Posted inଖେଳ

ଠାକୁରଙ୍କ ଜୀବନ ବଦଳାଇ ଦେଇଥିଲେ ଧୋନୀ

ଓଭାଲ୍‌,୮।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ଶାର୍ଦ୍ଦୁଳ ଠାକୁର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚରେ ଠାକୁର ଇଂଲଣ୍ଡ ଦଳକୁ ଉଭୟ ବ୍ୟାଟ ଏବଂ ବଲ୍‌ରେ ଚିତ୍‌ପଟାଙ୍ଗ କରିଥିଲେ। ସେ ପ୍ରଥମ ଇନିଂସରେ ମାତ୍ର ୩୬ ବଲରେ ୫୭ ରନ ସ୍କୋର କରିଥିଲେ, ସେଥିରେ ୩ ଟି ଛକା ଓ ୭ ଚୌକା ସାମିଲ ଥିଲା। ଠାକୁର ମାତ୍ର ୩୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ଠାକୁର ପ୍ରଥମ ଇନିଂସରେ ଅଲି ପୋପଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ। ସେ ଦ୍ୱିତୀୟ ଇନିଂସରେ ମଧ୍ୟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଖେଳିଥିଲେ। ସେ ୭୨ ବଲରେ ୬୦ ରନ ସଂଗ୍ରହ କରିଥିଲେ ଏବଂ ପନ୍ତଙ୍କ ସହ ୧୦୦ ରନର ମ୍ୟାଚ ବିଜୟୀ ଭାଗିଦାରୀ ବାଣ୍ଟିଥିଲେ। ଏହା ପରେ ସେ ବୋଲିଂରେ ୮ ଓଭରରେ ୨୨ ରନ୍‌ ଦେଇ ୨ ଉଇକେଟ ନେଇଥିଲେ। ଏହାପୂର୍ବରୁ ଅଷ୍ଟ୍ରେଲିଆରେ ସିରିଜ ସମୟରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଇଂଲଣ୍ଡରେ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ଏକ ପୁରୁଣା ସାକ୍ଷାତକାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଶଂସା କରୁଛନ୍ତି।
ବ୍ରିସବେନର ଗାବାରେ ଟିମ ଇଣ୍ଡିଆର ବିଜୟର ଅନ୍ୟତମ ହିରୋ ଶାର୍ଦ୍ଦୁଳ ଠାକୁର ପ୍ରକାଶ କରିଛନ୍ତି ଯେ, ସେ ଟେଷ୍ଟ ଦଳରୁ ବାଦ୍‌ ବାଦ୍‌ ପଡିଥିବାବେଳେ ମହେନ୍ଦ୍ର ସିଂ ଧୋନୀ ତାଙ୍କୁ ବହୁତ୍‌ ସାହାଯ୍ୟ କରିଥିଲେ। ବ୍ରିସବେନ ଶାର୍ଦ୍ଦୁଳ ଦୁଇଟି ଇନିଂସରେ ୭ଟି ଉଇକେଟ ନେଇଥିଲେ। ଏହା ସହିତ ସେ ପ୍ରଥମ ଇନିଂସରେ ୬୭ ରନର ଏକ ଭଲ ଇନିଂସ ଖେଳିଥିଲେ। ସେ କହିଥିଲେ, ପ୍ରାୟତଃ ମୁଁ ତାଙ୍କୁ (ଧୋନୀ) ପଚାରିଛି ଯେ, ସେ କିପରି ଚାପର ମୁକାବିଲା କରିନ୍ତି। ସେ ଜଣେ ଖେଳାଳି, ଅଧିନାୟକ, ହାରିଥିବା ଦଳର ସଦସ୍ୟ ଭାବରେ ଅନେକ ଥର ଏହାର ମୁକାବିଲା କରିଛନ୍ତି। ଏଥିସହ ସେ ବିଜେତା ଭାବେ ଭଲ ପାଇବା ପାଇଛନ୍ତି। ତାଙ୍କର ସମସ୍ତ ପ୍ରକାରର ଅଭିଜ୍ଞତା ଅଛି। ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ପ୍ରଶଂସା କରି ଶାର୍ଦ୍ଦୁଳ କହିଥିଲେ ଯେ, ଧୋନୀ ହିଁ ତାଙ୍କ ଜୀବନ ବଦଳାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଶାର୍ଦ୍ଦୁଳ ୨୦୧୮ରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri