Posted inଖେଳ

ଟି୨୦ ବିଶ୍ୱକପ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି

ଲଣ୍ଡନ,୭।୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସମ୍ଭବତଃ ଟି୨୦ ବିଶ୍ୱକପ୍‌ ଅଭିଯାନର ଅଂଶବିଶେଷ ହୋଇପାରିବେ ନାହିଁ। କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା କହିଛନ୍ତି ଦଳର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌।

୩୦ ବର୍ଷୀୟ ଷ୍ଟୋକ୍ସ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ କ୍ରିକେଟରୁ ଦୂରେଇ ଯାଇଛନ୍ତି। କିନ୍ତୁ ଟି୨୦ ବିଶ୍ୱକପ୍‌ ପାଇଁ ଶୁକ୍ରବାର ସୁଦ୍ଧା ଅଂଶଗ୍ରହଣକାରୀ ସମସ୍ତ ଦେଶକୁ ୧୫ ଜଣିଆ ଦଳ ଘୋଷଣା କରିବାକୁ ପଡ଼ିବ। ଏଣୁ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଦଳରେ ସ୍ଥାନ ମିଳିବାର ସମ୍ଭାବନା କ୍ଷୀଣ। ୧୫ ଜଣିଆ ଦଳ ସହ ୩ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିବାକୁ ଇସିବି ଯୋଜନା କରୁଛି। ଏହି ତାଲିକାରେ ମଧ୍ୟ ଷ୍ଟୋକ୍ସଙ୍କୁ ସ୍ଥାନ ନ ମିଳିପାରେ।

ମୁଁ ଷ୍ଟୋକ୍ସଙ୍କ ସହ ଏପର୍ଯ୍ୟନ୍ତ ଆଲୋଚନା କରି ନାହିଁ। କାରଣ ମୁଁ ତାଙ୍କୁ ଯଥା ସମ୍ଭବ ସମୟ ଦେବାକୁ ଚାହେଁ। ଖୁବ୍‌ ଶୀଘ୍ର ତାଙ୍କୁ ଯୋଗାଯୋଗ କରାଯିବ। କିନ୍ତୁ ମୁଁ ତାଙ୍କ ଉପରେ କୌଣସି ଚାପ ପକାଇବି ନାହିଁ। ଷ୍ଟୋକ୍ସଙ୍କୁ ଯେଉଁ ଭଳି ସମର୍ଥନ ଦରକାର ତାଙ୍କୁ ମିଳିବ। ମୁଁ କେବଳ ତାଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ବୋଲି ସିଲଭରଉଡ୍‌ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଓ ଓମାନଠାରେ ଟି୨୦ ବିଶ୍ୱକପ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସାକା ପରାସ୍ତ

ନ୍ୟୁୟର୍କ, ୩ା୯- ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ଜାପାନର ନାଓମି ଓସାକା ୟୁଏସ ଓପନ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ଅନୁଷ୍ଠିତ ଏକ...

‘ଓଡ଼ିଶା ଏଫ୍‌ସି’ରେ ଓଡ଼ିଆଙ୍କୁ ଉପେକ୍ଷା

କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍‌ସି’ । ପେସାଦାର ଲିଗ୍‌ ଆଇଏସ୍‌ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର...

ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ନେଇ ଇଣ୍ଡିଆ ଟାଏକୋଣ୍ଡୋର ଘୋଷଣା

ମୁମ୍ବାଇ,୨୭।୮ (ପି.ଟି.): ଦେଶରେ ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଇଣ୍ଡିଆ ଟାଏକୋଣ୍ଡୋ ବୁଧବାର ଘୋଷଣା କରିଛି। ସେପ୍ଟେମ୍ବର ୨୮ରୁ ନଭେମ୍ବର ୪ ତାରିଖ ମଧ୍ୟରେ...

୩ ଓଭରରେ ବଦଳି ଦେଇଥିଲେ ବିଶ୍ୱକପ୍‌ ସେମିଫାଇନାଲ

ମୋହାଲି,୬।୩: କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ ବିଶ୍ୱର ପ୍ରାୟ ସମସ୍ତ ଭେନ୍ୟୁରେ ନିଜ ଛାପ ଛାଡ଼ିଛନ୍ତି। ଏଠାରେ ପିସିଏ ଷ୍ଟାଡିୟମରେ ବିଶ୍ୱକପ୍‌ ଇତିହାସରେ ପ୍ରଥମ...

୩ ଫୁଟବଲ ପ୍ରଶଂସକ ଗିରଫ

ଲଣ୍ଡନ,୩।୧(ଏପି)- ପ୍ରିମିୟର ଲିଗ୍‌ ମ୍ୟାଚ୍‌ବେଳେ ଚେଲସି ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଭେଦଭାବ କରିଥିବା ଜଣେ ବ୍ରାଇଟନ ପ୍ରଶଂସକଙ୍କୁ ଗିରଫ କରାଯାଇଛି। ସମାନ ମ୍ୟାଚ୍‌ରେ ସମ୍ମଲିଙ୍ଗୀ ଭେଦଭାବ...

ଭାବୁକ ହେଲେ ସିରାଜ: ସେ ପୁରୁଣା ବାଇକ୍‌କୁ ସାଇତି ରଖିଛି, ବହୁତ କିଛି ମନେ ପଡିଯାଏ’

ନୂଆଦିଲ୍ଲୀ,୪।୬: ଗତ ବର୍ଷ ଭାରତୀୟ ଟିମ୍‌ରୁ ଡେବ୍ୟୁ କରିବାର ସୌଭାଗ୍ୟ ପାଇଥିଲେ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ। ଏବେ ସେ ସଫଳତାର ଗୋଟିଏ ପରେ ଗୋଟିଏ...

ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟ୍‌କା

ଶ୍ରୀଲଙ୍କା କ୍ରିକେଟର ଭେଟେରାଲ ଖେଳାଳି ତଥା ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ର ବୋଲିଂ କୋଚ୍‌ ମୁଥିୟା ମୁରଲିଧରନ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

ସମାଲୋଚନାକୁ ବ୍ୟାଟ୍‌ରେ ଜବାବ ଦେଲେ ଗବ୍ବର: ଏହି ମାମଲାରେ ହେଲେ ସେହଓ୍ବାଗଙ୍କ ସମକକ୍ଷ

ପୁଣେ,୨୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଗବ୍ବର ତଥା ଶିଖର ଧଓ୍ବନଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଥିଲା। ଶେଷରେ ତାହା ହିଁ...

Advertisement
Archives

Model This Week