Posted inଖେଳ

ଗିରୋ ଡି’ ଇଟାଲିଆ: ଲୋରେଞ୍ଜୋ ୧୪ତମ ଷ୍ଟେଜ୍‌ ବିଜେତା

ରୋମ୍‌, ୨୪ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୪ତମ ଷ୍ଟେଜ୍‌ରେ ଇଟାଲିର ଲୋରେଞ୍ଜୋ ଫର୍ଟୁନାଟୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ପ୍ରଥମ ବିଜୟ। ମଣ୍ଟେ ଜୋନ୍‌କୋଲାନ ସମିଟ୍‌ରେ ଇଗାନ୍‌ ବର୍ନାଲ ଓଭରଅଲ୍‌ ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିପାରିଛନ୍ତି। ଇଓଲୋ-କୋମେଟା ଟିମ୍‌ରୁ ପ୍ରତିନିଧିତ୍ୱ କରୁଥିବା ଲୋରେଞ୍ଜୋ ୨୦୫ କିଲୋମିଟର ଦୂରତା ବିଶିଷ୍ଟ ଷ୍ଟେଜ୍‌କୁ ୫ ଘଣ୍ଟା, ୧୭ ମିନିଟ୍‌ ଓ ୨୨ ସେକେଣ୍ଡ ଟାଇମିଂରେ ଶେଷ କରିଥିଲେ। କଲମ୍ବିଆର ବର୍ନାଲ ଯଦିଓ ଚତୁର୍ଥ ସ୍ଥାନରେ ରହିଥିଲେ ଓଭର ଅଲ୍‌ ଅଗ୍ରଣୀ ୯୩ ସେକେଣ୍ଡ ବୃଦ୍ଧି କରିପାରିଛନ୍ତି। ବ୍ରିଟେନର ସିମେନ ୟେଟ୍ସ ୬ଷ୍ଠ ସ୍ଥାନ ଅଧିକାର ସହ ଓଭର ଅଲ୍‌ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଟାଲିର ଡାମିଆନୋ କାରୁସୋ ୧:୫୨ ପଛୁଆ ଓଭରଅଲ ତୃତୀୟ ହୋଇଛନ୍ତି। ମାଉଣ୍ଟେନ ଷ୍ଟେଜ୍‌ର ଶେଷଭାଗରେ ରୁଷିଆର ଆଲେକ୍‌ଜାଣ୍ଡର ଭ୍ଲ୍ଳାସୋଭଙ୍କୁ ୧ ମିନିଟରୁ ଅଧିକ ସମୟ ବ୍ୟବଧାନରେ ପଛରେ ପକାଇ ଇନୋସ ଗ୍ରେନାଡିଅର୍ସ ରାଇଡର ବର୍ନାଲ ପିଙ୍କ୍‌ ଜର୍ସି ପାଇଥିଲେ। ୨୦୧୯ ଟୁର୍‌ ଡି’ଫ୍ରାନ୍ସ ବିଜେତା ବର୍ନାଲ କହିଛନ୍ତି ବର୍ତ୍ତମାନ ସେ ବାସ୍ତବିକ୍‌ ଭଲ ସ୍ଥିତିରେ ଅଛନ୍ତି। ପ୍ରତ୍ୟେକ ମାଉଣ୍ଟେନ ଷ୍ଟେଜ୍‌ରେ ଆକ୍ରମଣାତ୍ମକ ହେବା ଆବଶ୍ୟକତା ରହିବ ନାହିଁ। ୧୪ତମ ଷ୍ଟେଜ୍‌ରେ ସ୍ଲୋଭେନିଆର ଟ୍ରାଟ୍‌ନିକ (ବାହାରିନ୍‌ ଭିକ୍ଟୋରିଅସ) ଦ୍ୱିତୀୟ ଏବଂ ଇଟାଲିର ଆଲେସାଣ୍ଡ୍ରୋ (ୟୁଏଇ ଟିମ୍‌ ଏମିରେଟ୍ସ) କୋଭି ତୃତୀୟ ହୋଇଥିଲେ। ୧୪୭ କିଲୋମିଟର ବିଶିଷ୍ଟ ୧୫ତମ ଷ୍ଟେଜ୍‌ ଇଟାଲି ଓ ସ୍ଲୋଭେନିଆର କ୍ରସ୍‌ ବର୍ଡର ସର୍କିଟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri