ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଲଣ୍ଡନ,୩।୬(ଏଏଫପି)- ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ପ୍ରଥମ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ବାଂଲାଦେଶ ୨୧ ରନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ୬ ଉଇକେଟ ହରାଇ ୩୩୦ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ଉଇକେଟ ହରାଇ ୩୦୯ ରନ କରି ପରାସ୍ତ ହୋଇଛି। ଏଥିସହିତ ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟରେ ଦ୍ୱିତୀୟ ପରାଜୟ ବରଣ କରିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ଗୁରୁବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡଠାରୁ ୧୦୪ ରନରେ ହାରିଥିଲା। ଗୋଟିଏ ଉଇକେଟ ନେବା ସହ ୭୫ ରନର ଦମ୍‌ଦାର ପାଳି ଖେଳିଥିବା ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ତାରିଖ ବୁଧବାର ସାଉଥାମ୍ପଟନରେ ଭାରତ ସହ ମୁକାବିଲାରେ ଅବତୀର୍ଣ୍ଣ ହେବ।
୩୩୧ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛାକରି ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଆବଶ୍ୟକ ହାରରେ ରନ ସଂଗ୍ରହ କରିପାରି ନ ଥିଲା। ବାଂଲାଦେଶ ବୋଲରମାନେ ପରିସ୍ଥିତି ଅନୁଯାୟୀ ଉପଯୋଗୀ ପ୍ରଦର୍ଶନ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ଅଧିନାୟକ ଡୁପ୍ଲେସି ସର୍ବାଧିକ ୬୨ (୫୩ ବଲ, ୫ ଚୌକା, ୧ ଛକା), ଏଡେନ ମାରକ୍ରାମ ୪୫, ଜେପି ଡୁମିନି ୪୫ (୩୭ ବଲ, ୪ ଚୌକା), ରାସି ଭାନ ଡେର ଦୁସେନ ୪୧ (୩୮ବଲ, ୨ ଚୌକା, ୧ ଛକା), ଡେଭିଡ ମିଲର ୩୮, କ୍ୱିଣ୍ଟନ ଡିକକ୍‌ ୨୩ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଣ୍ଡିଲ ଫେଲୁକ୍ୱାୟୋ ୮, କ୍ରିସ ମୋରିସ ୧୦ ରନ କରି ଆଉଟ ହୋଇଥିବା ବେଳେ କାଗିସୋ ରାବାଡ଼ା ୧୩ ଓ ଇମ୍ରାନ ତାହିର ୧୦ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଂଲାଦେଶ ପକ୍ଷରୁ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ସର୍ବାଧିକ ୩, ମହମ୍ମଦ ସୈଫୁଦ୍ଦିନ ୨, ମେହିଦି ହାସନ ମିରାଜ ଓ ସାକିବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଥିଲା। ଦକ୍ଷିଣ ଆଫ୍ରିକା ଭଳି ଏକ ଦୃଢ ଦଳ ତଥା ଶକ୍ତିଶାଳୀ ବୋଲିଂ ଲାଇନ୍‌ଅପ୍‌ ବିପକ୍ଷରେ ବାଂଲାଦେଶ ୬ ଉଇକେଟ ହରାଇ ୩୩୦ ରନ ସଂଗ୍ରହ କରିଛି। ବିଶ୍ୱକପ୍‌ ତଥା ଦିନିକିଆ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହା ବାଂଲାଦେଶ ପାଇଁ ସର୍ବାଧିକ ସ୍କୋର ସାବ୍ୟସ୍ତ ହୋଇଛି। ଏହାପୂର୍ବରୁ ୨୦୧୫ରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ୬ ଉଇକେଟ ହରାଇ ସର୍ବାଧିକ ୩୨୯ ରନ ସଂଗ୍ରହ କରିଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ, ସାକିବ ଅଲ ହାସନ, ମହମୁଦୁଲ୍ଲା, ସୌମ୍ୟ ସରକାର ଦମ୍‌ଦାର ବ୍ୟାଟିଂ କରିବା ସହ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉଚିତ୍‌ ମୁକାବିଲା କରିଥିଲେ। ତାରକା ଓପନର ତାମିମ ଇକବାଲ ୧୬ ରନ କରି ପ୍ରଥମେ ଆଉଟ ହୋଇଥିଲେ। ୮୦ ବଲର ସମ୍ମୁଖୀନ ହୋଇ ମୁସ୍‌ଫିକର ୮ଟି ଚୌକା ସହ ସର୍ବାଧିକ ୭୮ ରନ ସଂଗ୍ରହ କରିଥିଲେ। ସେହିପରି ୮ ଚୌକା, ୧ ଛକା ସହ ୮୪ଟି ବଲ ଖେଳି ସାକିବ ୭୫, ୩୦ ବଲରୁ ୯ ଚୌକା ସହ ସୌମ୍ୟ ୪୨ ରନ କରି ଆଉଟ ହୋଇଥିଲେ। ମହମୁଦୁଲ୍ଲା ୩୩ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୪୬ ରନ କରି ଅପରାଜିତ ରହି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ମିଥୁନ ୨୧ ରନ କରି ଆଉଟ ହୋଇଥିବା ବେଳେ ମେହିଦି ହାସନ ୫ ରନ କରି ଅପରାଜିତ ରହିଥିଲେ। ତୃତୀୟ ଉଇକେଟ ଯୋଡିରେ ମୁସ୍‌ଫିକର ଓ ସାକିବ ୧୪୧ ବଲରୁ ୧୪୨ ରନ ସଂଗ୍ରହ କରି ଦଳକୁ ମଜଭୁତ ସ୍ଥିତି ପ୍ରଦାନ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଅଭିଜ୍ଞ ସ୍ପିନର ଇମ୍ରାନ ତାହିର, କ୍ରିସ ମୋରିସ ଓ ଆଣ୍ଡିଲ ଫେଲୁକ୍ୱାୟୋ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୫୦ ଓଭରରେ ୩୩୦/୬
(ମୁସ୍‌ଫିକର- ୭୮, ସାକିବ- ୭୫, ମହମୁଦୁଲ୍ଲା- ୪୬*, ସୌମ୍ୟ- ୪୨, ମୋସାଡେକ- ୨୬, ଫେଲୁକ୍ୱାୟୋ- ୨/୫୨, ମୋରିସ- ୨/୭୩, ତାହିର- ୨/ ୫୭)।
ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୩୦୯/୮
(ଡୁପ୍ଲେସି- ୬୨, ମାରକ୍ରାମ- ୪୫, ଡୁମିନି- ୪୫, ଦୁସେନ- ୪୧, ମିଲର- ୩୮, ଡିକକ-୨୩, ମୁସ୍ତାଫିଜୁର- ୩/୬୭, ସୈଫୁଦ୍ଦିନ- ୨/୫୭ )


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri