୧୦ ଦିନ ତଳେ ନେଇଥିଲେ ଘରଭଡ଼ା, ତାଲା ଭାଙ୍ଗିବାରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର,୭।୯ : ଭରତପୁର ଥାନା ରୁଚିକା ମାର୍କେଟ ମହାବୀର ବସ୍ତିର ଏକ ଭଡାଘରୁ ମଙ୍ଗଳବାର ମିଳିଛି ଜଣେ ଯୁବତୀଙ୍କ ମୃତଦେହ। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି। ଅପରାହ୍ନରେ ଘର ମାଲିକଙ୍କଠୁ ଖବର ପାଇ ପୋଲିସ ପହଞ୍ଚିଥିଲା ଘଟଣାସ୍ଥଳରେ। ଘର ତାଲା ଭାଙ୍ଗି ଦେଖିବାରୁ ଭିତରେ ପଡ଼ିଥିଲା ଜଣେ ଯୁବତୀଙ୍କ ଗଳିତ ମୃତଦେହ। ମୃତ ଯୁବତୀଙ୍କର ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଚିଫିକ୍‌ ଟିମ୍‌ ପହଞ୍ଚି ପୂରା ଘରକୁ ଯାଞ୍ଚ କରି ପରୀକ୍ଷା କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଛି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି।

ପଡ଼ିଶା ଲୋକଙ୍କ ଅନୁଯାୟୀ, ଜଣେ ଯୁବକ ଓ ଜଣେ ଯୁବତୀ ୧୦ ଦିନ ହେଲା ଘରଭଡା ନେଇ ରହୁଥିଲେ। ଯୁବକଙ୍କ ବାଇକରେ ଯୁବତୀ ଜଣକ ବସି ସକାଳୁ ଯାଇ ରାତିକୁ ଆସୁଥିଲେ। ସେମାନେ କେଉଁ କାମ, କେଉଁଠାରେ କରନ୍ତି କେହି ଜାଣି ନ ଥିଲେ। ଦୁହେଁ ସବୁବେଳେ ମାସ୍କ ଲଗାଉଥିବାରୁ କାହା ମୁହଁ ସ୍ପଷ୍ଟ ଦେଖାଯାଉ ନ ଥିଲା। କିଛି ଦିନ ହେଲା ଘରଟି ବାହାର ପଟୁ ତାଲା ପଡିଥିଲା। ତେବେ ମଙ୍ଗଳବାର ଘରୁ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ଘରମାଲିକଙ୍କୁ ଖବର ଦେଇଥିଲେ ପଡ଼ୋଶୀମାନେ।


Enter your email to get our daily news in your inbox.

All Right Reserved By Dharitri.Com

ଚେକିଂ: ପଲ୍‌ସର ଯାତ୍ରୀ ହଟହଟା

ଚୋରଗଲା ପରେ ବୁଦ୍ଧି ପଶେ। ଲୁଟ୍‌ ଘଟଣାକୁ ନେଇ ଲୋକେ ତାତିବା ପରେ ପୋଲିସ ବାଉଳା ହୋଇ ବୁଧବାର ଅପରାହ୍ନରୁ ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି...

କରୋନାରେ ଆଉ ୨ ଶିଶୁ ମୃତ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ତୃତୀୟ ଲହର ନ ଆସୁଣୁ ରାଜ୍ୟରେ ଶିଶୁଙ୍କ ପାଇଁ ଘାତକ ହେଉଛି କରୋନା।ଦୈନିକ ସଂକ୍ରମଣ ନିମ୍ନସ୍ତରରେ ଥିଲେ ମଧ୍ୟ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା...

ଭୁବନେଶ୍ୱରରୁ ୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ...

ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ: ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର,୩ା୯(ବ୍ୟୁରୋ): ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ। ବିଧାନସଭାର ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁ ଗୃହକାର୍ଯ୍ୟ ଅଚଳ ହୋଇଛି। ଷ୍ଟାଫ୍‌ ସିଲେକ୍ସନ...

ରେଙ୍ଗାଲି ଭୂତଳ ଜଳସେଚନ, ସାଳନ୍ଦୀ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର,୨୫ା୧୨ (ବ୍ୟୁରୋ): ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ରେଙ୍ଗାଲି ଭୂତଳ ପାଇପ ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୪୪୩.୨୨ କୋଟି ଟଙ୍କା ଖର୍ଚ୍ଚ...

ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ...

ମେସର୍ସ ରିଲାଏନ୍ସକୁ ୨.୧୫ କୋଟି ଷ୍ଟାମ୍ପ ଡ୍ୟୁଟି ଛାଡ଼ିଲେ ସରକାର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟ ସରକାର ମେସର୍ସ ରିଲାଏନ୍ସ (ଓଡିଶା ପଲି ଫାଇବର୍ସ ଲିମିଟେଡ) ଇଣ୍ଡଷ୍ଟ୍ରିଜ କମ୍ପାନୀକୁ ୨ କୋଟି ୧୫ ଲକ୍ଷ୬୪ ହଜାର ୬୪୮ ଟଙ୍କାର ଷ୍ଟାମ୍ପ ଡ୍ୟୁଟି...

ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଶୁଭାରମ୍ଭ ଫ୍ୟୁଚର ସ୍କିଲର ବିଭିନ୍ନ ବିଭାଗରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପନ ଲକ୍ଷ୍ୟ: ସଭାପତି

ଭୁବନେଶ୍ୱର,୪ା୩: ଓଡ଼ିଶା ସରକାରଙ୍କ ଆଦେଶକ୍ରମେ ସି.ଭି.ରମଣ ଇଞ୍ଜିନିୟରିଂ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଭ କରିଛି। ଫେବୃୟାରୀ ୨୯ଠାରୁ ଏହାର ନୂତନ ନାମ ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି...

Advertisement
Archives

Model This Week