ଗାନ୍ଧୀ ସ୍ମୃତିପୀଠ ପ୍ରତି ଅବହେଳା

ଡେରାବିଶ,୨୬ା୧୧(ବେବର୍ତ୍ତା ଅଜୟ ଦାସ)ଦିନେ ଯେଉଁ ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ବାଧୀନତାର ମନ୍ତ୍ର ଫୁଙ୍କିଥିଲେ ସେହି ସ୍ଥାନ ଇତିହାସ ପାଲଟିଛି। ହେଲେ ପ୍ରଶାସନିକ ଅବହେଳା ଯୋଗୁ ସେହି ପଡ଼ିଆ ଆଜି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକ ବାରିମୂଳ ପଞ୍ଚାୟତ ବାରିମୂଳଠାରେ ୧୯୩୪ ମେ ୩୦ରେ ଗାନ୍ଧିଜୀ ଏକ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଥିଲେ। ସେହିଦିନଠାରୁ ସ୍ବାଧୀନତା ଆନ୍ଦୋଳନର ସ୍ମାରକୀ ଭାବେ ପରିଚିତ ବାରିମୂଳ ଗାନ୍ଧିସ୍ମୃତି ପୀଠ ସ୍ବତନ୍ତ୍ର ପରିଚୟ ପାଇଥିଲା। ଗୋବରୀ ନଦୀ କୂଳରେ ଏହି ପଡ଼ିଆରେ ଥିବା ଏକ ବରଗଛ ମୂଳରେ କେବଳ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପ୍ରଶାସନ ନିଜର ଦାୟିତ୍ୱ ଶେଷ କରିଛି। ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ପଡ଼ିଥିବା ଏହି ପୀଠର ଉନ୍ନତି ପାଇଁ ଜିଲା ସ୍ବାଧୀନତା ସଂଗ୍ରାମୀ ସଂଘ, ବିଭିନ୍ନ ସାମାଜିକ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ନିଆ ନ ଯିବା ଅତ୍ୟନ୍ତ ଦୁଃଖର କଥା ବୋଲି ଜିଲା ସ୍ବାଧୀନତା ସଂଗ୍ରାମୀ ସଂଘ ସଭାପତି ବିମ୍ବାଧର ମୁଦୁଲି କହିଛନ୍ତି। ଜିଲାରେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଗାନ୍ଧୀସ୍ମୃତି ପୀଠକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ମୁଦୁଲି କହିଛନ୍ତି। ବିଭିନ୍ନ ପ୍ରାନ୍ତରୁ ବହୁ ସଂଗ୍ରାମୀ ଓ ତାଙ୍କ ଦାୟାଦମାନେ ସ୍ମୃତିପୀଠକୁ ଦେଖିବା ଆସୁଛନ୍ତି। ହେଲେ ଅବହେଳିତ ହୋଇ ପୀଠଟି ପଡ଼ିଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ସରକାର ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଜିଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ବାରିମୂଳ ମହାତ୍ମା ଗାନ୍ଧୀ ଫାଉଣ୍ଡେଶନ ଅଧ୍ୟକ୍ଷ ଆଇନଜୀବୀ ପ୍ରତାପ ମହାପାତ୍ର କହିଛନ୍ତି। ଅପରପକ୍ଷେ ବାରିମୂଳ ପଞ୍ଚାୟତ ପକ୍ଷରୁ ଏହି ସ୍ମୃତିପୀଠରେ ଏକ ପାର୍କ ନିର୍ମାଣ ମଧ୍ୟ କରାଯାଇଛି। ଉକ୍ତ ପାର୍କ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଆବଶ୍ୟକ ଅର୍ଥ ଅଭାରୁ ତାହା ଅଧାପନ୍ତରିଆ ହୋଇ ପଡ଼ିରହିଛି ବୋଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଦ୍ଧଦେବ ବେହେରା କହିଛନ୍ତି। କେନ୍ଦ୍ରାପଡ଼ା-ଇନ୍ଦୁପୁର ରାସ୍ତାରୁ ପାର୍କ ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତା ଦୀର୍ଘବର୍ଷ ତଳେ ବ୍ଲକ ପକ୍ଷରୁ ନିର୍ମାଣ କରାଯାଇଥିଲା। ତାହା ମଧ୍ୟ ଅବହେଳିତ ହୋଇରହିଛି। ଏହି ରାସ୍ତାର ଉଭୟପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବା ସହ ଉନ୍ନତମାନର ରାସ୍ତା ନିର୍ମାଣ କରାଯିବା ପାଇଁ ବାରିମୂଳ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ମୁଖାର୍ଜୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରେ ଉକ୍ତ ପୀଠର ଉନ୍ନତି ପାଇଁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?