ଯାଜପୁର ଜିଲାରେ ଇ-ଡେସପାଚ:ତଥ୍ୟ ଲୁଚାଇବାକୁ ନୂଆ ଫନ୍ଦି,ନମ୍ବର ବଢୁଛି, ଦିଶୁନି ଚିଠିପତ୍ର

ଯାଜପୁର ଅଫିସ,୧୬ା୧୦- ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଭଳି ୫-ଟି ଆଇନକୁ ଗୁରୁତ୍ୱ ଦେଉଥିବାବେଳେ ଯାଜପୁର ଜିଲା ପ୍ରଶାସନ ତଥ୍ୟ ଲୁଚାଇବାକୁ ନୂଆ ଫନ୍ଦି ଆପଣାଇଛନ୍ତି। ଯାଜପୁର ଜିଲାରେ ଇ-ଡେସ୍‌ପାଚ ବ୍ୟବସ୍ଥା ଏବେ ଅକାମୀ ହୋଇପଡିଛି। ସରକାରଙ୍କର ସମୁଦାୟ ୩୯ଟି ବିଭାଗ କାର୍ଯ୍ୟାଳୟ ଥିବାବେଳେ ଜିଲାର ଡେସ୍‌ପାଚ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ। ଡେସପାଚ କ୍ଷେତ୍ରରେ ଅତି ଚାଲାକି ଭାବେ ନମ୍ବର ସିନା ବଢୁଛି ହେଲେ ବାସ୍ତବରେ ଚିଠିପତ୍ର ପଡୁନି। ଏଥିରେ ସର୍ବାଗ୍ରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଅବକାରୀ, ପରିବହନ, ଯୋଗାଣ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସଏସ) ଆଦି ବିଭାଗ ରହିଛି।
କମ୍ପ୍ୟୁଟର ଓ ଇଣ୍ଟରନେଟ ଜରିଆରେ ବିଭିନ୍ନ ବିଭାଗର ଚିଠିପତ୍ର ଦିଆନିଆ ପାଇଁ ଇ-ଡେସପାଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। ଉକ୍ତ ସଂସ୍ଥା ପାଇଁ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି ହେଉଛି। ଏହାସତ୍ତ୍ବେ ବିଭାଗୀୟ ଚିଠି ଓ ନିର୍ଦ୍ଦେଶାବଳୀ ଆଦି ସେହି ପୁରୁଣା ଢଙ୍ଗରେ ଫାଇଲରୁ ଫାଇଲକୁ ବୁଲୁଛି। କେତେକ ବିଭାଗରେ ବର୍ଷକୁ ଗୋଟିଏ ଚିଠି ବି ଏଯାଏ ଜିଲାରୁ ଡେଚପାସ କରାଯାଇପାରି ନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେସପାଚ କ୍ଷେତ୍ରରେ ବ୍ୟତିକ୍ରମ ହେବା ଅନ୍ୟ ବିଭାଗ ଉପରେ ଆଶା ରଖାଯାଇ ନ ପାରେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଥିବା ୬୭୦ଟି କାର୍ଯ୍ୟାଳୟ ମଧ୍ୟରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଅନ୍ୟତମ। ଏଥିରେ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟର ଡେସ୍‌ପାଚ ସଂଖ୍ୟା ବଢୁଛି, ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଚିଠିପତ୍ର ଦେଖାଯାଉ ନାହିଁ। ସୋମବାର ସୁଦ୍ଧା ଏହି କାର୍ଯ୍ୟାଳୟରେ ୮୬୦ଟି ଚିଠିପତ୍ର ଡେସପାଚ ହୋଇଥିବାବେଳେ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ୮୭୩କୁ ପହଞ୍ଚିଥିଲା। କିନ୍ତୁ ତାହାକୁ ଖୋଲିଲେ ଅଗଷ୍ଟ ୧୪ ପରେ ଏଯାଏ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଗୋଟିଏ ବି ଚିଠିପତ୍ର ଡେସପାଚ୍‌ରେ ଦେଖିବାକୁ ମିଳୁ ନାହିଁ। ଏଥିରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି, ଅବହେଳା ଓ ନିଜ ଅପରଗତା ଧରାପଡିଯିବା ଭୟରେ ଏଭଳି ପ୍ରୟାସ ହେଉଥିବା କୁହାଯାଉଛି। ଏହାବାଦ ଡେପୁଟୀ ଡାଇରେକ୍ଟର ଅଫ୍‌ ଏଗ୍ରିକଲଚର(ଡିଡିଏ), ଏଆରସିଏସ୍‌, ଅବକାରୀ, ଜିଲା ପ୍ରାଣୀ ମୁଖ୍ୟ କାର୍ଯ୍ୟାଳୟ, ଜିଲା ମସତ୍‌ୟ ଅଧିକାରୀ, ମାପ ଓ ଓଜନ ବିଭାଗ, ଯୋଗାଣ ଅଧିକାରୀ, ଏସ୍‌ପିସିବି ଆଦି ବିଭାଗରେ ଚିଠିପତ୍ର ଡେସପାଚରେ ଆଦାନ ପ୍ରଦାନ କରାଯାଉ ନାହିଁ। ୨୦୧୮ ମେ ୧୬ରୁ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆରଡବ୍ଲ୍ୟୁଏସ୍‌ଏସ୍‌ରେ ଡେସପାଚ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଯୋଗାଣ ବିଭାଗରେ ଡେସପାଚ କ୍ଷେତ୍ରରେ ସଂଖ୍ୟା ବଢୁଛି ସିନା ହେଲେ ଚିଠିପତ୍ର ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ମଧ୍ୟ ଯାଜପୁର ଜିଲାରୁ ମାତ୍ର ୭ଟି ପତ୍ର ଡେସପାଚ ହୋଇଥିବା ଦର୍ଶାଯାଇଛି। ହେଲେ ବାସ୍ତବରେ ଏଠାରେ ନୋ ରେକର୍ଡ ଫାଉଣ୍ଡ ବୋଲି ଦର୍ଶାଯାଉଛି। ଦାୟିତ୍ୱରେ ଥିବା ବୈଷୟିକ ସଂସ୍ଥାକୁ ଚିଠିଗୁଡିକର ସ୍କାନିଂ ଜାଣିଶୁଣି ପଠାଯାଉ ନାହିଁ। ପ୍ରସ୍ତାବିତ ମିନି ସଚିବାଳୟ ଯାଜପୁରରେ ବି ଡେସପାଚ ପ୍ରତି ସରକାରୀ ବିଭାଗଗୁଡିକର ଏଭଳି ଅନାଗ୍ରହକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ରାଜ୍ୟର ପ୍ରାୟ ଅନ୍ୟ ଜିଲାଗୁଡିକରେ ଡେସପାଚ କ୍ଷେତ୍ରରେ ଏଭଳି ଅନିୟମିତତା ହେଉ ନ ଥିବାବେଳେ ଯାଜପୁର ଜିଲାରେ କାହା ପ୍ରଭାବରେ ଏଭଳି ଗୁରୁତର ଅନିୟମିତତା ହେଉଛି ସେ ନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଏଡିଏମ ମିହିର ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ, ସମ୍ପୃକ୍ତ ଅଧିକାରୀଙ୍କୁ ଇ-ଡେସପାଚକୁ ନିୟମିତ କରିବାକୁ ପରାମର୍ଶ ଦିଆଯିବ। ଏନେଇ ଆଗାମୀ ଦିନରେ ବିଭାଗ ସଜାଗ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି।
ଫଟୋ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri