ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ : ୬ମାସ ପରେ ଗଠନ ହେଲା ନାକ୍‌ କମିଟି

ଯାଜପୁରରୋଡ,୭ା୬(ନି.ପ୍ର)- ଯାଜପୁର ରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛି। ମାତ୍ର ଏବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷଙ୍କ ଅବହେଳା ଯୋଗୁ ଏହି ମହାବିଦ୍ୟାଳୟ ସ୍ବୟଂଶାସିତ ମାନ୍ୟତା ହରାଇବା ଆଶଙ୍କା ଦେଖାଦେଇଛି। ଜାନୁୟାରୀରେ ନାକ୍‌ କମିଟି ଗଠନ କରିବାକୁ ଥିବାବେଳେ ପୂର୍ବତନ ଅଧ୍ୟକ୍ଷ ତାହା ନ କରି ଅବସର ନେଇ ସାରିଥିବାରୁ ନୂତନ ଅଧ୍ୟକ୍ଷ ଆବୁ ତାହିର ଅଡ଼ୁଆରେ ପଡିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ଅଧ୍ୟକ୍ଷ ଗତ ଜାନୁୟାରୀରେ ନାକ୍‌ କମିଟି ଗଠନ କରି ସ୍ବୟଂଶାସିତ ମାନ୍ୟତା ସମ୍ପର୍କରେ ଏକ ରିପୋର୍ଟ ଅଟୋନୋମସ୍‌ ମଞ୍ଜୁରୀ କମିଟିକୁ ପ୍ରଦାନ କରିବା କଥା। ସେ ସମ୍ପର୍କିତ ସମସ୍ତ ଆନୁଷଙ୍ଗିକ କାଗଜାଦି ପ୍ରସ୍ତୁତ କରାଯାଇ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ ଆୟୋଗଠାରେ ଯଥା ସମୟରେ ପୈଠ ହେବା କଥା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଦୀର୍ଘ ୬ ମାସ ପରେ ନାକ୍‌ କମିଟି ଗଠନ କରାଯାଇଛି। ଏହି କମିଟି ସ୍ବୟଂଶାସିତ ସମ୍ପର୍କିତ କାଗଜାଦି ପ୍ରସ୍ତୁତ କରିବାକୁ ସମୟ ଲାଗିବ ବୋଲି କୁହାଯାଉଛି। ମହାବିଦ୍ୟାଳୟର ବିଭିନ୍ନ ବିଭାଗର କାଯର୍‌ୟ ଦକ୍ଷତା ସର୍ମ୍ପକରେ ଉଲ୍ଲେଖ କରାଯାଇ ଆବଶ୍ୟକ ନଥିପତ୍ର ଦେବା ପାଇଁ କମିଟିକୁ ଦାୟିତ୍ୱ ଦିଆଯାଇଛି। ୩ବର୍ଷ ଧରି ମହାବିଦ୍ୟାଳୟ ୟୁଜିସି ଦେଇ ନ ଥିବାରୁ କଲେଜକୁ ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠି ବନ୍ଦ ରହିଛି। ଫଳରେ ମହାବିଦ୍ୟାଳୟ ବିକାଶରେ ଏହା ବାଧକ ସାଜିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟାନୁପାତରେ ମହାବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଖେଳ ପଡିଆର ଉନ୍ନତିକରଣ, ପାଠାଗାରର ଉନ୍ନତି, ବିଜ୍ଞାନଗାରରେ ଆବଶ୍ୟକୀୟ ଯନ୍ତ୍ରପାତି, ସେମିନାର ଆୟୋଜନ ଆଦିରେ ଏଥିଯୋଗୁ ବାଧକ ସାଜିଛି। ପୂର୍ବତନ ବିଦାୟୀ ଅଧ୍ୟକ୍ଷଙ୍କ ଗୋଷ୍ଠୀ ଓ ଅନ୍ୟ କେତେଜଣ ଅଧ୍ୟାପକଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାରୁ କଲେଜ ପରିଚାଳନାରେ ଅନେକ ସମୟରେ ବ୍ୟାଘାତ ସୃଷ୍ଟି ହେଉଥିଲା। ଏହାର ଉଦାହରଣ ଭାବେ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ବିଚାରକୁ ନିଆଯାଇପାରେ। ସ୍ବୟଂଶାସିତ ମାନ୍ୟତା ଯଦି କୈାଣସି ପରିସ୍ଥିତିରେ କଲେଜ ହରାଏ ସେଥିପାଇଁ ପୂର୍ବତନ ଅଧ୍ୟକ୍ଷ ଓ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ପୂର୍ବତନ କୋରେଇ ବିଧାୟକ ଉତ୍ତରଦାୟୀ ବୋଲି ପୁରାତନ ଛାତ୍ର ସଂସଦ ସଭାପତି ବିଦ୍ୟାଧର ମହାନ୍ତି ଅଭିଯୋଗ କରିଛନ୍ତି। ପୁରାତନ ଛାତ୍ର ନେତା ପ୍ରଫୁଲ୍ଲ ନାୟକ, ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବା ପାଇଁ ଆନୁଷଙ୍ଗିକ କାଗଜାଦି ଆୟୋଗ ନିକଟକୁ ତୁରନ୍ତ ପଠାଇବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ବତନ ଅଧ୍ୟକ୍ଷ ହେମନ୍ତ ରାଉତଙ୍କୁ ପଚାରିବାରେ, ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବାକୁ ନାକ୍‌ କମିଟି ଗଠନର ସମୟସୀମା ଡିସେମ୍ବର ପର୍ଯ୍ୟନ୍ତ ରହିଛି। ତେଣୁ ହାତରେ ସମୟ ଥିବାରୁ ସେ କମିଟି ଗଠନ କରି ନ ଥିବା କହିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ତାହିରଙ୍କୁ ପଚାରିବାରେ, ଜାନୁୟାରୀରୁ ନାକ୍‌ କମିଟି ଗଠନ ହେବା କଥା। କାରଣ ଏ ସମ୍ପର୍କିତ କାଗଜାଦି ପ୍ରସ୍ତୁତ କରିବାକୁ ସମୟ ଲାଗିଥାଏ। ଗତ ମେ ୩୧ରେ ସେ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଜୁନ ୧ରେ ନାକ୍‌ କମିଟି ଗଠନ କରିଛନ୍ତି। ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଟି ପରିଦର୍ଶନ କରିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ହିଂସାରେ ଖବରଦାତାଙ୍କ ମୃତ୍ୟୁ, ୪ ପୋଲିସ କର୍ମଚାରୀ ଆହତ: ଆଡଭାଇଜରୀ ଜାରି କଲା ଭାରତ

ଢାକା,୧୯।୧୨: ଡିସେମ୍ବର ୧୯ ତାରିଖରେ ଛାତ୍ର ବିଦ୍ରୋହ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ, ବାଂଲାଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଢାକାରେ ଜନସାଧାରଣଙ୍କ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଭାଜପା ପରେ ଆଜି ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି

ଭୁବନେଶ୍ବର,୧୯ା୧୨: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିରୋଧାଭାବ ଦେଖିବାକୁ ମିଳୁଛି । ଗତକାଲି ଭାଜପା ବିଧାୟକମାନେ ଏହି ପ୍ରସଙ୍ଗ ଉପରେ ପୁର୍ନବିଚାର...

ଦିବ୍ୟାଙ୍ଗଠାରୁ ଲାଞ୍ଚ ମାଗି ବଦଳିଲେ ଆର୍‌ଆଇ, ଚାକିରିରୁ ବିଦା ହେଲେ ପିଅନ

ବାସୁଦେବପୁର,୧୯ା୧୨(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇରମ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବେସରକାରୀ ଭାବେ କାର୍ଯ୍ୟରତ ପିଅନ କାଳିଆ ବେହେରା ଜଣେ ଦିବ୍ୟାଙ୍ଗଙ୍କଠାରୁ...

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ...

ଆମେରିକାରେ ଲାଗିବ ନିଆଁ! ଟ୍ରମ୍ପଙ୍କ ମୁହଁ ଉପରେ ଏଭଳି ଚେତାବନୀ ଦେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୧୯।୧୨: ଟ୍ରମ୍ପ ନିକଟରେ ଏକ ପଦକ୍ଷେପ ନେଇଛନ୍ତି ଯାହାକୁ ଶୁଣି ଚାଇନାର ନିଦ ହଜିଯାଇଛି। ହେଲେ ଏହାକୁ ନେଇ ଚୁପ୍‌ ବସିନି ଚାଇନା। ଏହାରି ଭିତରେ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri