ଜାନବିଲି ଆନିକଟରୁ ବ୍ୟକ୍ତିଙ୍କ ମୃତଦେହ ଜବତ
ଧରାକୋଟ,୨୫ା୯(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ନିକଟସ୍ଥ ଜାନବିଲି ଆନିକଟରୁ ଋଷିକୁଲ୍ୟା ନଦୀରେ ଭାସି ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସୋମବାର ମଧ୍ୟାହ୍ନରେ ଜବତ କରାଯାଇଛି। ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଋଷିକୁଲ୍ୟା ନଦୀରେ ସୋରଡ଼ା ପଟରୁ ଭାସି ଆସି ଆନିକଟ ଗେଟରେ…
ରାଜ୍ୟ ହକି ଚାମ୍ପିୟନଶିପ୍ରେ ସ୍ଥାନ ପାଇଲେ ପ୍ରୀତି
କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୧୮ ବର୍ଷରୁ କମ୍ ବାଳିକା ବର୍ଗରେ କଳାହାଣ୍ଡି ହକି ଦଳ…
୬ ଫୁଟର ଅଜଗର ଉଦ୍ଧାର
ଉଦଳା,୨୫ା୯(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ନୟାରଙ୍ଗାମାଟିଆ ଗ୍ରାମରୁ ଏକ ୬ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ଗ୍ରାମର ଆଶାରାମ ବିନ୍ଧାଣୀଙ୍କ ଘର ବାଡ଼ିରେ ଥିବା ଏକ ଜାଲରେ ଅଜଗର ଛନ୍ଦି ହୋଇଥିବା ଦେଖିବାକୁ ମିଳିଥିଲା।…
ଗୋରୁ ବୋଝେଇ ଗାଡ଼ି ଛାଡି ଚମ୍ପଟ ମାରିଲେ ଅଭିଯୁକ୍ତ
କେନ୍ଦୁଝର,୨୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ-କାଞ୍ଜିପାଣି ମୁଖ୍ୟ ରାସ୍ତା ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଦିନିକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ତେଲକୋଇ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି ।…
ମାଉସୀ ଘରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା
ମୋରଡ଼ା,୨୫ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ପାରିଆଉଡ଼ା ଗ୍ରାମରେ ଜଣେ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଲଦଡ଼ିହି ଗ୍ରାମର ଲାଲ ମୋହନ ମାର୍ଣ୍ଡିଙ୍କ ଝିଅ ସସ୍ମିତା। ସେ ନୂଆଗାଁସ୍ଥିତ…
ତେଜିଲା ଆନ୍ଦୋଳନ: ଆମରଣ ଅନଶନରେ କାରାରକ୍ଷୀ
ସୋନପୁର,୨୫।୯(ମୃତ୍ୟୁଞ୍ଜୟ ଶତପଥୀ): କାରାରକ୍ଷୀ ଓ ମୁଖ୍ୟ କାରାରକ୍ଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ୫ ଦଫା ଦାବି ନେଇ କାରାରକ୍ଷୀମାନେ ସେପ୍ଟେମ୍ବର ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପିନ୍ଧି ନୀରବ ପ୍ରତିବାଦ କରୁଥିଲେ। ହେଲେ ସରକାର ଦାବି ପ୍ରତି ଅଣଦେଖା…
ଜଙ୍ଗଲରୁ କନିଷ୍ଠଯନ୍ତ୍ରୀଙ୍କ ମୃତଦେହ ଜବତ
ଚମ୍ପୁଆ,୨୫ା୯(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ଜୟନ୍ତିନାପୁର ଜଙ୍ଗଲରୁ ଜଣେ କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ଜୟନ୍ତିନାପୁର ଗ୍ରାମର ରାମକୃଷ୍ଣ ସିଂ(୩୫)। ସେ ଚମ୍ପୁଆ ବ୍ଲକ୍ରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ରବିବାର…
ଆମରଣ ଅନଶନରେ କାରାଗାର କର୍ମଚାରୀ
ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ମହାସଂଘର ଡାକରା କ୍ରମେ ୫ଦଫା ଦାବି ନେଇ ମୟୂରଭଞ୍ଜ ଜିଲା କାରାଗାର କର୍ମଚାରୀମାନେ ସୋମବାରଠାରୁ ଆମରଣ ଅନଶନରେ ବସିଛନ୍ତି। ବାରିପଦାସ୍ଥିତ ମଣ୍ଡଳ କାରାଗାର ପରିସରରେ ଅନଶନ ଆରମ୍ଭ ହୋଇଛି। ଜେଲ କର୍ମଚାରୀଙ୍କ ମଧ୍ୟରେ କାରାରକ୍ଷୀଙ୍କ ଗ୍ରେଡ୍…
ବର୍ଷାରେ ଭାଙ୍ଗିଲା ଘର: ସମ୍ପର୍କୀୟଙ୍କ ଘରେ ଆଶ୍ରୟ
କୁଚିଣ୍ଡା,୨୫ା୯(ବିରଞ୍ଚି ଦର୍କା): ଲଗାଣ ବର୍ଷାରେ ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ କୁନ୍ତରା ଗ୍ରାମର ଦଶରଥ ଭଇଁଷାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଘଟଣା ଦିନରେ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ପରିବାର ଲୋକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଅସହାୟ ଅବସ୍ଥାରେ ସମ୍ପର୍କୀୟଙ୍କ…
ଘରୁ ୫୦ ଭରି ସୁନା ଗହଣା ଚୋରି: ମିଳୁନି ସୁରାକ, ଚିନ୍ତାରେ ପୋଲିସ
ବ୍ରହ୍ମପୁର,୨୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୌଦ୍ୟନାଥପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢିବାରେ ଲାଗିଛି। ପୋଲିସ ପାଟ୍ରୋଲିଂକୁ ଜୋରାଦାର କରୁଥିବା କହୁଥିବା ବେଳେ ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି। ପୂର୍ବରୁ ୪ଟି ଚୋରି ଘଟଣା ଘଟିଥିବା…
୫ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଆଦିବାସୀ ଝିଅ
କେନ୍ଦୁଝର,୨୫ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ଝିଅ ୨୦୧୯ରୁ ନିଖୋଜ ଥିବା ବେଳେ ସୋମବାର ଶିଶୁମଙ୍ଗଳ ସମିତିର ହସ୍ତକ୍ଷେପ ପରେ ପରିବାର ନିକଟକୁ ଫେରିଛନ୍ତି। ଫଳରେ ପରିବାରରେ ଖୁସିର ଲହରି ଖେଳିଯାଇଛି।…
ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ ବଢ଼ିଲା ଅଡ଼ୁଆ
କଟକ,୨୫।୯: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ ବଢ଼ଛି। ପ୍ରତାପଙ୍କ ନାମରେ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫାରେ ଏହି ମାମଲା ଚାଲୁ ରହିବ। ଧର୍ତ୍ତବ୍ୟ…

