ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବାଘକୁ ଦେଖିବାକୁ ମିଳୁଛି। ବାଘଟି ତା ଦୁଇ ଛୋଟ ଛୋଟ ଛୁଆକୁ ରାସ୍ତା ପାରି କରାଉଥିବା ବେଳେ ଏକ ଛୁଆ ରାସ୍ତାରେ ରହିଯାଇ ଚିତ୍କାର କରୁଛି। ପରେ ବାଘଟି ଆସି ତାକୁ ନେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Just Wait..
Let the Land Owners Cross…@susantananda3 pic.twitter.com/MSMaiFumXr— Surender Mehra IFS (@surenmehra) October 18, 2020