Posted inଖେଳ

ଭର୍ଷ୍ଟାପେନ୍‌ଙ୍କୁ ମୋନାକୋ ଗ୍ରାଁ ପ୍ରି ଟାଇଟଲ

ମୋନାକୋ, ୨୪ା୫: ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ ମୋନାକୋ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍‌ ଟେବୁଲରେ ମର୍ସିଡିଜ ଡ୍ରାଇଭର ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିନେଇଛନ୍ତି। ଗିଅର ବକ୍ସରେ ସମସ୍ୟା ଯୋଗୁ ପୋଲ ପୋଜିଶନ ହାସଲ କରିଥିବା ଚାଲର୍‌ସ ଲେକ୍‌ରେକ୍‌ ରେସ ଆରମ୍ଭ ହେବା ପୂର୍ବରୁ ଓହରିଯାଇଥିଲେ। ଭର୍ଷ୍ଟାପେନ ଆରମ୍ଭରୁ ରେସ୍‌କୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହୋଇଥିଲେ। ହାମିଲଟନ ୭ମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ଟିମ୍‌ ରଣକୌଶଳକୁ ଠିକଣାରୂପେ କାର୍ଯ୍ୟକାରୀ କରିପାରି ନ ଥିବାରୁ ରେସ୍‌ ଶେଷରେ ସେ ବିରକ୍ତି ପ୍ରକାଶ କରିଥିଲେ। ହାମିଲଟନଙ୍କ ମର୍ସିଡିଜ ଟିମ୍‌ମେଟ୍‌ ଭାଲଟେରି ବୋଟାସ ପିଟ୍‌ ଷ୍ଟପ୍‌ରେ ତାଙ୍କ ଡାହାଣ ଆଗ ଚକାକୁ ମେକାନିକ୍‌ମାନେ ବଦଳାଇବାରେ ସମର୍ଥ ନ ହେବାରୁ ରେସ୍‌ରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ। ରେସ୍‌ରେ ପ୍ରଥମ ଓ ଚତୁର୍ଥ ସ୍ଥାନ ଅଧିକାର ଯୋଗୁ ରେଡ୍‌ବୁଲ୍‌ କନ୍‌ଷ୍ଟ୍ରକ୍‌ଟର୍ସ ଚାମ୍ପିୟନଶିପ୍‌ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିପାରିଛି। ଫେରାରିର କାର୍ଲୋସ ସେଞ୍ଜ୍‌ ଏବଂ ମ୍ୟାକଲରେନର ଲାଣ୍ଡୋ ନୋରିସ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ୧୦ଜଣଙ୍କ ମଧ୍ୟରେ ଯଥାକ୍ରମେ ରହିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ସର୍ଗିଓ ପେରେଜ (ରେଡ୍‌ବୁଲ୍‌), ସେବାଷ୍ଟିଆନ ଭେଟେଲ (ଆଷ୍ଟନ ମାର୍ଟିନ), ପିଏରେ ଗାସ୍‌ଲି (ଆଲ୍‌ଫା ତାଉରି), ଲୁଇସ୍‌ ହାମିଲଟନ (ମର୍ସିଡିଜି), ଲାନ୍ସ ଷ୍ଟ୍ରୋଲ (ଆଷ୍ଟର୍ନ ମାର୍ଟିନ), ଏଷ୍ଟିବାନ ଓକନ (ଆଲପାଇନ୍‌) ଓ ଆଣ୍ଟୋନିଓ ଜିଓଭିନାଜି (ଆଲ୍‌ଫା ରୋମିଓ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିପାରିନାହାଁନ୍ତି ମୟଙ୍କ ଅଗ୍ରୱାଲ; ଏବେ, ଖେଳିବା ପାଇଁ ଏହି ଦେଶକୁ ଯିବେ

ନୂଆଦିଲ୍ଲୀ,୧।୯: ଗତ ଚାରି ବର୍ଷ ଧରି ଟିମ ଇଣ୍ଡିଆକୁ ଫେରିବା ପାଇଁ ଆଶା ରଖିଥିବା ମୟଙ୍କ ଅଗ୍ରୱାଲ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଇଂଲଣ୍ଡରେ…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

କେତେ ସମ୍ପତ୍ତିର ମାଲିକ ଲିଓନେଲ ମେସି? ଜାଣନ୍ତୁ ବିରାଟ-ରୋହିତଙ୍କ ତୁଳନାରେ ସେ କେତେ ଧନୀ

ନୂଆଦିଲ୍ଲୀ,୧।୯: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଗଣାଯାଉଥିବା ଆର୍ଜେଣ୍ଟିନାର ଲିଓନେଲ ମେସି ସୋମବାର (ଅଗଷ୍ଟ 31) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ମେସି ସୋସିଆଲ…

ବିପଦରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ? BCCI ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୯: ଅଜିତ ଆଗରକର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ ରହିବେ କି ନାହିଁ ସେ ବିଷୟରେ BCCI ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବାକୁ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri