ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ୨ ବ୍ୟାରେଜ
ସୋନପୁର,୧୦।୬(ନି.ପ୍ର.): ମହାନଦୀର ଖଇରମାଳ ଓ ଗୋଧନେଶ୍ୱରଠାରେ ବ୍ୟାରେଜ୍ ନିର୍ମାଣ ହେବ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଇଛନ୍ତି। ୨ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ…
ନୂତନ ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ
କୋରାପୁଟ,୧୦ା୬(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ସହରରେ ଏକ ନୂତନ ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ ହେବ। ଏନେଇ ହକି ପଡ଼ିଆଠାରେ ପ୍ରାରମ୍ଭିକ କର୍ଯ୍ୟ ଆରମ୍ଭ ହେଇଥିବା ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ କହିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମଡେଲ ବସ୍ଷ୍ଟାଣ୍ଡ ନିର୍ମାଣ…
କାଳବୈଶାଖୀ: ଉଡ଼ିଲା ଛପର,ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟି
କୋରାପୁଟ /ନାରାୟଣପାଟଣା, ୧୦ା୬(ସ୍ବ.ପ୍ର./ଡି.ଏନ୍.ଏ.): କାଳବୈଶାଖୀର ପ୍ରଭାବ କୋରାପୁଟ ଜିଲାର ନାରାୟଣପାଟଣାରେ ଶୁକ୍ରବାର ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବୋହି ଦୁଇଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ତାରଗୁଡିକ ଛିଣ୍ଡିଯାଇଥିଲା। ଫଳରେ ପାଲକଣ୍ଡା ସାହି ଓ ବିସ୍ଥାପିତ ସାହିଗୁଡିକ ଅନ୍ଧାରରେ ଦେଖିବାକୁ…
ଆନ୍ଧ୍ରରୁ ଆସିବ ରଥଟଣା ଦଉଡ଼ି
ନବରଙ୍ଗପୁର,୧୦।୬ (ବି.ପ୍ର.): ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରଥ ଟଣା ପାଇଁ ଆନ୍ଧ୍ରପ୍ରଦେଶରୁ…
୪ଶହ ପିଲାଙ୍କୁ ଜଣେ ଅଧ୍ୟାପକ
ନବରଙ୍ଗପୁର,୧୦।୬(ବି.ପ୍ର.): ଭିତ୍ତିଭୂମି ଅଭାବରୁ ନବରଙ୍ଗପୁରରେ ଭୁଶୁଡ଼ି ପଡ଼ିଛି ଉଚ୍ଚଶିକ୍ଷାର ମୂଳଦୁଆ। ଆବଶ୍ୟକ ଅଧ୍ୟାପକ ଅଭାବରୁ ଦୋହଲିଯାଇଛି ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ଗ୍ରହଣ ଆଗ୍ରହ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ସମସ୍ତ କଲେଜରେ ଦେଖାଦେଇଛି ଅଧ୍ୟାପକ ଅଭାବ। ଛାତ୍ରୀଛାତ୍ରଙ୍କ ତୁଳନାରେ ବହୁ କମ୍ ରହିଛନ୍ତି…
ଜଳାଶୟମୁହାଁ ବନ୍ୟପ୍ରାଣୀଙ୍କୁ ଶିକାର
ନୟାଗଡ଼ ଅଫିସ,୧୦।୬: ଗ୍ରୀଷ୍ମଋତୁରେ ଖାଦ୍ୟ ଓ ପାଣି ଅନ୍ବେଷଣରେ ଗଁା ଓ ସହରମୁହଁା ହେଉଥିବା ବନ୍ୟପ୍ରାଣୀଙ୍କୁ ଶିକାର କରିବା ସୁବିଧା ହେଉଛି। ଏଥିପାଇଁ ଶିକାରୀମାନେ ବନ୍ୟପ୍ରାଣୀ ଆସୁଥିବା ବିଭିନ୍ନ ଜଳାଶୟକୁ ଚିହ୍ନଟ କରୁଛନ୍ତି। ପରେ ଜଳାଶୟ ନିକଟରେ ଲୁଚି ଛପି ଶିକାର…
ସଞ୍ଜ ନଇଁଲେ ଶୂନ୍ଶାନ୍
ଢେଙ୍କାନାଳ ଅଫିସ, ୧୦।୬: ଘରୁ ଗୋଡ଼ କାଢ଼ିଲେ ଘାରୁଛି ଭୟ। ଗଁା ରାସ୍ତାରେ ଗଲାବେଳେ ପତ୍ରଟେ ହଲିଲେ ଥରିଯାଉଛି ଛାତି। ସଞ୍ଜ ନଇଁଲେ ଶୂନ୍ଶାନ୍ ହୋଇଉଠୁଛି ପରିବେଶ। ଚାଷବାସ, ପାଠପଢ଼ା, ଜରୁରୀ କାର୍ଯ୍ୟ ସବୁ ଏକପ୍ରକାର ବନ୍ଦ ହୋଇଯାଇଛି। ଗୋଠଛଡ଼ା ଦନ୍ତା…
‘ମହିଳାଙ୍କ ଆଦର୍ଶ ନନ୍ଦିନୀ ଦେବୀ’
ଢେଙ୍କାନାଳ ଅଫିସ, ୧୦।୬: ଢେଙ୍କାନାଳରେ ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ ଶୁକ୍ରବାର ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ମହାନ ଜନନାୟିକା ଓ ସୁସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି। ମଧ୍ୟାହ୍ନରେ ଷ୍ଟାଡିୟମ୍ ପରିସରରେ ଥିବା ନନ୍ଦିନୀ ଦେବୀଙ୍କ…
ରାସ୍ତା ମଝିରେ ନଳକୂପ ବଢ଼ାଉଛି ଦୁର୍ଘଟଣା
ବେଲଗୁଣ୍ଠା,୧୦ା୬: ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ଆନ୍ତରିକତା ପ୍ରକାଶ ପାଉନଥିବାରୁ ଦିନକୁ ଦିନ ଦୁର୍ଘଟଣାର ବଢୁଛି। ଏହିଭଳି…
୪ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ
ଫୁଲବାଣୀ ଅଫିସ/ଫିରିଙ୍ଗିଆ/ଗୋଚ୍ଛାପଡା, ୧୦ା୬: କନ୍ଧମାଳ ଜିଲା ଗସ୍ତରେ ଶୁକ୍ରବାର ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଆସି ଫିରିଙ୍ଗିଆ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ା ଏଥିସହ ୪ଟି ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ା ମନ୍ତ୍ରୀମାନେ ଯୋଗଦେଇ…
ବ୍ରହ୍ମପୁର ମହାନଗର ନିଗମ ପାଇଁ ୩୪ କୋଟି
ବ୍ରହ୍ମପୁର ଅଫିସ,୧୦ା୬: ବ୍ରହ୍ମପୁର ମହାନଗରର ବିଭିନ୍ନ ଅଞ୍ଚଳରେ ମୁକ୍ତା ଯୋଜନାରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକୁ ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ଭିଡିଓ କନଫରେନ୍ସରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଇଏମସି ମେୟର…
ସହର ସହ ଯୋଡ଼ିହେଉଛି ଦୁର୍ଗମ ଅଞ୍ଚଳ
କେନ୍ଦୁଝର,୧୦ା୬(ସ୍ବ.ପ୍ର./ଡି.ଏନ୍.ଏ.): ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ଯାତାୟାତରେ ସୁବିଧା ହେବା ସହ ଗ୍ରାମାଞ୍ଚଳର ବିକାଶ ହେବ। ବଣ ପାହାଡ଼ଘେରା କେନ୍ଦୁଝର ଜିଲାର ପ୍ରତ୍ୟେକ ଗ୍ରାମକୁ ମୁଖ୍ୟସ୍ରୋତ ସହ ଯୋଡ଼ିବା ଲାଗି ପ୍ରଶାସନ ପକ୍ଷରୁ…
Archives


