Posted inଖେଳ

ରେସ୍‌ଲର ସୁଶୀଲ କୁମାର ଗିରଫକୁ ନେଇ ମିଶ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୪।୫(ପି.ଟି.): ରେସ୍‌ଲର ସାଗର ଧନକର ହତ୍ୟା ମାମଲାରେ ସୁଶୀଲ କୁମାର ଓ ତାଙ୍କ ସାଥୀ ଗିରଫ ହୋଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ଅଲିମ୍ପିଆନରୁ ଜଣେ ହତ୍ୟା ଅଭିଯୁକ୍ତ ବନିଯାଇଥିବା ସୁଶୀଲଙ୍କୁ ନେଇ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତରେ ଚର୍ଚ୍ଚା ଚାଲିଛି। ଏହି ମାମଲାରେ କ’ଣ କରାଯାଇପାରିବ ସେ ନେଇ କିଛି କହିବାକୁ ଅନେକ ଦ୍ୱିଧାରେ ପଡିଯାଇଛନ୍ତି। ପୋଲିସ ସୁଶୀଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି।
ବିଶ୍ୱସ୍ତରରେ ଦେଶକୁ ଓ ତ୍ରିରଙ୍ଗା ପାଇଁ ଗୌରବ ଆଣିଦେଇଥିବା ସୁଶୀଲଙ୍କୁ ଜଣେ ସାଧାରଣ ଅପରାଧୀ ଭଳି ଦିଲ୍ଲୀ ପୋଲିସର ଅଧିକାରୀମାନେ ଗିରଫ କରିବା ସହ ରବିବାର ମୁହଁରେ ତଉଲିଆ ଗୁଡାଇ ଦୁଇ ହାତଧରି ନେଇଯିବାର ଦୃଶ୍ୟ ଅନେକଙ୍କର ହଜମ ହୋଇନାହିଁ। ଦୁର୍ଭାଗ୍ୟବଶତଃ ବିଶ୍ୱ ରେସଲିଂ ଦିବସରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୨୩ ବର୍ଷୀୟ ରେସ୍‌ଲର ସାଗରଙ୍କ ହତ୍ୟା ମାମଲାରେ ସୁଶୀଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ଏକ ଝଗଡ଼ା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଛତ୍ରସାଲ ଷ୍ଟାଡିୟମକୁ ଭାରତୀୟ ରେସଲିଂର ମକ୍କା କୁହାଯାଇଥାଏ। ଏଠାରେ ସୁଶୀଲଙ୍କ ସମେତ ଏକାଧିକ ବିଶ୍ୱସ୍ତରୀୟ ରେସ୍‌ଲର ସୃଷ୍ଟି ହୋଇଥିଲେ। ଏକମାତ୍ର ଭାରତୀୟ ଆଥ୍‌ଲେଟ ଭାବେ ସୁଶୀଲ ବ୍ୟକ୍ତିଗତ କ୍ରୀଡ଼ାରେ ଦୁଇଟି ଅଲିମ୍ପିକ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସାଗର ଦିଲ୍ଲୀ ପୋଲିସ ବିଭାଗର ଜଣେ କନଷ୍ଟେବଳଙ୍କ ପୁଅ। ସେ ଏହି ଷ୍ଟାଡିୟମରେ ଟ୍ରେନିଂ ନେଉଥିଲେ। ଝଗଡ଼ା ବେଳେ ଆହତ ହୋଇ ସେ ଇଞ୍ଜୁରି ହୋଇଥିଲେ ଓ ଶେଷରେ ପ୍ରାଣତ୍ୟାଗ କରିଥିଲେ।
ଏହି ଘଟଣାରେ ସାରା କ୍ରୀଡ଼ା ଜଗତ ହତବାକ ହୋଇଛି। ୩୭ ବର୍ଷୀୟ ସୁଶୀଲ ଦୁଇଟି ଅଲିମ୍ପିକ ପଦକ ଜିତିବା ସହ ଭାରତର ଏକମାତ୍ର ରେସଲିଂ ବିଶ୍ୱ ଚାମ୍ପିୟନ ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଥର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତେଣୁ ଏହି ଘଟଣାରେ ସୁଶୀଲଙ୍କୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭାରତୀୟ କ୍ରୀଡ଼ା ପ୍ରତି ସୁଶୀଲ ଯାହା କରିଛନ୍ତି ତାହାକୁ ଆଦୌ ଅଣଦେଖା କରିହେବ ନାହିଁ। ବର୍ତ୍ତମାନ ଏତିକି ମାତ୍ର କହିହେବ ଓ ଆଉ କିଛି କହିହେବ ନାହିଁ। ପ୍ରଥମେ ମାମଲା ସ୍ପଷ୍ଟ ହେଉ। ଏ ନେଇ ଅଧିକ କିଛି କହିହେବ ନାହିଁ ବୋଲି ଅଲିମ୍ପିକ ପଦକ ବିଜେତା ବକ୍ସର ବିଜେନ୍ଦର ସିଂ କହିଛନ୍ତି। ୨୦୦୮ ବେଜିଂ ଅଲିମ୍ପିକ୍ସରେ ଉଭୟ ବିଜେନ୍ଦର ଓ ସୁଶୀଲ ଐତିହାସିକ ବ୍ରୋଞ୍ଜ୍‌ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଥିଲେ। ଏ ପର୍ଯ୍ୟନ୍ତ ବିଜେନ୍ଦର ବକ୍ସିଂରେ ଏକମାତ୍ର ଅଲିମ୍ପିକ ପଦକ ବିଜେତା ବିବେଚିତ ହେଉଛନ୍ତି।
ଏହି ମାମଲାରେ ଭାରତୀୟ କ୍ରୀଡ଼ାକୁ ଜବରଦସ୍ତ ଝଟକା ଲାଗିଛି ବୋଲି ଅଭିଜ୍ଞ ଟେବୁଲ ଟେନିସ ଖେଳାଳି ଶରଥ କମଲ କହିଛନ୍ତି। ଯଦି ସୁଶୀଲଙ୍କ ଦ୍ୱାରା କିଛି ଅପରାଧ ଘଟିଥାଏ ତା’ହେଲେ ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। କେବଳ ରେସଲିଂ ନୁହେଁ ପୂରା ଭାରତୀୟ କ୍ରୀଡ଼ା ଏଥିରେ ପ୍ରଭାବିତ ହେବ। ସେ ଦେଶର ଅନ୍ୟତମ ଶ୍ରେଷ୍ଠ ଆଥ୍‌ଲେଟ। ତାଙ୍କୁ ଲୋକେ ଆଦର୍ଶ ମାନନ୍ତି। ତେଣୁ ଯଦି ସେ ସତରେ କିଛି ଭୁଲ କରିଥାନ୍ତି ତା’ହେଲେ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ବଡ଼ କ୍ଷତି ବୋଲି ଶରଥ କହିଛନ୍ତି।
ପୂର୍ବତନ ହକି ଅଧିନାୟକ ଅଜିତ୍‌ପାଲ ସିଂ ସୁଶୀଲଙ୍କୁ ଜଣେ ଭଦ୍ରବ୍ୟକ୍ତି ବୋଲି କହିଛନ୍ତି। ତେବେ କ’ଣ ପାଇଁ ଏହି ଘଟଣା ଘଟିଲା ତାହା କହିବା ମୁସ୍କିଲ। ଏହା ନିଶ୍ଚିତ ଭାବେ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ। କ୍ରୀଡ଼ାରୁ ସେ ଯଶ, ଅର୍ଥ, ମାନ ସବୁ କିଛି ପାଇଛନ୍ତି। ତେଣୁ ସେ ଏଭଳି ଘଟଣାରେ ସାମିଲ ହେବା ଉଚିତ ନ ଥିଲା ବୋଲି ଅଜିତ୍‌ପାଲ କହିଛନ୍ତି। ବେଜିଂ ଅଲିମ୍ପିକ୍ସ ବେଳେ ସୁଶୀଲଙ୍କୁ ଭେଟିଥିଲି। ସେ ଅତ୍ୟନ୍ତ ଭଦ୍ର ଓ ନମ୍ର ସ୍ବଭାବର ଥିଲେ। ତେବେ ସଫଳତା ଓ ଯଶକୁ ହ୍ୟାଣ୍ଡଲ କରିବା ଏକ ଚ୍ୟାଲେଞ୍ଜ୍‌ ବୋଲି ସେ କହିଛନ୍ତି।
ସୁଶୀଲଙ୍କ ଜଣେ ସାଥି ରେସ୍‌ଲର ନିଜ ନାମ ଗୋପନ ରଖି ସମୟ ଓ ତଦନ୍ତର ଫଳାଫଳକୁ ଅପେକ୍ଷା କରିବା ଉଚିତ ବୋଲି କହିଛନ୍ତି। ତେବେ ଏହି ଘଟଣା ରେସଲିଂ ଓ ସୁଶୀଲଙ୍କ ଛବିକୁ କଳଙ୍କିତ କରିଛି ବୋଲି ସେ କହିଛନ୍ତି। ସୁଶୀଲଙ୍କର ଦୁଇଟି ଛୋଟ ପୁଅ ଅଛନ୍ତି। ସେ ଜଣାଶୁଣା ରେସଲିଂ କୋଚ୍‌ ସତ୍‌ପାଲ ମହାରାଜଙ୍କ ଝିଅ ସାବିଙ୍କୁ ବିବାହ କରିଥିଲେ। ୨୦୧୧ରେ ତାଙ୍କର ବିବାହ ହୋଇଥିଲା। ଜଣେ ପୂର୍ବତନ କ୍ରିକେଟର ମଧ୍ୟ ନାମ ଗୋପନ ରଖି ସମାନ ମତ ଦେଇଛନ୍ତି। ଏହି ଘଟଣା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ତେବେ ସୁଶୀଲ ଯଦି ନିର୍ଦ୍ଦୋଷ ତା’ହେଲେ ନିଶ୍ଚିତ ଭାବେ ନ୍ୟାୟ ପାଇବେ ବୋଲି ସେ କହିଛନ୍ତି।
ସୁଶୀଲଙ୍କ ଭଳି ହୀରୋଙ୍କ ପତନ କ୍ରୀଡ଼ା ପାଇଁ ଶୁଭଙ୍କର ନୁହେଁ ବୋଲି ଜଣେ ପୂର୍ବତନ ହକି ଅଧିନାୟକ କହିଛନ୍ତି। ଯୁବ ଆଥ୍‌ଲେଟମାନେ ତାଙ୍କୁ ଆଦର୍ଶ ମାନନ୍ତି। ତେଣୁ ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ କଳା ଦିବସ ବୋଲି ସେ କହିଛନ୍ତି। ସେହିପରି ଏହି ଘଟଣାକୁ ଆଦୌ ବିଶ୍ୱାସ କରିହେଉନାହିଁ ବୋଲି ଶୁଟିଂଜଗତର ଜଣେ ବ୍ୟକ୍ତି କହିଛନ୍ତି। ତେବେ ଜଣେ ଜଣାଶୁଣା ବ୍ୟାଡ୍‌ମିଣ୍ଟନ ଖେଳାଳି ଭିନ୍ନ ମତ ଦେଇଛନ୍ତି। ଭାରତୀୟ କ୍ରୀଡ଼ା ଏହି ମାମଲାକୁ ପଛରେ ପକାଇବ ଓ ନୂଆ ହିରୋ ସୃଷ୍ଟି ହେବେ ଏବଂ ରେସ୍‌ଲିଂରେ ନୂଆ ଗୌରବମୟ ଅଧ୍ୟାୟ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସେହିପରି କିଛି ସମୟ ପାଇଁ ଏହି ଘଟଣା ରେସଲିଂକୁ ପ୍ରଭାବିତ କରିବ। ତେବେ କ୍ରୀଡ଼ା ଆଗକୁ ବଢିବ ଓ ନୂଆ ରୂପ ନେବ। କ୍ରିକେଟରେ ସ୍ପଟ୍‌ ପିକ୍ସିଂ ଓ ମ୍ୟାଚ୍‌ ଫିକ୍ସିଂ ଘଟଣା ଭଳି ଏହାକୁ ମଧ୍ୟ ଲୋକେ ଭୁଲିଯିବେ। ତେଣୁ ସମୟକ୍ରମେ କ୍ରାଡ଼ା ତା’ର ଗୌରବ ଫେରିପାଇବ ବୋଲି ବ୍ୟାଡ୍‌ମିଣ୍ଟନ ଖେଳାଳି ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରେକର୍ଡ ବର୍ଷା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ସ୍କୋର କରିଥିଲା। ଏହାପୂର୍ବରୁ ଏହି ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାମରେ ଥିଲା।...

ମାତ୍ର ୨୨ ମିନିଟ୍‌ରେ ରେକର୍ଡ ଭାଙ୍ଗିଦେଲେ ଅଭିଷେକ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ପାଇଁ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର କିଛି ମିନିଟ ପରେ ଅଭିଷେକ ଶର୍ମା ଏହି...

ପାଣ୍ଡ୍ୟାଙ୍କ ହାତରୁ ଯାଇପାରେ ଅଧିନାୟକ ପଦ: ରୋହିତଙ୍କ ସହ କଥା ହେଲେ ଆକାଶ ଅମ୍ବାନୀ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ସବୁଠୁ ବଡ଼ ସ୍କୋର କରିଥିଲା। ମୁମ୍ବାଇ ଦଳ ହାର୍ଦ୍ଦିକ...

ବାଡ଼େଇ ବାଡ଼େଇ ବଲ୍ ଚୋପା ଛଡ଼େଇ ଦେଲେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟର

ହାଇଦ୍ରାବାଦ,୨୭।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)। ବୁଧବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ସ୍କୋର ଛିଡା କଲା ସନରାଇଜର୍ସ ହାଇଦ୍ରାବାଦ: ମୁମ୍ବାଇକୁ ଦେଲା ବିଶାଳ ଟାର୍ଗେଟ୍‌

ହାଇଦ୍ରାବାଦ୍‌,୨୭।୩: ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସବୁଠାରୁ ବଡ ସ୍କୋର କରିଛନ୍ତି। ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ୨୭୮ ରନ୍‌ର ଟାର୍ଗେଟ ଦେଇଛି ହାଇଦ୍ରାବାଦ୍‌। ୨୦...

‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇ ଚର୍ଚ୍ଚାରେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ମୁମ୍ବାଇ,୨୭।୩: ଆଇପିଏଲ ୨୦୨୪ର ଅଷ୍ଟମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ୍‌ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବ। ହାଇଦ୍ରାବାଦ ଏବଂ ମୁମ୍ବାଇର ଦଳ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri