ବିହନ ନିଗମ ଅଧ୍ୟକ୍ଷଙ୍କ ଡାବୁଗାଁ ଗସ୍ତ: ବୁଲି ଦେଖିଲେ କାରଖାନା

ଡାବୁଗାଁ,୬।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ବିହନ ନିରଳୀକରଣ କାରଖାନାକୁ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସୋମବାର ଗସ୍ତ କରିଛନ୍ତି । ଅଧ୍ୟକ୍ଷ ନିଗମର କାରଖାନା ବୁଲି ଦେଖିବା ସହ ନବରଙ୍ଗପୁର ଜିଲାରେ ଥିବା ନିଗମର ପଞ୍ଜୀକୃତ ଚାଷୀ ଓ ବିକ୍ରେତାମାନଙ୍କ ସହ ଆଲୋଚନା କରିଥିଲେ। କିପରି ବିହନ ବିକ୍ରି ବୃଦ୍ଧି, ଚାଷୀଙ୍କ ଉତ୍ପାଦନ ବୃଦ୍ଧି ହେବ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିରେ ଓଡ଼ିଶା ରାଜ୍ୟ ବିହନ ନିଗମର ଜୟପୁର ଶାଖା ଜୋନାଲ ପରିଚାଳକ ଶିତିକଣ୍ଠ ଦାସ, ହିସାବ ରକ୍ଷକ ବିଜୟ କୁମାର ଜେନା, ଚାଷୀ ସୁରେନ୍ଦ୍ର କୁମାର ମିଶ୍ର, ବାବି ଜେନା, ଅବଦୁଲ ଜିଲାନୀ, ପ୍ରଶାନ୍ତ ପାଣିଗ୍ରାହୀ, ଏସ୍‌. ରବି ପ୍ରସାଦ, ସନ୍ତୋଷ କୁମାର ବେହେରା, ଡି. ରାଜା, ବି. ଆନନ୍ଦ ରାଓ, ଜି. ବିନୋଦ କୁମାର ଓ କର୍ମଚାରୀ ନିରଞ୍ଜନ ଭୂୟାଁ, ଅରୁଣ କୁମାର ପଣ୍ଡା, ଚନ୍ଦ୍ରଶେଖର ସାହୁ ଏବଂ ଜିଲାର ବିଭିନ୍ନ ବ୍ଲକରୁ ଚାଷୀ ଓ ବିକ୍ରେତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳଦ ମାରି ବାଘ ମଲା ,ମାଲିକ ମୁଣ୍ଡରେ ସାଂଘାତିକ ଅଭିଯୋଗ ବୋଳିଥିଲେ…

ବଣାଇଁ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏକ ମାଇ କଲରାପତ୍ରିଆ ବାଘର ମତ୍ୟୁ ଘଟିଥିବା ଜଣାପଡିଛି । ବାଘଟି ପ୍ରାୟ...

ଜନଗଣନା କରିବାକୁ ଆସୁଥିବା ୩୦ଲକ୍ଷ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଅଲଗା ଦରମା ଦେବେ କି? ସତ ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:ଆଗାମୀ 2027 ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ 11,718 କୋଟିର ବଜେଟକୁ ଅନୁମୋଦନ କରିଛି। ଏଥିରେ ଉଲ୍ଲେଖନୀୟ ଯେ ଏହା ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ...

ତଳ ମୁହାଁ ପାରଦ: ଜି.ଉଦୟଗିରିରେ ୩.୧ ଡିଗ୍ରୀ

ଜି.ଉଦୟଗିରି, ୧୨ା୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ...

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri