Posted inଖେଳ

ରେସ୍‌ଲର ସୁଶୀଲ କୁମାର ଗିରଫକୁ ନେଇ ମିଶ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୪।୫(ପି.ଟି.): ରେସ୍‌ଲର ସାଗର ଧନକର ହତ୍ୟା ମାମଲାରେ ସୁଶୀଲ କୁମାର ଓ ତାଙ୍କ ସାଥୀ ଗିରଫ ହୋଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ଅଲିମ୍ପିଆନରୁ ଜଣେ ହତ୍ୟା ଅଭିଯୁକ୍ତ ବନିଯାଇଥିବା ସୁଶୀଲଙ୍କୁ ନେଇ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତରେ ଚର୍ଚ୍ଚା ଚାଲିଛି। ଏହି ମାମଲାରେ କ’ଣ କରାଯାଇପାରିବ ସେ ନେଇ କିଛି କହିବାକୁ ଅନେକ ଦ୍ୱିଧାରେ ପଡିଯାଇଛନ୍ତି। ପୋଲିସ ସୁଶୀଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି।
ବିଶ୍ୱସ୍ତରରେ ଦେଶକୁ ଓ ତ୍ରିରଙ୍ଗା ପାଇଁ ଗୌରବ ଆଣିଦେଇଥିବା ସୁଶୀଲଙ୍କୁ ଜଣେ ସାଧାରଣ ଅପରାଧୀ ଭଳି ଦିଲ୍ଲୀ ପୋଲିସର ଅଧିକାରୀମାନେ ଗିରଫ କରିବା ସହ ରବିବାର ମୁହଁରେ ତଉଲିଆ ଗୁଡାଇ ଦୁଇ ହାତଧରି ନେଇଯିବାର ଦୃଶ୍ୟ ଅନେକଙ୍କର ହଜମ ହୋଇନାହିଁ। ଦୁର୍ଭାଗ୍ୟବଶତଃ ବିଶ୍ୱ ରେସଲିଂ ଦିବସରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୨୩ ବର୍ଷୀୟ ରେସ୍‌ଲର ସାଗରଙ୍କ ହତ୍ୟା ମାମଲାରେ ସୁଶୀଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ଏକ ଝଗଡ଼ା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଛତ୍ରସାଲ ଷ୍ଟାଡିୟମକୁ ଭାରତୀୟ ରେସଲିଂର ମକ୍କା କୁହାଯାଇଥାଏ। ଏଠାରେ ସୁଶୀଲଙ୍କ ସମେତ ଏକାଧିକ ବିଶ୍ୱସ୍ତରୀୟ ରେସ୍‌ଲର ସୃଷ୍ଟି ହୋଇଥିଲେ। ଏକମାତ୍ର ଭାରତୀୟ ଆଥ୍‌ଲେଟ ଭାବେ ସୁଶୀଲ ବ୍ୟକ୍ତିଗତ କ୍ରୀଡ଼ାରେ ଦୁଇଟି ଅଲିମ୍ପିକ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସାଗର ଦିଲ୍ଲୀ ପୋଲିସ ବିଭାଗର ଜଣେ କନଷ୍ଟେବଳଙ୍କ ପୁଅ। ସେ ଏହି ଷ୍ଟାଡିୟମରେ ଟ୍ରେନିଂ ନେଉଥିଲେ। ଝଗଡ଼ା ବେଳେ ଆହତ ହୋଇ ସେ ଇଞ୍ଜୁରି ହୋଇଥିଲେ ଓ ଶେଷରେ ପ୍ରାଣତ୍ୟାଗ କରିଥିଲେ।
ଏହି ଘଟଣାରେ ସାରା କ୍ରୀଡ଼ା ଜଗତ ହତବାକ ହୋଇଛି। ୩୭ ବର୍ଷୀୟ ସୁଶୀଲ ଦୁଇଟି ଅଲିମ୍ପିକ ପଦକ ଜିତିବା ସହ ଭାରତର ଏକମାତ୍ର ରେସଲିଂ ବିଶ୍ୱ ଚାମ୍ପିୟନ ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଥର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତେଣୁ ଏହି ଘଟଣାରେ ସୁଶୀଲଙ୍କୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭାରତୀୟ କ୍ରୀଡ଼ା ପ୍ରତି ସୁଶୀଲ ଯାହା କରିଛନ୍ତି ତାହାକୁ ଆଦୌ ଅଣଦେଖା କରିହେବ ନାହିଁ। ବର୍ତ୍ତମାନ ଏତିକି ମାତ୍ର କହିହେବ ଓ ଆଉ କିଛି କହିହେବ ନାହିଁ। ପ୍ରଥମେ ମାମଲା ସ୍ପଷ୍ଟ ହେଉ। ଏ ନେଇ ଅଧିକ କିଛି କହିହେବ ନାହିଁ ବୋଲି ଅଲିମ୍ପିକ ପଦକ ବିଜେତା ବକ୍ସର ବିଜେନ୍ଦର ସିଂ କହିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍ସରେ ଉଭୟ ବିଜେନ୍ଦର ଓ ସୁଶୀଲ ଐତିହାସିକ ବ୍ରୋଞ୍ଜ୍‌ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଥିଲେ। ଏ ପର୍ଯ୍ୟନ୍ତ ବିଜେନ୍ଦର ବକ୍ସିଂରେ ଏକମାତ୍ର ଅଲିମ୍ପିକ ପଦକ ବିଜେତା ବିବେଚିତ ହେଉଛନ୍ତି।
ଏହି ମାମଲାରେ ଭାରତୀୟ କ୍ରୀଡ଼ାକୁ ଜବରଦସ୍ତ ଝଟକା ଲାଗିଛି ବୋଲି ଅଭିଜ୍ଞ ଟେବୁଲ ଟେନିସ ଖେଳାଳି ଶରଥ କମଲ କହିଛନ୍ତି। ଯଦି ସୁଶୀଲଙ୍କ ଦ୍ୱାରା କିଛି ଅପରାଧ ଘଟିଥାଏ ତା’ହେଲେ ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। କେବଳ ରେସଲିଂ ନୁହେଁ ପୂରା ଭାରତୀୟ କ୍ରୀଡ଼ା ଏଥିରେ ପ୍ରଭାବିତ ହେବ। ସେ ଦେଶର ଅନ୍ୟତମ ଶ୍ରେଷ୍ଠ ଆଥ୍‌ଲେଟ। ତାଙ୍କୁ ଲୋକେ ଆଦର୍ଶ ମାନନ୍ତି। ତେଣୁ ଯଦି ସେ ସତରେ କିଛି ଭୁଲ କରିଥାନ୍ତି ତା’ହେଲେ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ବଡ଼ କ୍ଷତି ବୋଲି ଶରଥ କହିଛନ୍ତି।
ପୂର୍ବତନ ହକି ଅଧିନାୟକ ଅଜିତ୍‌ପାଲ ସିଂ ସୁଶୀଲଙ୍କୁ ଜଣେ ଭଦ୍ରବ୍ୟକ୍ତି ବୋଲି କହିଛନ୍ତି। ତେବେ କ’ଣ ପାଇଁ ଏହି ଘଟଣା ଘଟିଲା ତାହା କହିବା ମୁସ୍କିଲ। ଏହା ନିଶ୍ଚିତ ଭାବେ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ। କ୍ରୀଡ଼ାରୁ ସେ ଯଶ, ଅର୍ଥ, ମାନ ସବୁ କିଛି ପାଇଛନ୍ତି। ତେଣୁ ସେ ଏଭଳି ଘଟଣାରେ ସାମିଲ ହେବା ଉଚିତ ନ ଥିଲା ବୋଲି ଅଜିତ୍‌ପାଲ କହିଛନ୍ତି। ବେଜିଂ ଅଲିମ୍ପିକ୍ସ ବେଳେ ସୁଶୀଲଙ୍କୁ ଭେଟିଥିଲି। ସେ ଅତ୍ୟନ୍ତ ଭଦ୍ର ଓ ନମ୍ର ସ୍ବଭାବର ଥିଲେ। ତେବେ ସଫଳତା ଓ ଯଶକୁ ହ୍ୟାଣ୍ଡଲ କରିବା ଏକ ଚ୍ୟାଲେଞ୍ଜ୍‌ ବୋଲି ସେ କହିଛନ୍ତି।
ସୁଶୀଲଙ୍କ ଜଣେ ସାଥି ରେସ୍‌ଲର ନିଜ ନାମ ଗୋପନ ରଖି ସମୟ ଓ ତଦନ୍ତର ଫଳାଫଳକୁ ଅପେକ୍ଷା କରିବା ଉଚିତ ବୋଲି କହିଛନ୍ତି। ତେବେ ଏହି ଘଟଣା ରେସଲିଂ ଓ ସୁଶୀଲଙ୍କ ଛବିକୁ କଳଙ୍କିତ କରିଛି ବୋଲି ସେ କହିଛନ୍ତି। ସୁଶୀଲଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି। ସେ ଜଣାଶୁଣା ରେସଲିଂ କୋଚ୍‌ ସତ୍‌ପାଲ ମହାରାଜଙ୍କ ଝିଅ ସାବିଙ୍କୁ ବିବାହ କରିଥିଲେ। ୨୦୧୧ରେ ତାଙ୍କର ବିବାହ ହୋଇଥିଲା। ଜଣେ ପୂର୍ବତନ କ୍ରିକେଟର ମଧ୍ୟ ନାମ ଗୋପନ ରଖି ସମାନ ମତ ଦେଇଛନ୍ତି। ଏହି ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେବେ ସୁଶୀଲ ଯଦି ନିର୍ଦ୍ଦୋଷ ତା’ହେଲେ ନିଶ୍ଚିତ ଭାବେ ନ୍ୟାୟ ପାଇବେ ବୋଲି ସେ କହିଛନ୍ତି।
ସୁଶୀଲଙ୍କ ଭଳି ହୀରୋଙ୍କ ପତନ କ୍ରୀଡ଼ା ପାଇଁ ଶୁଭଙ୍କର ନୁହେଁ ବୋଲି ଜଣେ ପୂର୍ବତନ ହକି ଅଧିନାୟକ କହିଛନ୍ତି। ଯୁବ ଆଥ୍‌ଲେଟମାନେ ତାଙ୍କୁ ଆଦର୍ଶ ମାନନ୍ତି। ତେଣୁ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ କଳା ଦିବସ ବୋଲି ସେ କହିଛନ୍ତି। ସେହିପରି ଏହି ଘଟଣାକୁ ଆଦୌ ବିଶ୍ୱାସ କରିହେଉନାହିଁ ବୋଲି ଶୁଟିଂଜଗତର ଜଣେ ବ୍ୟକ୍ତି କହିଛନ୍ତି। ତେବେ ଜଣେ ଜଣାଶୁଣା ବ୍ୟାଡ୍‌ମିଣ୍ଟନ ଖେଳାଳି ଭିନ୍ନ ମତ ଦେଇଛନ୍ତି। ଭାରତୀୟ କ୍ରୀଡ଼ା ଏହି ମାମଲାକୁ ପଛରେ ପକାଇବ ଓ ନୂଆ ହିରୋ ସୃଷ୍ଟି ହେବେ ଏବଂ ରେସ୍‌ଲିଂରେ ନୂଆ ଗୌରବମୟ ଅଧ୍ୟାୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସେହିପରି କିଛି ସମୟ ପାଇଁ ଏହି ଘଟଣା ରେସଲିଂକୁ ପ୍ରଭାବିତ କରିବ। ତେବେ କ୍ରୀଡ଼ା ଆଗକୁ ବଢିବ ଓ ନୂଆ ରୂପ ନେବ। କ୍ରିକେଟରେ ସ୍ପଟ୍‌ ପିକ୍ସିଂ ଓ ମ୍ୟାଚ୍‌ ଫିକ୍ସିଂ ଘଟଣା ଭଳି ଏହାକୁ ମଧ୍ୟ ଲୋକେ ଭୁଲିଯିବେ। ତେଣୁ ସମୟକ୍ରମେ କ୍ରାଡ଼ା ତା’ର ଗୌରବ ଫେରିପାଇବ ବୋଲି ବ୍ୟାଡ୍‌ମିଣ୍ଟନ ଖେଳାଳି ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri