Posted inଖେଳ

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌

ଦୁବାଇ, ୨୩।୫ : ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏସିଆ କପ୍‌ର ୨୦୨୧ ସଂସ୍କରଣ ୨୦୨୩ରେ ଅନୁଷ୍ଠିତ ହେବ। ଏହି ବର୍ଷର ଏସିଆର ସବୁଠୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟ ପ୍ରଥମେ ପାକିସ୍ତାନରେ ଅନୁଷ୍ଠିତ ହେବାର ଥିଲା। ପରେ ଏହା ଶ୍ରୀଲଙ୍କାରେ ଆୟୋଜିତ କରାଯିବା ନେଇ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦେଶରେ ବଢ଼ୁଥିବା କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଚଳିତ ବର୍ଷ ଇଭେଣ୍ଟ ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଥିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ।

ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ୪ ବଡ଼ ସଦସ୍ୟଙ୍କ ନିକଟରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସମୟ ନାହିଁ। ଏଣୁ ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବା ଅତ୍ୟନ୍ତ କଷ୍ଟକର। ଏ ସମ୍ପର୍କରେ ଏସିଆନ୍‌ କ୍ରିକେଟ କାଉନ୍ସିଲ (ଏସିସି) ପକ୍ଷରୁ ରବିବାର ଏକ ବିବୃତି ଜାରି କରାଯାଇଛି।

କୋଭିଡ୍‌-୧୯ ସ୍ଥିତିରେ ସ୍ଥଗିତ ରଖିବା ଛଡ଼ା ଅନ୍ୟ କୌଣସି ବାଟ ନାହିଁ। ୨୦୨୨ରେ ଏସିଆ କପ୍‌ ଖେଳାଯିବାର ଅଛି। ଏଣୁ ୨୦୨୧ରେ ଯେଉଁ ଏସିଆ କପ୍‌ ଖେଳାଯାଇଥାନ୍ତା, ତାହା ୨୦୨୩ରେ ଆୟୋଜନ କରାଯିବ ବୋଲି ଏସିସି ପକ୍ଷରୁ ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୮ ଠାରୁ ଏସିଆ କପ୍‌ ଖେଳାଯାଇ ନାହିଁ। ୨୦୨୦ରେ ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାଉଣ୍ଟି କ୍ରିକେଟ ନ ଖେଳନ୍ତୁ ବୁମ୍‌ରା

ନୂଆଦିଲ୍ଲୀ, ୧୧ା୫ (ପି.ଟି.)-ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳି କାଉଣ୍ଟି କ୍ରିକେଟ ଖେଳିବା ଲାଗି ବ୍ୟଗ୍ର ହେବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର...

ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କ୍ଷମା ମାଗିଲେ ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କାହିଁକି

ଲର୍ଡସ, ୧୫।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

ସିଡ୍‌ନୀ କରୋନା ପ୍ରକୋପ: ସ୍ଥିତି ଉପରେ କଡ଼ା ନଜର ରଖିଛୁ: ସିଏ

ମେଲବୋର୍ନ,୧୯।୧୨(ପି.ଟି.): ସିଡ୍‌ନୀରେ କରୋନା ପ୍ରକୋପ ଜାରି ରହିଛି। ଏହାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ...

ଇଂଲଣ୍ଡ ବିଶ୍ୱକପ୍‌ ବିଜେତା ଫୁଟବଲର ଚାର୍ଲଟନଙ୍କ ପରଲୋକ

ଲଣ୍ଡନ,୧୧।୭(ଏପି): ଇଂଲଣ୍ଡ କିମ୍ବଦନ୍ତୀ ଫୁଟବଲର ତଥା ସେଣ୍ଟ୍ରାଲ ଡିଫେଣ୍ଡର ଜ୍ୟାକ୍‌ ଚାର୍ଲଟନ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବିଗ୍‌ ଜ୍ୟାକ୍‌ ନାମରେ ପରିଚିତ...

ଲକ୍ଷ୍ୟ ସେନ୍‌ଙ୍କୁ ଟାଇଟଲ

ସାର୍‌ବ୍ରକେନ (ଜର୍ମାନୀ), ୪ା୧୧(ପି.ଟି.)-ଭାରତର ଲକ୍ଷ୍ୟ ସେନ୍‌ କ୍ରମାଗତ ଦ୍ୱିତୀୟ ଥର ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ସାର୍‌ଲର୍‌ଲକ୍ସ...

ସୌରଭ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ

କୋଲକାତା, ୩ା୧ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମୃଦୁ ହୃଦ୍‌ଘାତ ହୋଇଛି। ଶନିବାର ସକାଳେ ଜିମ୍‌ରୁ ଫେରିବା ପରେ ସେ...

୩ୟ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲ୍‌ରେ ଏହି ସଫଳତା ହାସଲ କରିବେ ରୋହିତ୍‌

ଆବୁଧାବି, ୧।୧୦: ଆଇପିଏଲ୍‌-୧୩ତମ ସିଜନର ୧୩ତମ ମ୍ୟାଚ୍‌ରେ ଗୁରୁବାର ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ହେବ। ଏହି...

ପ୍ରସ୍ତୁତି ଭଲ ହୋଇଛି: ଟେବାର

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ଆମକୁ ଯେପରି ସ୍ବାଗତ କରାଯାଇଛି ଏବଂ ଆତିଥେୟତା ମିଳିଛି ସେଥିରେ ମୁଁ ବହୁତ ଖୁସି। ନୂଆ, କ୍ଲବ, ନୂଆ ସହରରେ ଆମେ...

Advertisement
Archives

Model This Week