Posted inଖେଳ

ଗିରୋ ଡି’ ଇଟାଲିଆ: ଲୋରେଞ୍ଜୋ ୧୪ତମ ଷ୍ଟେଜ୍‌ ବିଜେତା

ରୋମ୍‌, ୨୪ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୪ତମ ଷ୍ଟେଜ୍‌ରେ ଇଟାଲିର ଲୋରେଞ୍ଜୋ ଫର୍ଟୁନାଟୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ପ୍ରଥମ ବିଜୟ। ମଣ୍ଟେ ଜୋନ୍‌କୋଲାନ ସମିଟ୍‌ରେ ଇଗାନ୍‌ ବର୍ନାଲ ଓଭରଅଲ୍‌ ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିପାରିଛନ୍ତି। ଇଓଲୋ-କୋମେଟା ଟିମ୍‌ରୁ ପ୍ରତିନିଧିତ୍ୱ କରୁଥିବା ଲୋରେଞ୍ଜୋ ୨୦୫ କିଲୋମିଟର ଦୂରତା ବିଶିଷ୍ଟ ଷ୍ଟେଜ୍‌କୁ ୫ ଘଣ୍ଟା, ୧୭ ମିନିଟ୍‌ ଓ ୨୨ ସେକେଣ୍ଡ ଟାଇମିଂରେ ଶେଷ କରିଥିଲେ। କଲମ୍ବିଆର ବର୍ନାଲ ଯଦିଓ ଚତୁର୍ଥ ସ୍ଥାନରେ ରହିଥିଲେ ଓଭର ଅଲ୍‌ ଅଗ୍ରଣୀ ୯୩ ସେକେଣ୍ଡ ବୃଦ୍ଧି କରିପାରିଛନ୍ତି। ବ୍ରିଟେନର ସିମେନ ୟେଟ୍ସ ୬ଷ୍ଠ ସ୍ଥାନ ଅଧିକାର ସହ ଓଭର ଅଲ୍‌ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଟାଲିର ଡାମିଆନୋ କାରୁସୋ ୧:୫୨ ପଛୁଆ ଓଭରଅଲ ତୃତୀୟ ହୋଇଛନ୍ତି। ମାଉଣ୍ଟେନ ଷ୍ଟେଜ୍‌ର ଶେଷଭାଗରେ ରୁଷିଆର ଆଲେକ୍‌ଜାଣ୍ଡର ଭ୍ଲ୍ଳାସୋଭଙ୍କୁ ୧ ମିନିଟରୁ ଅଧିକ ସମୟ ବ୍ୟବଧାନରେ ପଛରେ ପକାଇ ଇନୋସ ଗ୍ରେନାଡିଅର୍ସ ରାଇଡର ବର୍ନାଲ ପିଙ୍କ୍‌ ଜର୍ସି ପାଇଥିଲେ। ୨୦୧୯ ଟୁର୍‌ ଡି’ଫ୍ରାନ୍ସ ବିଜେତା ବର୍ନାଲ କହିଛନ୍ତି ବର୍ତ୍ତମାନ ସେ ବାସ୍ତବିକ୍‌ ଭଲ ସ୍ଥିତିରେ ଅଛନ୍ତି। ପ୍ରତ୍ୟେକ ମାଉଣ୍ଟେନ ଷ୍ଟେଜ୍‌ରେ ଆକ୍ରମଣାତ୍ମକ ହେବା ଆବଶ୍ୟକତା ରହିବ ନାହିଁ। ୧୪ତମ ଷ୍ଟେଜ୍‌ରେ ସ୍ଲୋଭେନିଆର ଟ୍ରାଟ୍‌ନିକ (ବାହାରିନ୍‌ ଭିକ୍ଟୋରିଅସ) ଦ୍ୱିତୀୟ ଏବଂ ଇଟାଲିର ଆଲେସାଣ୍ଡ୍ରୋ (ୟୁଏଇ ଟିମ୍‌ ଏମିରେଟ୍ସ) କୋଭି ତୃତୀୟ ହୋଇଥିଲେ। ୧୪୭ କିଲୋମିଟର ବିଶିଷ୍ଟ ୧୫ତମ ଷ୍ଟେଜ୍‌ ଇଟାଲି ଓ ସ୍ଲୋଭେନିଆର କ୍ରସ୍‌ ବର୍ଡର ସର୍କିଟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri