ରତ୍ନଗିରି,୧୩।୩(ଡିଏନଏ): ପରିବେଶକୁ ପଲିଥିନ ଓ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବା ପାଇଁ ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାତ୍ର ବରୀ ଅଞ୍ଚଳରେ ତାହା କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଏହି ଅଞ୍ଚଳର ବାଲିଆ, ରତ୍ନଗିରି, କାଇପଡ଼ା, ବରୀ ପ୍ରଭୃତି ଅଞ୍ଚଳରେ କୁଢକୁଢ ପ୍ଲାଷ୍ଟିକ୍‌, ପାଣି ବୋତଲ, ପଲିଥିନ ପଡ଼ିରହିଛି। ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ପ୍ରଥମେ ଆଇନ କଡ଼ାକଡ଼ି କରାଯାଇଥିଲା। ଫଳରେ ବ୍ୟବସାୟୀମାନେ ଭୟରେ ପଲିଥିନ ବ୍ୟବହାର କରୁ ନ ଥିଲେ। ଏହାପରେ ଧୀରେଧୀରେ ଲୁଚାଛପାରେ ପଲିଥିନ ବ୍ୟବହାର ଚାଲିଥିଲା। ପଲିଥିନ ବ୍ୟବହାରକାରୀ ଓ ବିକ୍ରେତାଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ଖୁଲମଖୁଲା ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ପଲିଥିନ ବ୍ୟବହାର ବ୍ୟବହାର ଉପରେ ୨୦୦୪ରେ ଅଙ୍କୁଶ ଲଗାଇଥିଲେ। ସରକାରୀ ନିୟମ ମୁତାବକ କୌଣସି ବ୍ୟବସାୟୀ ୨୦ ମାଇକ୍ରେନରୁ କମ୍‌ ମୋଟେଇର ପଲିଥିନ ବ୍ୟବହାର କରିପାରିବେ ନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି। ପ୍ରଥମେ ଏହି ନିୟମ ସହରାଞ୍ଚଳରୁ ଲାଗୁ କରାଯାଇ ପରବର୍ତ୍ତୀ ସମୟରେ ଗ୍ରାମାଞ୍ଚଳରେ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସରକାରଙ୍କ ତରଫରୁ ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ନିୟମ କଡାକଡିଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ତାହାର କୌଣସି ପ୍ରଭାବ ବରୀ ଅଞ୍ଚଳରେ ଦେଖିବାକୁ ମିଳିନାହିଁ। ପ୍ରଶାସନ ଦ୍ୱାରା ପଲିଥିନର ଉପତ୍ାଦନ, ଯୋଗାଣ, ମହଜୁଦୀକରଣ ଓ ବ୍ୟବହାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବ୍ୟବସାୟୀମାନେ ଖୁଲମଖୁଲାଭାବେ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ପାନ ଦୋକାନୀଠାରୁ ଆରମ୍ଭ କରି ପରିବା ଦୋକାନୀ, ତେଜରାତି ଦୋକାନୀ, ମାଛ ଓ କପଡ଼ା ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ପଲିଥିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ରାସ୍ତାକଡ଼, ଜନବସତି, ଚିକିସତ୍ାଳୟ ଓ ନଦୀପଠା ଆଦି ସ୍ଥାନରେ ବିକ୍ଷିପ୍ତଭାବେ ପଲିଥିନ ଓ ପ୍ଲାଷ୍ଟିକ ପଡ଼ିଥିବା ଦେଖିବାକୁ ମିଳୁଛି। ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ପ୍ରତି ଆଇନରେ କଠୋର ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହି ଆଇନ୍‌ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ତରଫରୁ ସ୍କ୍ବାର୍ଡ ଗଠନ କରି ଚଢାଉ କରାଯିବାର ଆବଶ୍ୟକତା ଥିଲାବେଳେ ଅଦ୍ୟାବିଧି ଜିଲା ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତମୂଳକଭାବେ ନିଆଯାଉ ନାହିଁ। ଫଳରେ ପଲିଥିନ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନର ଆନ୍ତରିକତା ନ ଥିବା କୁହାଯାଉଛି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର କରାଯାଉଥିବା ପଲିଥିନଗୁଡିକ ଦୂରାରୋଗ୍ୟ କ୍ୟାନସର ସୃଷ୍ଟିର ମୁଖ୍ୟ କାରଣ ହୋଇଥିବାବେଳେ ଏଗୁଡିକ ଡ୍ରେନ କିମ୍ବା ରାସ୍ତାରେ ପଡ଼ିରହୁଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏହା ସହିତ ବୁଲା ଗୋରୁ ଓ କୁକୁର ଏହି ପଲିଥିନ ଓ ପ୍ଲାଷ୍ଟିକ ଖାଇବା ଯୋଗୁ ମୃତ୍ୟୁମୁଖରେ ପଡ଼ୁଥିବା ନଜିର ରହିଛି। ଏହା ଉପରେ ଗୁରୁତ୍ୱ ଦେଇ ଯାଜପୁର ଜିଲା ପ୍ରଶାସନ ବେଆଇନଭାବେ ମହଜୁଦକାରୀ, ରପ୍ତାନୀକାରୀ ଓ ବ୍ୟବହାର କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ, ଖୁବ୍‌ଶୀଘ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା । ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ...

ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…

ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍‌ନିକ୍‌ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...

ପାକିସ୍ତାନକୁ ଧନ୍ୟବାଦ ଦେଲା ଆମରିକା, ଖୁସିରେ ଗଦଗଦ ହେଲେ ଶେହବାଜ

ଇସଲାମାବାଦ,୨୦।୧୨: ଗାଜାରେ ଯୁଦ୍ଧ ପରବର୍ତ୍ତୀ ସୁରକ୍ଷା ପ୍ରତିଷ୍ଠା ପାଇଁ ଆମେରିକାର ପ୍ରୟାସ ମଧ୍ୟରେ, ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ଗାଜା...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ଠିକ୍‌ ଭାବେ ହେଉନି ଅଧିକାଂଶ ବିଭାଗର କାର୍ଯ୍ୟ: ସାଧାରଣ ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୨୦ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହରେ ଶୁକ୍ରବାର ୫ମ ମାସିକ ବୈଠକ ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri