Posted inଜାତୀୟ

ଆତଙ୍କବାଦୀଙ୍କ ବର୍ବରତା: ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର,୩୦ା୧୦(ପି.ଟି.) : ୟୁରୋପୀୟ ସଂଘ(ଇୟୁ)ର ୨୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଜମ୍ମୁ-କଶ୍ମୀର ଗସ୍ତ କରିଥିବାବେଳେ ଆତଙ୍କବାଦୀମାନେ କୁଲଗାମ ଜିଲାରେ ରକ୍ତର ହୋଲି ଖେଳିଛନ୍ତି। ସେମାନେ କତ୍ରାସୁ ଗ୍ରାମରେ ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରି ତଲାସି ଅଭିଯାନ ଚଳାଇଛି।
ଇୟୁ ପ୍ରତିନିଧିମାନେ କଶ୍ମୀର ଗସ୍ତ କରି ଉପତ୍ୟକାବାସୀଙ୍କୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପର ଅନୁଭୂତି ପଚାରି ବୁଝୁଥିବାବେଳେ ଆତଙ୍କବାଦୀ ରକ୍ତମୁଖା ହୋଇଯାଇଛନ୍ତି। କୁଲଗାମ୍‌ରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୬ ଶ୍ରମିକ ଟଳିପଡ଼ିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲାର ଶେଖ୍‌ କମ୍‌ରୁଦ୍ଦିନ, ଶେଖ୍‌ ମହମ୍ମଦ ରଫିକ୍‌, ଶେଖ୍‌ ମୁର୍ନସୁଲିନ୍‌, ଶେଖ୍‌ ନିଜାମୁଦ୍ଦିନ, ମହମ୍ମଦ ରଫିକ୍‌ ଶେଖ୍‌ ଓ ହଜୁର ଉଦ୍ଦିନ। ଏମାନେ ଏଠାରେ ରାଜମିସ୍ତ୍ରି ଓ କାର୍ପେଣ୍ଟର ଭାବେ କାମ କରୁଥିଲେ। ଆତଙ୍କବାଦୀମାନେ ସେମାନଙ୍କୁ ବାହାରକୁ ନେଇ ଗୁଳି କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ୫ ନିହତ ହୋଇଥିବାବେଳେ ହଜୁର ଉଦ୍ଦିନଙ୍କୁ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ଘଟିଛି। ଆଉ କେତେଜଣ ଶ୍ରମିକ ନିଖୋଜ ଥିବା କୁହାଯାଉଛି।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ହଟାଇବା ପରଠୁ ଆତଙ୍କବାଦୀମାନେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ଟାର୍ଗେଟ କରୁଛନ୍ତି। ଅନନ୍ତନାଗ ଜିଲା ଉଦ୍ଧମପୁରରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭର ନିହତ ହୋଇଥିଲେ। ଅକ୍ଟୋବର ୨୪ରେ ଶୋପିଆନ୍‌ ଜିଲାରେ ଆତଙ୍କବାଦୀମାନେ ୨ ଜଣ ଅଣକଶ୍ମୀରୀ ଟ୍ରକ୍‌ ଚାଳକଙ୍କୁ ହତ୍ୟା କରିଥିଲେ। ଗତ ୨୪ ତାରିଖରେ ୨ ଆତଙ୍କବାଦୀ ରାଜସ୍ଥାନ ରେଜିଷ୍ଟ୍ରେଶନ ନମ୍ବର ଥିବା ଏକ ଟ୍ରକ୍‌ର ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହାର ଦୁଇଦିନ ପରେ ପଞ୍ଜାବର ଜଣେ ସେଓ ବ୍ୟବସାୟୀଙ୍କୁ ଶୋପିଆନ୍‌ ଜିଲାରେ ମରଣାନ୍ତକ ଆକ୍ରମଣ କରିଥିଲେ। ସେହିଦିନ ପୁଲଓ୍ବାମାର ଏକ ଇଟାଭାଟିରେ କାମ କରୁଥିବା ଛତିଶଗଡ଼ର ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri