ଦାଗ ଦୂରକରିବେ ଏମିତି

ପୋଷାକପତ୍ରରେ ଲାଗିଯାଉଥିବା ଦାଗ ଦୂରକରିବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ସମ୍ପର୍କରେ ଜାଣିରଖନ୍ତୁ….

କପଡ଼ାରେ ପେଣ୍ଟିଂର ବିଭିନ୍ନ ଦାଗ ଲାଗିଲେ ସେହି ସ୍ଥାନରେ କିଛି କିରୋସିନ ଲଗାଇ ଦିଅନ୍ତୁ। ଏହାପରେ ସେହି ସ୍ଥାନକୁ ଭଲଭାବେ ଘଷି ଗରମପାଣିରେ ସଫା କରିଦିଅନ୍ତୁ।
କଲମର ସ୍ୟାହି ଦାଗ କପଡ଼ାରେ ଲାଗିଥିଲେ ଦାଗ ଲାଗିଥିବା ସ୍ଥାନରେ ଡେଟଲ ପକାଇ ଘଷନ୍ତୁ। ଏହାପରେ ସଫା କରିଦିଅନ୍ତୁ। ଧଳା କପଡ଼ାରେ ସ୍ୟାହିର ଦାଗ ଲାଗିଥିଲେ ସେହି ସ୍ଥାନରେ ଟମାଟୋ ଓ ଲୁଣ ଲଗାଇ ଘଷନ୍ତୁ। ଦାଗ ଲାଗିଥିବା ସ୍ଥାନରେ ଲେମ୍ବୁରସ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାପରେ ସେହି ସ୍ଥାନକୁ ଘଷି ସଫାକରି ଦିଅନ୍ତୁ।
ଚକୋଲେଟ ଦାଗ ଛଡ଼ାଇବା ବହୁ କଷ୍ଟ। ତେଣୁ ଏହି ଦାଗ ଲାଗିବା ମାତ୍ରେ ସେହି ସ୍ଥାନରେ ତୁରନ୍ତ ଟାଲକମ୍‌ ପାଉଡର ଲଗାଇ ସୁଖାଇ ଦିଅନ୍ତୁ। ଏହାପରେ ହାଲ୍‌କା ଗରମ ପାଣିରେ ସଫା କରିଦିଅନ୍ତୁ।
ଆଇସ୍‌କ୍ରିମ୍‌ ଦାଗ ଲାଗିଥିଲେ ଆମୋନିଆ ବ୍ୟବହାର କରନ୍ତୁ। ଦାଗ ଲାଗିଥିବା ସ୍ଥାନରେ ଆମୋନିଆ ଘୋଳ ଢାଳି ଦିଅନ୍ତୁ। ଏହାପରେ ହାତରେ ତାକୁ ଘଷି ସଫାକରି ଦିଅନ୍ତୁ। ସେହିପରି ଫଳ ଜୁସ୍‌ର ଦାଗକୁ ମଧ୍ୟ ଆମୋନିଆ ଦ୍ୱାରା ଛଡ଼ାଇହେବ।
ଲୁଗାରେ ପାନ କି ଗୁଟ୍‌ଖା ଦାଗ ଲାଗିଥିଲେ ସେହି ସ୍ଥାନକୁ ଖଟାଦହିରେ ବୁଡ଼ାଇ ରଖନ୍ତୁ। କିଛି ସମୟ ପରେ ଲୁଗାକୁ ଘଷି ସଫା କରିଦିଅନ୍ତୁ। ଯଦି ଦାଗ ଭଲଭାବରେ ଛାଡ଼ି ନ ଥାଏ ତେବେ ପୁଣି ଥରେ ସେହିପରି ଖଟାଦହିରେ ବୁଡ଼ାଇ ସଫାକରନ୍ତୁ।
କପଡ଼ାରେ ଚା’ କିମ୍ବା ଅନ୍ୟ କିଛି ଦାଗ ଲାଗିଥିଲେ ସେଥିରେ କିଛି ସମୟ ଗ୍ଲିସେରିନ୍‌ ଲଗାଇ ଛାଡ଼ି ଦିଅନ୍ତୁ। ପରେ ସାବୁନରେ ସଫା କରିଦିଅନ୍ତୁ। ସେହିପରି ଭିନେଗାର ପାଣିରେ ଦାଗଥିବା କପଡ଼ାକୁ କିଛି ସମୟ ଭିଜାଇ ସଫାକଲେ ଦାଗ ଛାଡ଼ିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri