ମୁଁ ଆର୍ଟିପିସିଆର ଟେଷ୍ଟ କରିବିନି କହିଲେ ଯୁବତୀ, ଷ୍ଟେଶନରେ କଲେ ଏମିତି ହଙ୍ଗାମା; ଭିଡିଓ ଭାଇରାଲ
ଜୟପୁର,୨୧।୪: ପୋଲିସ ସହ ସାଧାରଣ ଜନତାଙ୍କ ଯୁକ୍ତିତର୍କ, ମାଡ଼ପିଟ୍ ହେଉଥିବାର ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। କିଛିଦିନ ତଳେ ଦିଲ୍ଲୀର ଏକ ଦମ୍ପତି ମାସ୍କ ପିନ୍ଧି ନ ଥିଲେ। ପୋଲିସ କହିବାରୁ ନାନା ଗଣ୍ଡଗୋଳ ହୋଇଥିଲା। ଏପରିକି ଦମ୍ପତି ଜେଲ୍ ଯାଇଛନ୍ତି।…
କରୋନାରୁ କେବେ ମିଳିବ ମୁକ୍ତି, ମୋଦିଙ୍କ ପରାମର୍ଶଦାତା ଦେଲେ ସୂଚନା…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍ ହେବା ଯୋଗୁ ସଙ୍କଟ ବଢିଛାଲିଛି। ତେବେ କରୋନା ସଂକ୍ରମଣ ମେ’ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା…
୩୮ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ଅମିତ ମିଶ୍ର
ମୁମ୍ବାଇ, ୨୧।୪: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୩୮ ବର୍ଷୀୟ ଲେଗ ସ୍ପିନର ଅମିତ ମିଶ୍ର ୪ ଉଇକେଟ ନେଇ ୧୩୭ ରନରେ ମୁମ୍ବାଇକୁ ଅଟକାଇଥିଲେ। ଏହା ପରେ ଦିଲ୍ଲୀ ୧୯.୧ ଓଭରରେ ୪ ଉଇକେଟ…
ଏହାକୁ ଖାଇଲେ ହେବନି କରୋନା…
ଲଣ୍ଡନ,୨୧।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଭିଟାମିନ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ବ୍ରିଟେନରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ପ୍ରୋବାୟୋଟିକ୍ସ୍, ଓମେଗା-୩ ଫ୍ୟାଟି…
ମହାମାରୀ ସମୟରେ ବି ସର୍ବାଧିକ ମୃତ୍ୟୁଦଣ୍ଡ…
ରିୟାଦ,୨୧।୪: କରୋନା ସଂକ୍ରମଣରେ ଲୋକଙ୍କ ମୃତ୍ୟୁ ମହାମାରୀରେ ହେଉଥିବାବେଳେ ପୃଥିବୀର ବିଭିନ୍ନ ଦେଶରେ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ବି ଯଥେଷ୍ଟ ବଢ଼ିଛି। ଏହି ସଙ୍କଟ ସମୟରେ ପୃଥିବୀର ୪ ଦେଶରେ ଅଧିକ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଏମନେଷ୍ଟି ଇଣ୍ଟରନ୍ୟାଶନାଲ…
ରାଜଧାନୀରେ ସ୍ଥିତି ସଙ୍ଗିନ: ସିଲ୍ ହେଲା ୩ ଘରୋଇ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଥିବା ଅଦ୍ୱିତୀୟ ଏକାଡେମୀ, କଳିଙ୍ଗ ଏକାଡେମୀ ଏବଂ ଖାରବେଳ ନଗରସ୍ଥିତ ଭାରତୀୟ ବିଦ୍ୟାଭବନକୁ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସିଲ୍ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ସବୁ…
ଔଷଧ ଡିପୋ, ହସ୍ପିଟାଲରେ ଚଢ଼ାଉ
ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ, ୨୧।୪: କୋଭିଡ ମହାମାରୀ ସମୟରେ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ ଭାବେ ଗଚ୍ଛିତ ଓ କଳାବଜାର ରୋକିବା ନେଇ ଗଠିତ ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ମଙ୍ଗଳବାର ଟୁଇନ୍ ସିଟି କଟକ ଓ…
ନିରାଡ଼ମ୍ବର ଭାବେ ପାଳନ ହେବ ରାମନବମୀ
ଭୁବନେଶ୍ୱର, ୨୧।୪ (ବ୍ୟୁରୋ): କରୋନା ଚେନ୍ରେ ବ୍ରେକ୍ ଲଗାଇବା ପାଇଁ ବୁଧବାର ଠାରୁ ବିଭିନ୍ନ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏଭଳିସ୍ଥଳେ ବୁଧବାର ପବିତ୍ର ରାମନବମୀ ପଡୁଛି। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ…
ମାଓବାଦୀ ନେତା କ୍ରିଷ୍ଣାଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୧।୪ (ଡି.ଏନ୍.ଏ.): ଆନ୍ଧ୍ର- ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓବାଦୀ ନେତା ତଥା ସ୍ବାଭିମାନ ଅଞ୍ଚଳରେ ସଙ୍ଗଠନର ମୁଖ୍ୟ ଥିବା ଜଳନ୍ଧର ରେଡ୍ଡି ଓରଫ ଭେଙ୍କାଟା କ୍ରିଷ୍ଣା ଓରଫ କ୍ରିଷ୍ଣା ମଙ୍ଗଳବାର ବିଜୟଓ୍ବାଡାଠାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଆନ୍ଧ୍ର ଡିଜିପି ଗୌତମ…
ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମନା
ଚେନ୍ନାଇ,୨୧।୪: ଆଇପିଏଲର ୧୪ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ଉପରେ ଏହି ଚମତ୍କାର ବିଜୟ ସହିତ ଦିଲ୍ଲୀ ଡିଫେଣ୍ଡିଂ ଚାମ୍ପିଅନ୍ସ ଦଳ ମୁମ୍ବାଇ ବିପକ୍ଷରେ କ୍ରମାଗତ ପାଞ୍ଚଟି…
ନିଲମ୍ବିତ କନଷ୍ଟେବଳ, ଜେଲ ଓ୍ବାର୍ଡର ଗିରଫ
କଟକ ଅଫିସ/ସମ୍ବଲପୁର (ବ୍ୟୁରୋ) ୨୧।୪: କଟକ ଏସ୍ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ଫେରାର ହେବା ଘଟଣାରେ ମଙ୍ଗଳବାର ପୋଲିସ ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ମହମ୍ମଦ…
ତାଳଚେର ଫର୍ଟିଲାଇଜର ୟୁରିଆ ପାଇଁ ସବ୍ସିଡି ନୀତି
ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୨୧।୪: ତାଳଚେର ସାର କାରଖାନା (ଟିଏଫ୍ଏଲ୍) ଦ୍ୱାରା କୋଇଲା ବାଷ୍ପୀକରଣ ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ବତନ୍ତ୍ର ସବ୍ସିଡି ନୀତି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା…
Archives


