Posted inଖେଳ

ଭର୍ଷ୍ଟାପେନ୍‌ଙ୍କୁ ମୋନାକୋ ଗ୍ରାଁ ପ୍ରି ଟାଇଟଲ

ମୋନାକୋ, ୨୪ା୫: ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ ମୋନାକୋ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍‌ ଟେବୁଲରେ ମର୍ସିଡିଜ ଡ୍ରାଇଭର ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିନେଇଛନ୍ତି। ଗିଅର ବକ୍ସରେ ସମସ୍ୟା ଯୋଗୁ ପୋଲ ପୋଜିଶନ ହାସଲ କରିଥିବା ଚାଲର୍‌ସ ଲେକ୍‌ରେକ୍‌ ରେସ ଆରମ୍ଭ ହେବା ପୂର୍ବରୁ ଓହରିଯାଇଥିଲେ। ଭର୍ଷ୍ଟାପେନ ଆରମ୍ଭରୁ ରେସ୍‌କୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିଲେ। ହାମିଲଟନ ୭ମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଟିମ୍‌ ରଣକୌଶଳକୁ ଠିକଣାରୂପେ କାର୍ଯ୍ୟକାରୀ କରିପାରି ନ ଥିବାରୁ ରେସ୍‌ ଶେଷରେ ସେ ବିରକ୍ତି ପ୍ରକାଶ କରିଥିଲେ। ହାମିଲଟନଙ୍କ ମର୍ସିଡିଜ ଟିମ୍‌ମେଟ୍‌ ଭାଲଟେରି ବୋଟାସ ପିଟ୍‌ ଷ୍ଟପ୍‌ରେ ତାଙ୍କ ଡାହାଣ ଆଗ ଚକାକୁ ମେକାନିକ୍‌ମାନେ ବଦଳାଇବାରେ ସମର୍ଥ ନ ହେବାରୁ ରେସ୍‌ରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ରେସ୍‌ରେ ପ୍ରଥମ ଓ ଚତୁର୍ଥ ସ୍ଥାନ ଅଧିକାର ଯୋଗୁ ରେଡ୍‌ବୁଲ୍‌ କନ୍‌ଷ୍ଟ୍ରକ୍‌ଟର୍ସ ଚାମ୍ପିୟନଶିପ୍‌ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିପାରିଛି। ଫେରାରିର କାର୍ଲୋସ ସେଞ୍ଜ୍‌ ଏବଂ ମ୍ୟାକଲରେନର ଲାଣ୍ଡୋ ନୋରିସ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ୧୦ଜଣଙ୍କ ମଧ୍ୟରେ ଯଥାକ୍ରମେ ରହିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍‌ବୁଲ୍‌), ସେବାଷ୍ଟିଆନ ଭେଟେଲ (ଆଷ୍ଟନ ମାର୍ଟିନ), ପିଏରେ ଗାସ୍‌ଲି (ଆଲ୍‌ଫା ତାଉରି), ଲୁଇସ୍‌ ହାମିଲଟନ (ମର୍ସିଡିଜି), ଲାନ୍ସ ଷ୍ଟ୍ରୋଲ (ଆଷ୍ଟର୍ନ ମାର୍ଟିନ), ଏଷ୍ଟିବାନ ଓକନ (ଆଲପାଇନ୍‌) ଓ ଆଣ୍ଟୋନିଓ ଜିଓଭିନାଜି (ଆଲ୍‌ଫା ରୋମିଓ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ୱାସ ଉପକରଣ ପ୍ରସ୍ତୁତ କରିବ ମର୍ସିଡିଜ୍‌ ଟିମ୍‌

ଲଣ୍ଡନ, ୮ା୪ (ଏଏଫ୍‌ପି)- କରୋନା ଭାଇରସ୍‌ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛି ଫର୍ମୁଲାଓ୍ବାନ ଟିମ୍‌ ମର୍ସିଡିଜ୍‌। ଆସନ୍ତା ସପ୍ତାହରୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ...

କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍‌ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ...

ଜିମ୍ବାଓ୍ବେ ବିଶ୍ୱକପରୁ ବାହାର, ୫ ଓ୍ବିକେଟରେ ଜିତିଲା ନେଦରଲାଣ୍ଡ…

ନୂଆଦିଲ୍ଲୀ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚରେ ନେଦରଲାଣ୍ଡ ୫ ଓ୍ବିକେଟରେ ଜିତିଛି। ଜିମ୍ବାୱେ ଟସ ଜିତି...

ଚାଇନା ଓପନ୍‌ ଉପରେ ସିନ୍ଧୁଙ୍କ ନଜର

ଚାଙ୍ଗ୍‌ଝୋଉ (ଚାଇନା), ୧୬।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ ବିଶ୍ୱ ଟୁର୍‌ ସୁପର୍‌-୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମଙ୍ଗଳବାରଠାରୁ ଆରମ୍ଭ...

ଭାରତୀୟ କ୍ରିକେଟ୍‌ ଦଳକୁ ଝଟ୍‌କା

ଲଣ୍ଡନ,୩।୮: ଅଗଷ୍ଟ ୪ରୁ ଇଂଲଣ୍ଡ ମାଟିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହାଇ ପ୍ରୋଫାଇଲ ଟେଷ୍ଟ ସିରିଜ ଆରମ୍ଭ ହେବ। କିନ୍ତୁ...

ଜୋକୋଭିଚ୍‌ଙ୍କ ପାଇଁ କ୍ଷମା ମାଗିଲା ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୭ା୫ (ଏପି)- କରୋନା ଭାଇରସ୍‌ ପାଇଁ ଚାଲିଥିବା ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ କରି ବିଶ୍ୱର ନମ୍ବର ଓ୍ବାନ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚର୍ଚ୍ଚାରେ...

ଜାଣନ୍ତୁ କିଏ ସେହି ଶାହବାଜ ଅହମ୍ମଦ, ଯିଏ ଗୋଟିଏ ଓଭରରେ ବଦଳାଇଦେଲେ ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ୍‌ର ମୋଡ଼

ନୂଆଦିଲ୍ଲୀ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଆର୍‌ସିବି...

ସମସ୍ତେ ଫୁଟବଲ୍‌ ଦେଖିବାରେ ବ୍ୟସ୍ତ, ତେଣେ କୋହଲି ପାକିସ୍ତାନ ପାଇଁ ଖେଳୁଛନ୍ତି; ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା…

ନୂଆଦିଲ୍ଲୀ,୧୪।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ପରାଜିତ ହୋଇଛି। ଏହା ପରେ ସୋସିଆଲ ମିଡିଆରେ ପାକିସ୍ତାନର ପରାଜୟର ହ୍ୟାଟ୍ରିକ୍‌ ବିଷୟରେ...

Advertisement
Archives

Model This Week