Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ‘ଭାରତକୁ ସଂଘର୍ଷ କରିବାକୁ ପଡ଼ିପାରେ’

ନୂଆଦିଲ୍ଲୀ, ୨୪ା୫(ପି.ଟି.)-ସାଉଥାମ୍ପଟନର ଏଜାସ ବାଓଲଠାରେ କଣ୍ଡିଶନ ଯଦି ପେସ୍‌ ବୋଲରଙ୍କୁ ସୁହାଏ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତୀୟ କ୍ରିକେଟ ଦଳକୁ ସଂଘର୍ଷ କରିବାକୁ ପଡ଼ିପାରେ। ଏକଥା କହିଛନ୍ତି, ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର। ୟୁନାଇଟେଡ କିଙ୍ଗ୍‌ଡମ୍‌ରେ ବର୍ତ୍ତମାନ ବର୍ଷା ଓ କୋହଲା ପାଗ ଚାଲିଛି। ମ୍ୟାଚ୍‌ ଜୁନ୍‌ ୧୮ରୁ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ସେତେବେଳେ ଯଦି ଏହି ପାଗ ଦେଖାଯାଏ ତେବେ ଭାରତୀୟ ଓ ନ୍ୟୁଜିଲାଣ୍ଡ ସିମରମାନଙ୍କ ମଧ୍ୟରୁ କିଏ ପରିସ୍ଥିତିରୁ ଫାଇଦା ଉଠାଇ ପାରୁଛି ତାହା ଦେଖାଯିବ। କିନ୍ତୁ ମୁଭିଂ ବଲ୍‌କୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଭଲ ଖେଳିପାରନ୍ତି। ହେଲେ ବନ୍ଦର ସହର ସାଉଥାମ୍ପଟନରେ ଆକାଶ ଯଦି ନିର୍ମଳ ରୁହେ ତେବେ କଣ୍ଡିଶନ ଭାରତୀୟଙ୍କୁ ଅଧିକ ସୁହାଇବ ବୋଲି ପୂର୍ବତନ ବାମହାତୀ ସ୍ପିନର କହିଛନ୍ତି। ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗ୍ରୀନ୍‌ ଟପ୍‌ ନ କରି ନ୍ୟୁଟ୍ରାଲ ପିଚ୍‌ ପ୍ରସ୍ତୁତ କରିବ ବୋଲି ସେ ଆଶା କରନ୍ତି। ଏଜାସ ବାଓଲରେ ଉତ୍ତମ ଡ୍ରେନିଂ ସିଷ୍ଟମ୍‌ ରହିଛି। ମେଘମୁକ୍ତ ଓ ସୂର୍ଯ୍ୟାଲୋକ ପରିବେଶରେ ଏହି ଷ୍ଟାଡିୟମ ଅତି ସୁନ୍ଦର ଦେଖାଯାଇଥାଏ। ମ୍ୟାଚଟି ସମ୍ପୂର୍ଣ୍ଣ ୪ କିମ୍ବା ୫ଦିନ ଖେଳାଯିବ ବୋଲି ତାଙ୍କର ଆଶା। ପାଗ ଯଦି ଭଲ ରୁହେ ତେବେ ଭାରତ ଫେଭରାଇଟ୍‌ ରହିବ। ଦଳ ୨ ସ୍ପିନର (ଅଶ୍ୱିନ ଓ ଜାଡେଜା) ଏବଂ ୩ ସିମ୍‌ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ତେଣୁ ଅନେକ କିଛି ପାଗ ଉପରେ ନିର୍ଭର କରୁଛି। ଭାରତୀୟ ଦଳ ଜୁନ୍‌ ୨ରେ ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ)ରେ ପହଞ୍ଚତ୍ବ। ଦଳ ଟ୍ରେନିଂ ପାଇଁ ଅତି କମ୍‌ରେ ୧୦ ଦିନ ସମୟ ପାଇବ। ଅନ୍ୟପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟଶିପ୍‌ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ଅନେକଙ୍କ ମତରେ ଏଥିରୁ ଦଳ ଫାଇଦା ଉଠାଇବ। କିନ୍ତୁ ପନିସରଙ୍କ ମତରେ ଏହା ଦୁଇଧାର ବିଶିଷ୍ଟ ଖଣ୍ଡାଭଳି ହେବ। ଦୁଇଟି ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ଯଦି ଭଲ କରେ ତେବେ ଭାରତ ବିପକ୍ଷରେ ସେମାନେ ଫେଭରାଇଟ ସାବ୍ୟସ୍ତ ହେବେ। କିନ୍ତୁ ଦଳ ଯଦି ପରାଜୟ ବରଣ କରେ ତେବେ ଆତ୍ମବିଶ୍ୱାସ ହରାଇ ବସିବ। ବର୍ଷର ଏହି ସମୟରେ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍‌ ବେଶ୍‌ ପ୍ରଭାବୀ ହୋଇଥାନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ କେତେଜଣ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଏକ ବି’ ଦଳ ମନୋନୟନ କରିଛି। ତେଣୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri