ରାଜସ୍ବ ବିଭାଗରେ ମୋ’ ସରକାର ବିଫଳ: ବନ୍ଦ ହେଉନି ମେଶିନରେ ବାଲି ଉତ୍ତୋଳନ, ଜୀବିକା ହରାଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୮।୩: ରାଜସ୍ବ ଓ ପ୍ରାକୃତିକ ବିପଯର୍ର୍‌ୟୟ ପରିଚାଳନା (ଆରଆଣ୍ଡଡିଏମ୍‌) ବିଭାଗ ଗତ ୨୬ତାରିଖଠାରୁ ମୋ’ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛି। ହେଲେ ଏଯାଏ ମୋ’ ସରକାର ଯୋଜନାର ତାତ୍ପର୍ଯ୍ୟ ଯାଜପୁର ଜିଲା ରାଜସ୍ବ ବିଭାଗର ତହସିଲ କାର୍ଯ୍ୟଳୟଗୁଡ଼ିକୁ ପହଞ୍ଚି ପାରିନାହିଁ। ମୋ’ସରକାର କାର୍ଯ୍ୟକ୍ରମରେ ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆମତ୍ା ବୋଲି ଅଭିହିତ କରାଯାଇଛି। କିନ୍ତୁ ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ମେଶିନ ଦ୍ୱାରା ବାଲି ଉତ୍ତୋଳନ ବନ୍ଦ ହେଉନି। ଶ୍ରମିକ ନିୟୋଜନ କରି ହାତରେ ବାଲି ଉତ୍ତୋଳନ ପାଇଁ ଲିଜ୍‌ ଦିଆଯାଇଥିବାବେଳେ ମେଶିନ ଲଗାଇ ଶ୍ରମିକଙ୍କ ପେଟରେ ଲାତ ମରାଯାଉଛି। ଏଠାରେ ଜନସାଧାରଣ ଗଣତନ୍ତ୍ରର ଆମତ୍ା ନୁହେଁ ବରଂ ତହସିଲ ଅଧିକାରୀ ଓ ଜନପ୍ରତିନିଧି ବାଲି ମାଫିଆଙ୍କ ଆମତ୍ା ହୋଇଛନ୍ତି ବୋଲି ଆଲୋଚନା ହେଉଛି।

୨୦୧୭ରେ ବାଲି ଖାଦାନ ଓ ପରିବହନରେ ପ୍ରଭାବିତ ସାଆଁଳା ଓ ଆଖପାଖ ଗ୍ରାମବାସୀ ବ୍ୟାସନଗର ତହସିଲଦାରଙ୍କ ସମେତ ଉପଜିଲାପାଳ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସମ୍ପୃକ୍ତ ବାଲି ବ୍ୟବସାୟୀଙ୍କ କବ୍‌ଜାରେ ଜିଲା ରାଜସ୍ବ ବିଭାଗର ଅଧିକାଂଶ ଅଧିକାରୀ ଛନ୍ଦି ହୋଇଥିବାରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲା ନାହିଁ। ଏହାପରେ ସାଆଁଳା ଗ୍ରାମବାସୀ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ତଥାପି ଏହି ବାଲି ବ୍ୟବସାୟରେ ସମ୍ପୃକ୍ତ ଅଧିକାରୀମାନେ ଚୂପ ହୋଇ ରହିଛନ୍ତି। ଅନ୍ୟପକ୍ଷେ ବାଲି ଲିଜ୍‌ଧାରୀ ଗାଡ଼ି ମାଲିକଙ୍କଠାରୁ ନିର୍ଦ୍ଧାରିତ ଦରଠାରୁ ଦୁଇଗୁଣରୁ ଊର୍ଦ୍ଧ୍ୱ ଟଙ୍କା ନେଉଛନ୍ତି। ଟିପ୍ପର ଗାଡ଼ିରେ ବାଲି ସିଏମ୍‌ ପ୍ରତି ୩୬ ଟଙ୍କା ଦର ନିର୍ଦ୍ଧାରିତ ହୋଇଛି। ଫଳରେ ୬ସିଏମ୍‌ ବାଲି ପରିବହନ ପାଇଁ ୨୧୬ ଟଙ୍କା, ଲୋଡିଂ ବାବଦକୁ ୨୦୦ ଟଙ୍କା, କଣ୍ଟ୍ରାକ୍ଟର ଲାଭ ୧୨ପ୍ରତିଶତ ଅନୁସାରେ ୫୦ ଟଙ୍କା ଭାବେ ସମୁଦାୟ ୪୬୬ ଟଙ୍କା ହେବା କଥା। କିନ୍ତୁ ଠିକାଦାର ୪୬୬ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ଦର ନେଉଛନ୍ତି। ସେହିପରି ହାଇୱାରେ ସିଏମ୍‌ ପ୍ରତି ବାଲି ମୂଲ୍ୟ ୩୬ ଟଙ୍କା ହିସାବରେ ୧୪ ସିଏମ୍‌କୁ ୫୦୪ ଟଙ୍କା, ଲୋଡିଂ ବାବଦକୁ ୪୦୦ ଟଙ୍କା ଓ କଣ୍ଟ୍ରାକ୍ଟର ଲାଭ ୧୨ ପ୍ରତିଶତ ଅନୁସାରେ ୧୦୮ ଟଙ୍କା ଭାବେ ମୋଟ ୧୦୧୨ ଟଙ୍କା ହେବା କଥା। କିନ୍ତୁ ହାଇୱା ଗାଡ଼ି ପ୍ରତି ଠିକାଦାର ୨୫୦୦ ଟଙ୍କା ନେଉଛନ୍ତି। ଏନେଇ ଗ୍ରାମବାସୀ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(କେଶ ନମ୍ବର-୧୬୨/୨୦୧୬/ଇଜେଡ) ଏକ ମାମଲା ରୁଜୁ କରିଥିଲେ। ହେଭି ଭେଇକିଲ ଓ ମେଶିନ ସହାୟତାରେ ବାଲି ଉତ୍ତୋଳନ ନ କରି ମାନୁଆଲ ବାଲି ଉତ୍ତୋଳନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଆଇନର ଉଲ୍ଲଂଘନ କରୁଥିବା ଲିଜ୍‌ଧାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏଠାରେ ରାଜସ୍ବ, ପୋଲିସ ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) କର୍ତ୍ତୃପକ୍ଷ ଏନ୍‌ଜିଟି ନିର୍ଦ୍ଦେଶକୁ ଭୃକ୍ଷେପ କରି ନାହାନ୍ତି। ୨ଦିନ ତଳେ ବ୍ୟାସନଗର ତହସିଲଦାର ୧୬ନମ୍ବର ଜାତୀୟ ରାଜପଥ, ଷଠିପୁର ଆଦି ସ୍ଥାନରେ ଚଢ଼ାଉ କରି ବାଲି, ମୋରମ, ଚିପ୍ସ ବୋଝେଇ ଗାଡ଼ିଗୁଡିକ ଜବତ କରି ଜରିମାନା ଆଦାୟ କରିଥିଲେ। କିନ୍ତୁ ମେଶିନ ସହାୟତାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ସାଆଁଳା ଘାଟରେ ତହସିଲଦାରଙ୍କ ଦୃଷ୍ଟି ପଡ଼ିନି। ମୋ’ ସରକାର କାର୍ଯ୍ୟକ୍ରମ ଅନୁସାରେ ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି। ଲୋକମାନେ ହିଁ ପ୍ରକୃତ ମାଲିକ। ତହସିଲ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ହେଲେ ବାଲି ବ୍ୟବସାୟୀଙ୍କ ସ୍ବାର୍ଥକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇ ତହସିଲ କର୍ତ୍ତୃପକ୍ଷ ଐତିହାସିକ ମୋ’ ସରକାର କାର୍ଯ୍ୟକ୍ରମକୁ ଭୁଲି ଯାଇଛନ୍ତି। ଏସଂକ୍ରାନ୍ତରେ ବ୍ୟାସନଗର ତହସିଲର ଭାରପ୍ରାପ୍ତ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳଙ୍କୁ ପଚାରିବାରେ, ସାଆଁଳା ବାଲିଘାଟରେ ଚଢ଼ାଉ କରାଯାଇ ୪ଟି ଗାଡ଼ି ଜବତ କରିବା ସହ ଜରିମାନା ଆଦାୟ ହେଉଛି। ମେଶିନ ଦ୍ୱାରା ଯଦି ବାଲି ଉତ୍ତୋଳନ ହେଉଥିବା ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭୂଜବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri