ଖେଳ

ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସ ଫାଇନାଲରେ ପ୍ରମୋଦ

ଦୁବାଇ,୪।୪(ପି.ଟି.): ଦୁବାଇରେ ଚାଲିଥିବା ତୃତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଆ ତାରକା ପ୍ରମୋଦ ଭଗତ ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇ ଭାରତୀୟ ତାରକା ପ୍ରମୋଦ ଓ ସୁକାନ୍ତ କଦମ ନିଜ ନିଜ ବର୍ଗର ଫାଇନାଲରେ…

ଶ୍ରୀଲଙ୍କା- ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଡ୍ର

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୪।୪: ସ୍ଥାନୀୟ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଶନିବାର ଅମୀମାଂସିତ ରହିଛି। ଶ୍ରୀଲଙ୍କାର ଦୁଇ ଓପନର ଲାହିରୁ ଥିରିମାନେ ଓ ଅଧିନାୟକ ଦିମୁଥ କରୁଣାରତ୍ନେ…

ରିପୋର୍ଟ ନେଗେଟିଭ ପରେ ଅଭ୍ୟାସ କଲେ କେକେଆର୍‌ ବ୍ୟାଟ୍ସମ୍ୟାନ ନୀତିଶ

ମୁମ୍ବାଇ, ୩ା୪: କ୍ରମାଗତ ଦୁଇଦିନ କୋଭିଡ୍‌ ରିପୋର୍ଟ ନେଗେଟିଭ ଆସିବା ପରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌) ବ୍ୟାଟ୍ସମ୍ୟାନ ନୀତିଶ ରାଣା ତାଙ୍କ ଟିମ୍‌ମେଟଙ୍କ ସହ ଅଭ୍ୟାସ ସେସନରେ ଯୋଗ ଦେଇଛନ୍ତି। ମୁମ୍ବାଇରେ ପହଞ୍ଚତ୍ବା ଦିନକ ପରେ ମାର୍ଚ୍ଚ ୨୨ରେ କୋଭିଡ୍‌ ଟେଷ୍ଟରେ…

ପ୍ରଶଂସକଙ୍କୁ ଏଭଳି ପ୍ରଶ୍ନ ପଚାରିବା ପଡ଼ିଲା ମହଙ୍ଗା; ଓ୍ବାର୍ନରଙ୍କୁ ଟ୍ରୋଲ କଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୩।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ଏହାପୂର୍ବରୁ ଖେଳାଳିମାନେ ନିଜ ନିଜ ଫ୍ରାଞ୍ଚାଇଜ ସହ ଯୋଡ଼ି ହେଉଛନ୍ତି। ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଶନିବାର ନିଜ ହୋଟେଲ ରୁମ୍‌ରେ ଏକ ଭିଡିଓ କରି ସୋସିଆଲ…

ଦିଲ୍ଲୀ କ୍ୟାପିଟଲ୍ସ୍‌କୁ ଝଟ୍‌କା: ଅକ୍ଷର ପଟେଲ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟଲ୍ସ୍‌ କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ୨୦୨୧ ଆଇପିଏଲ୍‌ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ…

ଇଂଲଣ୍ଡର ଏହି ଖେଳାଳିଙ୍କ ଖୁଲାସା: ପ୍ରଥମ ଟେଷ୍ଟ ସମୟରେ କୋହଲି ଚେତାଇ କହିଥିଲେ…

ଲଣ୍ଡନ,୩।୪: ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଓଲି ପୋପ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଚାରି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ସମୟରେ କୋହଲି ତାଙ୍କୁ ଚେତାଇ ଏହାପରେ ଆଉ ଫ୍ଲାଟ ପିଚ୍‌ ଉପଲବ୍ଧ ହେବ…

ଆର୍‌ସିବି ନୁହଁ କି ପଞ୍ଜାବ କିଙ୍ଗ୍ସ; ଏ ହେଉଛି ଆଇପିଏଲ୍‌ରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଟିମ୍‌

ନୂଆଦିଲ୍ଲୀ,୩।୪: ଆଇପିଏଲ୍‌ ଇତିହାସରେ ଅନେକ ଲଜ୍ଜାଜନକ ରେକର୍ଡ ହୋଇଛି। ସେଥିରୁ ଗୋଟିଏ ହେଲା ସବୁଠାରୁ ଅଧିକ ଥର ମ୍ୟାଚ୍‌ ହାରିବାର ରେକର୍ଡ। ବିଶ୍ୱର ଏହି ବଡ଼ ଟୁର୍ନାମେଣ୍ଟରେ ଏପରି କରିଛି ଗତ ସଂସ୍କରଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ…

ରୋନାଲ୍ଡୋଙ୍କ ଆର୍ମବ୍ୟାଣ୍ଡ୍‌ ୭୫,୦୦୦ ଡଲାରରେ ନିଲାମ

ବେଲଗ୍ରେଡ୍‌,୩ା୪(ଏପି)- ଗତ ସପ୍ତାହରେ ବେଲଗ୍ରେଡ୍‌ରେ ପର୍ତ୍ତୁଗାଲ୍‌ର ସର୍ବିୟା ବିପକ୍ଷ ଏକ ବିଶ୍ୱକପ୍‌ କ୍ୱାଲିଫାୟର୍ସ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲ୍ଡୋ ପିନ୍ଧିଥିବା ଅଧିନାୟକ ଆର୍ମବ୍ୟାଣ୍ଡ୍‌ ବହୁ ମୂଲ୍ୟରେ ନିଲାମ ହୋଇଛି। ସର୍ବିୟାର ଏକ ଚ୍ୟାରିଟି ସଂସ୍ଥା ତରଫରୁ କରାଯାଇଥିବା ନିଲାମରେ ଜଣେ ଅଜଣା ବ୍ୟକ୍ତି…

ହସ୍ପିଟାଲରେ ଭର୍ତ୍ତି ହେଲେ ତେନ୍ଦୁଲକର

ମୁମ୍ବାଇ, ୩ା୪(ପି.ଟି.): କରୋନା ସଂକ୍ରମିତ ହୋଇଥିବା ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକର ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୪୭ ବର୍ଷୀୟ ଏହି ପୂର୍ବତନ ଷ୍ଟାର କ୍ରିକେଟରଙ୍କ କୋଭିଡ୍‌ ଟେଷ୍ଟ ମାର୍ଚ୍ଚ ୨୭ରେ ହୋଇଥିଲା ଏବଂ ଫଳାଫଳ…

ସୁପର ସିରିଜ ଟେନିସ:ସୋହିନୀଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- ଏକ ଜାତୀୟ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରି ପ୍ରଥମ ଓଡ଼ିଆ ଭାବେ ନିକଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ଓଡ଼ିଶାର ଟେନିସ ପ୍ରତିଭା ସୋହିନୀ ମହାନ୍ତି ଏବେ ସଫଳତା ଫର୍ଦ୍ଦକୁ ଆଗକୁ ବଢ଼ିଛନ୍ତି। ଅହମଦାବାଦର ଆଲେକଜାଣ୍ଡର ଓ୍ବାସ୍‌କେ…

ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ : ତିନି ବିଭାଗ ସେମିରେ ପ୍ରମୋଦ

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ତିନୋଟି ବିଭାଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରମୋଦ ଇଣ୍ଡୋନେସିଆର ଉକୁନ ରୁକାଏଣ୍ଡିଙ୍କୁ ୨୧-୧୬, ୨୧-୧୩ରେ ହରାଇଛନ୍ତି। ଶନିବାର ସେମିରେ ସେ ମାଲେସିଆର…

ଆଇପିଏଲ ବିଶ୍ୱକପ୍‌ ପ୍ରସ୍ତୁତିରେ ସହାୟକ ହେବ: ବାଉଚର

କରାଚି,୩।୪(ପି.ଟି.): ପାକିସ୍ତାନ ବିପକ୍ଷ ସିରିଜ ନ ଖେଳି କେତେଜଣ ଦକ୍ଷିଣ ଆଫ୍ରିକା କ୍ରିକେଟର ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ତେବେ ଏଥିରେ ଦକ୍ଷିଣ ଆଫ୍ରିକା ହେଡ୍‌ କୋଚ୍‌ ମାର୍କ ବାଉଚର ଆଦୌ ଚିନ୍ତିତ ନୁହନ୍ତି। ବରଂ ଏହା ଆଗକୁ ଭାରତରେ ଆୟୋଜନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?