ବିଶାଖାପାଟଣାରୁ ଗିରଫ ପରେ ଚୌଦ୍ୱାର ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦ

କଟକ ଅଫିସ,୭।୯: ଅନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦଙ୍କୁ ମଙ୍ଗଳବାର ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସୋମବାର ବିଶାଖାପାଟଣାରୁ ଗିରଫ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି।

ପ୍ରକାଶ ଯେ, ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ପ୍ରସାଦ ୱେଲଫେୟାର ଗ୍ରୁପ ଅଫ୍‌ କମ୍ପାନୀ ଖୋଲିଥିଲେ। ଏହି କମ୍ପାନୀ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରମୁଖ ରାଜ୍ୟରେ ଶାଖା ଖୋଲି ଟଙ୍କା ଡବଲ ଓ ଜମି ଦେବାକୁ କହି ଅର୍ଥ ଆଦାୟ କରିଥିଲା। ୧୨୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିବା ପରେ ଲୋକଙ୍କୁ ଠକିଥିଲା କମ୍ପାନୀ। ଟଙ୍କା ଫେରାଇ ନ ଥିଲା। ଏନେଇ ଠକାମୀରେ ଶିକାର ହୋଇଥିବା ସମୀର କୁମାର ସାହୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ସୋମବାର ତଦନ୍ତକାରୀ ଟିମ ବିଶାଖାପାଟଣା ଯାଇ ଏମ୍‌. ପ୍ରସାଦଙ୍କ ଘରେ ଚଢ଼ଉ କରିଥିଲା। ତାଙ୍କ ଘରୁ ୪୫ ଲକ୍ଷ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ମଙ୍ଗଳବାର କୋର୍ଟରେ ହାଜର ପରେ ଏମ.ଭି ପ୍ରସାଦଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଛି। ମାତ୍ର ତାଙ୍କ ଜାମିନ ଆବେଦନ ଶୁଣାଣିକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ସୋମବାର ଜାମିନ ଆବେଦନ ପାଇଁ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୃଦ୍‌ରୋଗୀ ଶିଶୁଙ୍କୁ ମାଗଣା ଚିକିତ୍ସା ଜାରି ରହିବ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ଗରିବ ହୃଦ୍‌ରୋଗୀ ଶିଶୁଙ୍କୁ ରାଜ୍ୟ ସରକାର ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ଏହି ସୁବିଧା ଜାରି ରଖିବା ପାଇଁ ଗୁରୁବାର ଓଡ଼ିଶା ସରକାର ପ୍ରଶାନ୍ତି...

ଆରଡ଼ିରେ ପୋଲିସ ଛାଉଣୀ

ଆରଡ଼ି, ୧୧।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ଚଳିତବର୍ଷ ବିନା ଭକ୍ତରେ ମହାଶିବରାତ୍ରି ପାଳନ କରାଯିବ। ବୁଧବାର ସକାଳ ୭ଟାରୁ ଶୁକ୍ରବାର ସକାଳ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୯୮ ହଜାର ଲୁଟ୍‌

କଣିହାଁ,୫।୬(ଡି.ଏନ.ଏ.)-କଣିହାଁ ବ୍ଲକ ସମଲ ଥାନା ବୁଲାଝର ନିକଟରେ ସୋମବାର ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୯୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।...

ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ରାହୁଲ ପି. ଆର୍‌: କରୋନା ମୁକାବିଲାକୁ ଦେବେ ପ୍ରାଥମିକତା

ଝାରସୁଗୁଡା ଅଫିସ,୩୦।୪- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଝାରସୁଗୁଡ଼ା...

ଭୁଶୁଡ଼ିଲା ନବନିର୍ମିତ ରେଳପଥ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ,୨୧ା୮(ଡି.ଏନ.ଏ.): ହରିଦାସପୁର-ପାରାଦୀପ ରେଳପଥର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଯଦୁପୁର ନିକଟ ଖସାଡିଠାରେ ବୁଧବାର ସନ୍ଧ୍ୟାରେ ୩୦ଫୁଟ ଚଉଡାର ରେଳପଥ ଭୁଶୁଡି ପଡିଛି। ଏହାକୁ...

ଗଙ୍ଗୁଆ ପାଇଁ ହେବ ଆନ୍ଦୋଳନ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ଦିନେ ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳବାସୀଙ୍କ ଜୀବନରେଖା ଥିବା ଐତିହ୍ୟ ନଦୀ ଗନ୍ଧବତୀ ଏବେ ଗଙ୍ଗୁଆ ନାଳରେ ପରିବର୍ତ୍ତନ ହୋଇଛି। ସହରର ଆବର୍ଜନା...

ଗଛ ତଳେ କ୍ୱାରେଣ୍ଟିନ୍‌ ଥିଲେ କରୋନା ଆକ୍ରାନ୍ତ

କୋକସରା, ୨।୫: କଳାହାଣ୍ଡି ଜିଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମର ଜଣେ ଯୁବକ କରୋନା ଆକ୍ରାନ୍ତ ହେବା ପରେ ସଂଘରୋଧରେ ରହିବା ପାଇଁ ଘରେ କୌଣସି...

ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ

ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର।...

Advertisement


Archives

Model This Week