ଆମ ଜିଲା ଖବର

ନୂଆଖାଇର ତିହାରି ହାଟ, ୫୦ ଲକ୍ଷରୁ ଊର୍ଦ୍ଧ୍ୱ କାରବାର

କର୍ଲାମୁଣ୍ଡା,୧୬ା୯(ପ୍ରଦୀପ କୁମାର ସାହୁ): ଆସନ୍ତା ବୁଧବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଧୂମ୍‌ଧାମରେ ପାଳିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଶନିବାର ହେଉଛି ନୂଆଖାଇର ତିହାରି ହାଟ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ଏହି…

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ,୧୬ା୯: କଟକରେ ନେତାଜୀ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବସ୍‌ ଟର୍ମିନାଲର ଆଜି ଶୁଭ…

କଳାହାଣ୍ଡିର ୧୫୬୭ ସ୍କୁଲରେ ତାଲା

ଭବାନୀପାଟଣା,୧୬।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ୧୩ଟି ବ୍ଲକର କାର୍ଯ୍ୟରତ ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକମାନେ ୩ ଦଫା ଦାବି ନେଇ ଗତ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ ବିଦ୍ୟାଳୟରେ ତାଲା ପଡ଼ିଥିବା ବେଳେ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ହୋଇଛନ୍ତି। ଜିଲାରେ…

ସ୍କ୍ରବ ଟାଇଫସ ଆତଙ୍କ ବରଗଡ଼ ଯିବ  ଭିମସାର ଟିମ୍‌ 

ବରଗଡ଼,୧୬।୯: ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ସ୍କ୍ରବ ଟାଇଫସ ବ୍ୟାପୁଥିବାରୁ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବରଗଡ଼ ସୁନ୍ଦରଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ସ୍କ୍ରବ ଟାଇଫସ ରୋଗର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା…

ଜିଲାପାଳଙ୍କ ଅଫିସ ଆଗରେ ବ୍ୟାଙ୍କ ମିତ୍ରଙ୍କ ବିକ୍ଷୋଭ

ଛତ୍ରପୁର,୧୬।୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଏସବିଆଇ ବ୍ୟାଙ୍କମିତ୍ର ଆସୋସିଏଶନ ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ସିଏସ୍‌ପି ପ୍ଲସ ଯୋଜନାରେ ଏସବିଆଇ ସିଏସ୍‌ପିମାନଙ୍କୁ ସାମିଲ କରିବା ଦାବିରେ ଏହି ଆନ୍ଦୋଳନ ହୋଇଥିଲା ।…

ଚିଖିଲିକୁ ପଶିଲା ବନ୍ୟାଜଳ:  ଚାଷଜମି ଜଳମଗ୍ନ

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀର ଜଳପତ୍ତନ ବୃଦ୍ଧି ସାଙ୍ଗକୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି । ଏଭଳିସ୍ଥଳେ ହୀରାକୁଦ ଜଳଭଣ୍ଡାରର ସୀମାବର୍ତ୍ତୀ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମକୁ ବନ୍ୟାଜଳ…

ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଚିନ୍ତା: ସଫେଇ ହେଲା ବେଳାଭୂମି

ଗଞ୍ଜାମ/ଛତ୍ରପୁର,୧୬।୯(ବିଦ୍ୟାଧର ସାହୁ/ଦିଲୀପ ସାମଲ): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ଐତିହାସିକ ବଟେଶ୍ୱର ମନ୍ଦିର ନିକଟ ବଟେଶ୍ୱର ବେଳାଭୂମିରେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ତଟ ସୁରକ୍ଷା ବାହିନୀ (ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ) ଏବଂ ଟାଟା…

୩ ପୁଅ ଓ ବାପାଙ୍କୁ କୋର୍ଟ ଚାଲାଣ

ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ କମିରା ପଞ୍ଚାୟତର ଆମ୍ବଶରଭଟା ଗ୍ରାମରେ ଗୁରୁବାର ଦିନ ଚାଷ ଜମିରେ ପାଣି ମଡାଇବାକୁ ନେଇ ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି…

ବଳି ପଡ଼ିବ ୧୭୨୩ ଗଛ

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବନ୍ଧମୁଣ୍ଡା-ଜରେଇକେଲା ୨୫ କି.ମି. ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯିବା ପରେ ଏହାର ସମ୍ପ୍ରସାରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ଭୂମି ଅଧିଗ୍ରହଣ, ଗଛକଟା, ହାତୀ ଚଲାପଥ ଆଦିକୁ ନେଇ ରହିଥିବା ସମସ୍ୟା…

ଥଇଥାନ ଧର୍ମକୁ ଆଖିଠାର

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ମାର୍ଟସିଟି ଅଭିଯାନରେ ସହରକୁ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସ୍ମାର୍ଟସିଟି ନାଁରେ ହେଉଥିବା ବିପୁଳ ଖର୍ଚ୍ଚ ନା ସହରକୁ…

ମାଝୀଗୁଡା ଗ୍ରାନାଇଟ ଖଣିକୁ ବିରୋଧ

ମାଲକାନଗିରି,୧୬ା୯(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୨୧ରୁ ମାଓବାଦୀ ସଙ୍ଗଠନ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେ ମାଓବାଦୀ ସଙ୍ଗଠନର ୧୯ତମ ପ୍ରତିଷ୍ଠା ଦିବସ…

ରୋଗୀଙ୍କୁ ଶିଡ଼ି ଭରସା

ରାଉରକେଲା,୧୬।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନାକୁ ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। ଡାକ୍ତରଖାନା ଉପରେ ଜିଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରୁ ରୋଗୀ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?