Posted inଖେଳ

ଖୁସି ଖବର: ୨୦୨୮ ଅଲମ୍ପିକ୍‌ରେ ସାମିଲ ହେବ କ୍ରିକେଟ !…

ନୂଆଦିଲ୍ଲୀ,୨୪।୫: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୦୨୮ ଅଲମ୍ପିକ୍‌ରେ କ୍ରିକେଟ ଖେଳକୁ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଲସ୍‌ ଏଞ୍ଜେଲସ୍‌ରେ ହେବାକୁ ଥିବା ଏହି ଅଲମ୍ପିକ୍‌ରେ କ୍ରିକେଟ ଖେଳ ସାମିଲ ହେଲେ ଭାରତୀୟ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଘଟିବାର ସମ୍ଭାବନା ରହିଥିବା ଆଇସିସି ପକ୍ଷରୁ ଆଶା ପ୍ରକଟ କରାଯାଇଛି। କ୍ରିକେଟ ଖେଳକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଅଲମ୍ପିକ୍‌ରେ ଏହା ସାମିଲ ହେଲେ ଅଧିକ ଟିକଟ ବିକ୍ରି ହେବ। ଆଇସିସି ଅନୁସାରେ ୨୦୧୯ରେ ହୋଇଥିବା ଏକ ଦିବସୀୟ ଓ୍ବାଲର୍‌ଡ କପ୍‌ ମ୍ୟାଚ୍‌ଗୁଡ଼ିକୁ ଭାରତରେ ୫୪ କୋଟି ୫୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ। ଆଇସିସି ପକ୍ଷରୁ ଏନେଇ ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଏହା ଆଇଏଏନ୍‌ଏସ୍‌ ପାଖରେ ରହିଥିବା କୁହାଯାଉଛି। ଅଲମ୍ପିକ୍‌ରେ ଦର୍ଶକ ବୃଦ୍ଧି କରାଇବା ଲକ୍ଷ୍ୟ ନେଇ ଏଭଳି ପ୍ରସ୍ତାବ ପ୍ରସ୍ତୁତି ହୋଇଥିବା ଆଇସିସି କହିଛି। ୨୦୧୯ କ୍ରିକେଟ ଓ୍ବାଲର୍‌ଡ କପ୍‌ ଭିଡ଼ିଓକୁ ୪୬୦ କୋଟି ଲୋକ ଦେଖିଥିବାବେଳେ ୟୁଟ୍ୟୁବ୍‌ରେ ଏହାକୁ ୩ କୋଟି ୧୦ ଲକ୍ଷ ୟୁଜର ଦେଖିଥିଲେ। ଆଇସିସି ପକ୍ଷରୁ କ୍ରିକେଟ ଓ୍ବାଲର୍‌ଡ କପ୍‌ ଭିଡ଼ିଓକୁ ୨୦୧୬ ରିଓ ଅଲମ୍ପିକ୍‌ ସହିତ ତୁଳନା କରାଯାଇଛି। ରିଓ ଅଲମ୍ପିକ୍‌ ଭିଡ଼ିଓକୁ ଭାରତରେ ୧୯କୋଟି ୧୦ ଲକ୍ଷ ଦର୍ଶକ ଦେଖିଥିବା ଆଇସିସି କହିଛି। ଅପରପକ୍ଷରେ ୨୦୧୯ରେ ହୋଇଥିବା ଏକ ଦିବସୀୟ ଓ୍ବାଲର୍‌ଡ କପ୍‌ ମ୍ୟାଚ୍‌ଗୁଡ଼ିକୁ ୫୪ କୋଟି ୫୦ ଲକ୍ଷରୁ ଅଧିକ ଭାରତୀୟ ଦର୍ଶକ ଦେଖିଥିବା ଆଇସିସି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର

କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍‌ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ...

ଆଇପିଏଲ୍‌ ପୂର୍ବରୁ ଜୀବନର ନୂଆ ଇନିଂସ ଆରମ୍ଭ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୯।୩: ଅଷ୍ଟ୍ରେଲିୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ମୂଳ...

ରୋହିତଙ୍କୁ ଦିନିକିଆ ଦଳର ନେତୃତ୍ୱଭାର

ନୂଆଦିଲ୍ଲୀ,୮।୧୨: ଟି୨୦ ଫର୍ମାଟରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଉଥିବା ରୋହିତ ଶର୍ମାଙ୍କୁ ବୁଧବାର ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଏଥିସହ ବରିଷ୍ଠ ଓପନିଂ ବ୍ୟାଟରଙ୍କୁ...

ଏହି ୪ ଭାରତୀୟ ଖେଳାଳିଙ୍କ ପାଖରେ ରହିଛି ନିଜସ୍ବ ବିମାନ

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି।...

ଓଡ଼ିଶାକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୯।୮ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇରେ ଅନୁଷ୍ଠିତ ୨୭ତମ ଜାତୀୟ ସବ୍‌ଜୁନିୟର ଟେନିସବଲ୍‌ କ୍ରିକେଟ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ଓଡ଼ିଶା ବ୍ରୋଞ୍ଜ ପଦକ...

ଅନୁଷ୍କା ଶର୍ମା ନୁହେଁ, ଏହି ଅଭିନେତ୍ରୀଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି, କିନ୍ତୁ ତାଙ୍କୁ ଡେଟିଂ କରିବା ପୂର୍ବରୁ ସେ...

ରାହୁଲଙ୍କ ଶତକ: ପଞ୍ଜାବର ବୃହତ୍‌ ବିଜୟ

ଦୁବାଇ, ୨୫।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅନ୍ୟତମ ଟାଇଟଲ ଫେଭରାଇଟ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଲଜ୍ଜାଜନକ ପରାଜୟ ବରଣ...

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ...

Advertisement
Archives

Model This Week