ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ: ଆସନ୍ତା ୧୫ରୁ ଭୋଟର ତାଲିକା ସଂଶୋଧନ

ଅନୁଗୋଳ ଅଫିସ, ୧୧।୧୦- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରିବା ପାଇଁ ଚଳିତ ମାସ ୧୫ ତାରିଖରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଭୋଟର ସତ୍ୟ ପ୍ରମାଣ କାର୍ଯ୍ୟକ୍ରମ ଗତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୋଳ ଜିଲାରେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗୁରୁବାର ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଜିଲା କାର୍ଯ୍ୟାଳୟ କୋର୍ଟରୁମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଦଳୀୟ କର୍ମକର୍ତ୍ତା ଓ ଏଜେଣ୍ଟମାନଙ୍କୁ ପରାମର୍ଶ ଦେଇଥିଲେ। ଭବିଷ୍ୟତରେ ହେବାକୁ ଥିବା ନାଗରିକ ରାଷ୍ଟ୍ରୀୟ ରେଜିଷ୍ଟାର (ଏନ୍‌ଆର୍‌ସି) କାର୍ଯ୍ୟରେ ଏହି ଭୋଟର ଫଟୋ ପରିଚୟ ପତ୍ର ବିଶେଷ ସହାୟକ ହେବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ତେଣୁ ଏହି ସଂଶୋଧନ କାର୍ଯ୍ୟକୁ ଶତ ପ୍ରତିଶତ କରିବା ସହ କେହି ଜଣେ ଯେପରି ଏଥିରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜିଲାପାଳ କହିଥିଲେ ଯେ, ଭୋଟର ତାଲିକା ସଂଶୋଧନ ସଂକ୍ରାନ୍ତୀୟ ତଥ୍ୟ ଜାଣିବା ପାଇଁ ୧୯୫୦ ଦେୟମୁକ୍ତ ଟେଲିଫୋନର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଜିଲାରେ କାର୍ଯ୍ୟ କରୁଥିବା ୫୦ରୁ ଉର୍ଦ୍ଧ୍ୱ ଜନସେବା କେନ୍ଦ୍ର ଗୁଡ଼ିକରେ ମତଦାତାମାନେ ସେମାନଙ୍କର ଭୋଟର ସମ୍ପର୍କିତ ତଥ୍ୟ ଯାଞ୍ଚ କରିପାରିବେ। ଭୋଟର ତାଲିକା ଆପତ୍ତି ଅଭିଯୋଗ ଗ୍ରହଣ କରିବାର ସମୟ ଅବଧି ଚଳିତ ମାସ ୧୫ରୁ ନଭେମ୍ବର ୩୦ ଯାଏ ରଖାଯାଇଛି। ସେହିପରି ସ୍ବତନ୍ତ୍ର ଅଭିଯାନ ନଭେମ୍ବର ୨, ୩, ୯ ଓ ୧୦, ଆପତ୍ତି ଅଭିଯୋଗ ଗୁଡ଼ିକର ସମାଧାନ ଡିସେମ୍ବର ୧୫, ତଥ୍ୟାବଳୀ ଫଟୋ ଗୁଡ଼ିକର ଠିକ୍‌ ସ୍ଥାନିତ ଓ ଅନୁପୂରକ ତାଲିକା ପ୍ରସ୍ତୁତି ୩୧ ଡିସେମ୍ବର ମଧ୍ୟରେ କରାଯିବ। ଆସନ୍ତା ବର୍ଷ ଜାନୁୟାରୀ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ପ୍ରକାଶନ କରାଯିବ। ଜିଲାର ୧୧୬୩ଟି ବୁଥ୍‌ରେ ଜଣେ ଲେଖାଏ ଅଙ୍ଗନୱାଡ଼ି କର୍ମୀ କିମ୍ବା ଶିକ୍ଷକ ବୁଥ୍‌ ସ୍ତରୀୟ ଭୋଟର ତାଲିକାର ସଂଶୋଧନ ପାଇଁ କାର୍ଯ୍ୟ କରିବେ। ସେମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ଏଥିରେ ସହଯୋଗ କରିବେ। ଏହି ବୈଠକରେ ଡେପୁଟୀ କଲେକ୍ଟର ଲମ୍ବୋଦର ମାରାଣ୍ଡି, ବିଜେଡିର ପ୍ରିୟଦର୍ଶୀ ପଟ୍ଟନାୟକ, ବିଏସ୍‌ପିର କୁମୁଦ ଚନ୍ଦ୍ର ନାଏକ ଓ ପ୍ରହଲ୍ଲାଦ ନାୟକ, ସିପିଆଇ(ଏମ୍‌)ର ଉମେଶ ଚନ୍ଦ୍ର ପଣ୍ଡା, ଭାରତୀୟ ଜାତୀୟ କଂଗ୍ରେସର ଆଲୋକ କୁମାର ଦାସ ଓ ବିଜେପିର ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri