Odisha Elections 2024

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଳାହାଣ୍ଡିର ହାବସପୁରୀ ଶାଢ଼ି

ଭବାନୀପାଟଣା,୨୬।୧୧(ଉତ୍ତମ କୁମାର ଦାଶ)ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଳାହାଣ୍ଡିର ହାବସପୁରୀ ଶାଢ଼ି। ଜିଲାର ଜୁନାଗଡ଼ ବ୍ଲକ୍ର ଚିଚୈଗୁଡା, ବଲଧିଆମାଲ, ଚକୁଲି, ଧର୍ମଗଡ଼ ବ୍ଲକ ଜୟନ୍ତପୁର ଅଞ୍ଚଳରେ ବୁଣାକାରମାନଙ୍କ ଦ୍ୱାରା ବୁଣାଯାଉଥିବା ହାବସପୁରୀ ଶାଢ଼ିକୁ ନେଇ ନିର୍ମିତ ହେବାକୁ ଥିବା ଡକ୍ୟୁମେଣ୍ଟାରି ଫିଲ୍ମ ଗୋଆରେ ଚାଲିଥିବା ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଫିଲ୍ମ ବଜାରରେ ପିଚିଂ ହୋଇଥିଲା। ବିଏନଆର୍‌ ଫିଲ୍ମ ବ୍ୟାନରରେ ହେବାକୁ ଫିଲ୍ମ ‘ହାବସପୁରୀ ଉଇଭିଙ୍ଗ ଦି ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ’ର ନିର୍ଦ୍ଦେଶକ ମୟୂର ମହାପାତ୍ର ଏହାକୁ ଉପସ୍ଥାପନ କରିଥିଲେ। ସେହିପରି ମୁମ୍ବାଇରେ ଅବସ୍ଥାପିତ ନିର୍ଦ୍ଦେଶକ ଆଠମଲ୍ଲିକର ବିଶ୍ୱରଞ୍ଜନ ପ୍ରଧାନଙ୍କ ଫିଚର ଫିଲ୍ମ ପ୍ରମାଣପତ୍ର ସ୍କ୍ରିନ ରାଇଟର ଲାକୁ ମନୋନୀତ ହୋଇଛି। ଏହି ଫିଲ୍ମ ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତିକୁ ନେଇ ହୋଇଥିବା ଏକ ବାସ୍ତବ କାହାଣିକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ନିର୍ମାତା ପାର୍ଥ ସାରଥି ପଣ୍ଡା ଓ ଟିଟିଲାଗଡ଼ର ଯୁବ ନିର୍ଦ୍ଦେଶକଙ୍କ ଫିଚର ଫିଲ୍ମ ବାଘୁଣୀ ଡ୍ୟାନ୍ସ ଲାଇକ ଏ ଟାଇଗର କୋ ପ୍ରଡକ୍ସନ ମାର୍କେଟ ଫିଚର୍କୁ ମନୋନୀତ ହୋଇଛି। ନିର୍ମାତା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଓ ନିର୍ଦ୍ଦେଶକ ଭିମୁକ୍ତି ଜୟ ସୁନ୍ଦରାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମ ଫାଇଣ୍ଡିଙ୍ଗ ଲଙ୍କା କୋ ପ୍ରଡକସନ ମାର୍କେଟ ଡକ୍ୟୁମେଣ୍ଟାରିକୁ ମନୋନୀତ ହୋଇଛି। ଏହି ଫିଲ୍ମ ଶ୍ରୀଲଙ୍କାର ବହୁ ସ୍ଥାନ ରାମାୟଣ ସହିତ ସାମଞ୍ଜସ୍ୟ ରହିଛି। ସେହିପରି ସୋନପୁରର ଲଙ୍କେଶ୍ୱରୀ ମନ୍ଦିର, ଲଙ୍କା ପୋଡ଼ି ଯାତ୍ରା ଉପରେ ଆଧାରିତ। ପଶ୍ଚିମ ଓ ୪ଟି ଡକ୍ୟୁମେଣ୍ଟାରି ଓ ଫିଚର ଫିଲ୍ମ ଗୋଆର ଫିଲ୍ମ ବଜାରରେ କମାଲ ଦେଖାଇବା ସହିତ ଫିଲ୍ମ ନିବେଶକଙ୍କୁ ଆକୃଷ୍ଟ କରିଛି। ଏହା ପଶ୍ଚିମ ଓଡ଼ିଶାର ଡକ୍ୟୁମେଣ୍ଟାରି ଓ ଫିଚର ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ଉତ୍ସାହ ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା

ଭୁବନେଶ୍ୱର,୧୫ା୫: ବୁଧବାର ଭାଜପା ବରିଷ୍ଠ ନେତା ତଥା ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପାଇଁ କଟକରେ ରୋଡ୍...

ବରଗଡ଼ ଆସିବେ ଜେପି ନଡ୍ଡା, ଆସାମ-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଗୁରୁବାର ଭାଜପାର ୩ଜଣ ହେଭିଓ୍ବେଟ୍‌ ନେତା ବରଗଡ଼ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ...

ଭୁବନେଶ୍ୱରରେ ଜେପି ନଡ୍ଡା

ଭୁବନେଶ୍ୱର,୧୫ା୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ପରେ ଏକ ହୋଟେଲରେ ଭାଜପା ମହିଳା କାର୍ଯ୍ୟକର୍ତ୍ତାଙ୍କ...

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୬ ମୃତ

କେନ୍ଦୁଝର,୧୫ା୫: ବୁଧବାର ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି। କେନ୍ଦୁଝରରୁ ବଡ଼ବିଲ କାର୍...

ଛେନାପଦୀରେ ବଦ୍ରି, ଧନୁର୍ଜୟ, ଅଭିମନ୍ୟୁଙ୍କ ଶକ୍ତି ପ୍ରଦର୍ଶନ

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀଠାରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡିର ବରିଷ୍ଠ କର୍ମୀ ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ବୁଧବାର ସନ୍ଧ୍ୟାର...

ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଭୋଟରଙ୍କୁ ନିବେଦନ କଲେ ଅଭିମନ୍ୟୁ

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସମଣା ପଞ୍ଚାୟତ ବରାଙ୍ଗଠାରେ ମହିଳା ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ପ୍ରଥମେ ମହିଳାମାନେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ...

ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ...

ଭୋଟରଙ୍କୁ ମନାଇବା ପାଇଁ ଚାଲିଛି ଜୋର୍‌ଦାର ପ୍ରୟାସ

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ଚାଲିଛି। ଆସନ୍ତା ୨୦ରେ ସାଧାରଣ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri