Posted inTrending, ଖେଳ

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର କାର୍‌ କଲେକ୍ସନ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୯।୧୧: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିବା ପରେ ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଛି। ନିକଟରେ ସେ ନୂଆ ଟାଟା ସିଏରା କାର୍‌ର ମାଲିକ ହୋଇଛନ୍ତି। ଦୀପାବଳି ଅବସରରେ ନିଜ ନୂଆ କାର୍‌ର ଡେଲିଭରି ନେବାକୁ ସେ ଶୋ’ରୁମ୍‌ରେ ପହଞ୍ଚିଥିଲେ। ତେବେ ବୈଭବ ଏହି କାର୍‌ଟିକୁ ନିଜ ଟଙ୍କାରେ କିଣିନାହାନ୍ତି। ଆଇପିଏଲ ୨୦୨୬ରେ ସୁପର ଷ୍ଟ୍ରାଇକର୍‌ ଆୱାର୍ଡ ଜିତିବା ପରେ ତାଙ୍କୁ ପୁରସ୍କାର ସ୍ବରୂପ ଏହି ଚକ୍‌ଚକ୍‌ କାର୍‌ ମିଳିଛି। କେବଳ ଟାଟା ସିଏରା ନୁହେଁ, ବୈଭବଙ୍କ କାର୍‌ କଲେକ୍ସନରେ ଆହୁରି ଦାମୀ ଗାଡ଼ି ରହିଛି। ତେବେ ସେ ଏବେ ନାବାଳକ ହୋଇଥିବାରୁ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ। ତେଣୁ ନିଜେ ଏହି ଗାଡ଼ିଗୁଡ଼ିକୁ ରାସ୍ତାରେ ଚଳାଇ ପାରିବେ ନାହିଁ।

୧. ଟାଟା ସିଏରା (Tata Sierra)
ବୈଭବଙ୍କ କାର୍‌ କଲେକ୍ସନ୍‌ସରେ ସବୁଠାରୁ ନୂଆ ଗାଡ଼ି ହେଉଛି ଟାଟା ସିଏରା। ଆଇପିଏଲ ୨୦୨୬ରେ ସୁପର ଷ୍ଟ୍ରାଇକର୍‌ ଅଫ ଦ ସିଜିନ ଆୱାର୍ଡ ଜିତିବା ପରେ ତାଙ୍କୁ ଏହି କାର୍‌ ମିଳିଥିଲା। ସେହି ସିଜିନ୍‌ରେ ସେ ୨୩୭.୩୧ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିଥିଲେ। ଦୀପାବଳି ଦିନ ସେ ଏହି କାର୍‌ର ଡେଲିଭରି ନେଇଥିଲେ। ଭାରତରେ ଏହି ଗାଡ଼ିର ଦାମ ପ୍ରାୟ ୨୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

୨. ମର୍ସିଡିଜ ବେଞ୍ଜ (Mercedes-Benz)

ବୈଭବଙ୍କ ପାଖରେ ଏକ ମର୍ସିଡିଜ ବେଞ୍ଜ କାର୍‌ ମଧ୍ୟ ରହିଛି। ତାଙ୍କ ପାଖରେ ମର୍ସିଡିଜ ବେଞ୍ଜ GLE 300d ମଡେଲ ଅଛି। ଆଇପିଏଲ୍‌ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜିର ପୂର୍ବତନ ମାଲିକ ରଣଜିତ ବରଠାକୁର ତାଙ୍କୁ ଏହି କାର୍‌ ଉପହାର ଦେଇଥିବା କୁହାଯାଉଛି। ତେବେ କାର୍‌ର ଦାମ୍‌ ପାଖାପାଖି କୋଟିଏ ଟଙ୍କା ବୋଲି ଜଣାପଡ଼ିଛି।

୩. ଟାଟା କର୍ଭ ଇଭି (Tata Curvv EV)

ବୈଭବଙ୍କ କାର୍‌ କଲେକ୍ସନ୍ରେ ଟାଟା କର୍ଭର ଇଲେକ୍ଟ୍ରିକ ମଡେଲ ମଧ୍ୟ ରହିଛି। ଆଇପିଏଲ ୨୦୨୫ରେ ସୁପର ଷ୍ଟ୍ରାଇକର୍‌ ଆୱାର୍ଡ ଜିତିବା ପରେ ତାଙ୍କୁ ଏହି କାର୍‌ ମିଳିଥିଲା। ସେହି ସିଜିନରେ ସେ ୨୦୬.୫୫ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରି ସୁପର ଷ୍ଟ୍ରାଇକର୍‌ ଅଫ ଦ ସିଜିନ ହୋଇଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ଟାଟା କର୍ଭର ଇଭି ମଡେଲ ଦିଆଯାଇଥିଲା। ଏହାର ମୂଲ୍ୟ ପାଖାପାଖି ୧୯ ଲକ୍ଷ।

୪. ଟୟୋଟା ଫର୍ଚୁନର୍‌ ଲିଜେଣ୍ଡର୍‌ (Toyota Fortuner Legender)

ଟୟୋଟା ଫର୍ଚୁନର୍‌ ଲିଜେଣ୍ଡର ନାମ ମଧ୍ୟ ବୈଭବଙ୍କ କାର୍‌ କଲେକ୍ସନ ସହ ଯୋଡ଼ାଯାଉଛି। ଚଳିତ ବର୍ଷ ପାଟନାସ୍ଥିତ ବୁଦ୍ଧ ଟୟୋଟା ଶୋ’ରୁମ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଶେୟାର କରାଯାଇଥିଲା। ଏଥିରୁ ବୈଭବଙ୍କ ପରିବାର ଟୟୋଟା ଫର୍ଚୁନର୍‌ ଲିଜେଣ୍ଡର୍‌ କିଣିଥିବା ଜଣାପଡ଼ିଥିଲା। ଏହାର ମୂଲ୍ୟ ମଧ୍ୟ ୫୦ ଲକ୍ଷ ହେବ ବୋଲି ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି, ସାମିଲ୍ ହେବେ ରଜନୀକାନ୍ତ

ଚେନ୍ନାଇ,୯।୧୧: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ସହ ତାଙ୍କ…

ପାକିସ୍ତାନଠାରୁ ହାରି ବି ସେମିଫାଇନାଲ ଖେଳିବ ଭାରତ! ଏମିତି ହେବ ଟିମ ଇଣ୍ଡିଆର ଏଣ୍ଟ୍ରି

ନୂଆଦିଲ୍ଲୀ, ୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ଅଣ୍ଡର-୧୯ ଟିମ ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜୟ ସତ୍ତ୍ୱେ ଭାରତୀୟ ଅଣ୍ଡର-୧୯ ଟିମର ସେମିଫାଇନାଲରେ ପହଞ୍ଚିବା ଆଶା…

ତୃତୀୟ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ: ଏକାସାଙ୍ଗରେ ବାଦ୍‌ ପଡିବେ ୪ ଷ୍ଟାର୍‌ ଖେଳାଳି! ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ…

IPLରେ ସବୁଠୁ ବଡ଼ ଟ୍ରେଡ୍‌ ଡିଲ୍‌: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ

ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍‌ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ…

କହୁକହୁ କହିଦେଲେ ଟ୍ରମ୍ପ, ‘ମୁଁ ନର୍କକୁ ଯିବାକୁ ଚାହେଁନି, ସ୍ୱର୍ଗକୁ ଯିବି’

ଓ୍ବାଶିଂଟନ,୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି । ସାମ୍ବାଦିକ ରସ୍‌ ଡାଉଥାଟ୍‌ଙ୍କ ସହ ଆଲୋଚନା ବେଳେ ଜୀବନ ଓ ମୃତ୍ୟୁକୁ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

୧୫ ବର୍ଷରେ ବି ଅଣ୍ଡର-୧୯ ଏସିଆ କପରୁ ବାଦ୍‌ ପଡ଼ିଲେ ବୈଭବ! BCCIର ନିୟମ ହେଲା ବାଧକ

ନୂଆଦିଲ୍ଲୀ, ୯।୧୧: ଏସିସି ମେନ୍ସ ଅଣ୍ଡର-୧୯ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପରେ…

ଜାଣନ୍ତି କି ବିସ୍କୁଟ୍‌ରେ କାହିଁକି ଥାଏ ଛୋଟଛୋଟ ରନ୍ଧ୍ର

ପ୍ରାୟତଃ ଜଳଖିଆରେ ବିସ୍କୁଟ ଖାଉଥିବେ। ଆଜିକାଲି ବିସ୍କୁଟ ଅନେକ ଡିଜାଇନରେ ଆସୁଛି। ଏହି ଡିଜାଇନ ବ୍ୟତୀତ ଏଥିରେ ଛୋଟ ହୋଲ୍‌ ବା ରନ୍ଧ୍ର ମଧ୍ୟ ଅଛି। କେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?