୨ ଥର ବିବାହ କରି ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ମେଲୋଡି କୁଇନ୍‌

ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଶା ଭୋସଲେଙ୍କ ବଡ ଭଉଣୀ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୧୪ ବର୍ଷ ବୟସରୁ କାମ ଆରମ୍ଭ କରିଥିଲେ। ପିତାଙ୍କ ଅକାଳ ବିୟୋଗ ହେତୁ ବଡ ଝିଅ ଲତା ସମସ୍ତ ଦାୟିତ୍ୱ ନେଇଥିଲେ। କିନ୍ତୁ ପିଲାଦିନରୁ ଆଶାଙ୍କର ଏକ ଭିନ୍ନ ମନୋଭାବ ଥିଲା। ସେ କୌଣସି ପ୍ରକାର ନିୟମରେ ବାନ୍ଧି ହେବାକୁ ପସନ୍ଦ କରି ନ ଥିଲେ। ଏହି କାରଣରୁ ସେ ନିଜ ପଥ ବାଛିଲେ। ୧୬ ବର୍ଷ ବୟସରେ ଆଶା ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେ। ଗଣପତରାଓଙ୍କୁ ସେତେବେଳେ ୩୧ ବର୍ଷ ହୋଇଥିଲା। ଖୁବ କମ ଲୋକ ଜାଣନ୍ତି ଯେ ଗଣପତରାଓ ସେହି ସମୟରେ ଲତା ମଙ୍ଗେଶକରଙ୍କ ବ୍ୟକ୍ତିଗତ ସଚିବ ଥିଲେ।
ଏକ ସାକ୍ଷାତକାରରେ ଆଶା ନିଜେ କହିଥିଲେ ଯେ ମୋ ବିବାହରେ ଲତା ଦିଦି ଆଦୌ ରାଜି ନ ଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବହୁତ ଝଗଡା ହୋଇ ଦୂରତା ଆସିଥିଲା। ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ନ ଥିଲା। ଆଶା ଭୋସଲେ ଏବଂ ଗଣପତରାଓଙ୍କ ୩ଟି ସନ୍ତାନ ଥିଲେ। କିନ୍ତୁ ପରେଦୁହେଁ ଅଲଗା ହୋଇଗଲେ। ଏହା ପରେ ଆଶା ଭୋସଲେ ସଙ୍ଗୀତକାର ଆରଡି ବର୍ମନଙ୍କୁ ବିବାହ କରିଥିଲେ। ବର୍ମନ ମଧ୍ୟ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ପ୍ରଥମ ସ୍ତ୍ରୀ ରୀତା ପଟେଲଙ୍କଠାରୁ ଛାଡପତ୍ର ଦେଇଥିଲେ। ଦୁହିଁଙ୍କ ପ୍ରେମ ସେମାନଙ୍କୁ ନିକଟତର କରିଥିଲା। ବର୍ମନ ଆଶା ତାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବର ବହୁ ଦିନ ପରେ ଆଶା ତାଇ ତାଙ୍କୁ ବିବାହ କରିବାକୁ ରାଜି ହେଲେ ଏବଂ ୧୯୮୦ରେ ଦୁହେଁ ବିବାହ କଲେ। କିଛି ବର୍ଷ ପରେ ଏହି ବିବାହ ମଧ୍ୟ ଭାଙ୍ଗିଥିଲେ। ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ଆର.ଡି ବର୍ମନଙ୍କ ଅକାଳ ବିୟୋଗ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri