Posted inTrending, ଖେଳ

IPLରେ ସବୁଠୁ ବଡ଼ ଟ୍ରେଡ୍‌ ଡିଲ୍‌: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ

ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍‌ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ ହୋଇଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଆଉ କିଛି ବଡ଼ ଟ୍ରେଡ ଡିଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ, ରାଜସ୍ଥାନ ରୟାଲ୍ସର ହାତ ଛାଡ଼ି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ସରେ ସାମିଲ ହୋଇପାରନ୍ତି ଷ୍ଟାର୍‌ ଓପନର୍‌ ଯଶସ୍ବୀ ଜୟସ୍ବାଲ। ଅନ୍ୟପଟେ ଲକ୍ଷ୍ନୌରୁ ନିକୋଲାସ ପୂରନ କିମ୍ବା ଜୋଶ ଇଂଲିସ ରାଜସ୍ଥାନ ଦଳକୁ ଆସିପାରନ୍ତି। ଏହି ଡିଲ ହେଲେ ଦୁଇ ଫ୍ରାଞ୍ଚାଇଜି ମଧ୍ୟରେ ତିନି ଜଣ ଖେଳାଳିଙ୍କ ଅଦଳବଦଳ ହେବ।

ଆଇପିଏଲ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ମଧ୍ୟ ଏକ ବଡ଼ ଟ୍ରେଡ ଡିଲ୍‌କୁ ନେଇ ଚର୍ଚ୍ଚା ହେଉଛି। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଛାଡ଼ି ପଞ୍ଜାବ କିଙ୍ଗ୍ସକୁ ଯିବେ ଏବଂ ତାଙ୍କ ବଦଳରେ ଅର୍ଶଦୀପ ସିଂହ ପଞ୍ଜାବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିବେ ବୋଲି ଚର୍ଚ୍ଚା ହେଉଛି। ଏହି ଡିଲ ଉପରେ ମୋହର ବାଜିଥିବା କୁହାଯାଉଥିଲେ ମଧ୍ୟ ଏନେଇ ଉଭୟ ଫ୍ରାଞ୍ଚାଇଜି ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଯଶସ୍ବୀୀ ଜୟସ୍ବାଲଙ୍କ ସହ ସନ୍ଦୀପ ଶର୍ମା ଏବଂ ବିଗ୍ନେଶ ପୁଥୁର ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ସରେ ସାମିଲ ହୋଇପାରନ୍ତି। ଏହାର ବଦଳରେ ଜୋଶ ଇଂଲିସ କିମ୍ବା ନିକୋଲାସ ପୂରନଙ୍କ ସହ ପ୍ରିନ୍ସ ଯାଦବ ରାଜସ୍ଥାନ ରୟାଲ୍ସକୁ ଯାଇପାରନ୍ତି। କିଛି ଦିନ ତଳେ ଏହି ଟ୍ରେଡକୁ ନେଇ ଉଭୟ ଦଳ ମଧ୍ୟରେ ଆଲୋଚନା ହୋଇଥିବା ଖବର ରହିଛି। ତେବେ ଏଯାଏ କୌଣସି ଫ୍ରାଞ୍ଚାଇଜି ଏହାକୁ ନେଇ ଅଧିକାରିକ ଘୋଷଣା କରିନାହାନ୍ତି।

ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ ସମ୍ଭାବ୍ୟ ଟ୍ରେଡ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମଧ୍ୟ ଏକ ବଡ଼ ଡିଲ୍‌କୁ ନେଇ ଚର୍ଚ୍ଚା ହେଉଛି। ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଦଳରେ ଫିନିଶର୍‌ ଆଶୁତୋଷ ଶର୍ମାଙ୍କୁ ନେବା ପାଇଁ ଗୁଜରାଟ ଟାଇଟନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରସ୍ତାବ ଦେଇଛି। ତେବେ ଏହି ଡିଲ ମଧ୍ୟ ଏଯାଏ ଚୂଡ଼ାନ୍ତ ହୋଇନାହିଁ।

ଆଇପିଏଲ ୨୦୨୭ ପୂର୍ବରୁ ଏପର୍ଯ୍ୟନ୍ତ ହୋଇଥିବା ୮ଟି ଟ୍ରେଡ ଡିଲ

ରିଷଭ ପନ୍ତ-ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଦିଲ୍ଲୀ କ୍ୟାପିଟାଲ୍ସ(୧୫ କୋଟି)
କୁଲଦୀପ ଯାଦବ- ଦିଲ୍ଲୀ କ୍ୟାପିଟାଲ୍ସରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ(୧୩.୫୦ କୋଟି)
ଟି. ନଟରାଜନ- ଦିଲ୍ଲୀ କ୍ୟାପିଟାଲ୍ସରୁ ସନରାଇଜର୍ସ ହାଇଦ୍ରାବାଦ(୫ କୋଟି)
ଲିଆମ ଲିଭିଂଷ୍ଟୋନ-ସନରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗସ(୬ କୋଟି)
ଖଲିଲ ଅହମ୍ମଦ-ଚେନ୍ନାଇ ସୁପର କିଙ୍ଗସରୁ ସନରାଇଜର୍ସ ହାଇଦ୍ରାବାଦ(୪.୮ କୋଟି)
ଜ୍ୟାକ ଏଡୱାର୍ଡସ- ସନରାଇଜର୍ସ ହାଇଦ୍ରାବାଦରୁ ଚେନ୍ନାଇ ସୁପର କିଙ୍ଗସ(୩ କୋଟି)
ନାଥନ ଏଲିସ-ଚେନ୍ନାଇ ସୁପର କିଙ୍ଗସରୁ ସନରାଇଜର୍ସ ହାଇଦ୍ରାବାଦ(୨ କୋଟି)

ଆଇପିଏଲ ୨୦୨୭ ନିଲାମୀ ପୂର୍ବରୁ ଆହୁରି କିଛି ବଡ଼ ଟ୍ରେଡ ଡିଲ ହେବାର ସମ୍ଭାବନା ରହିଛି। ତେବେ ଚର୍ଚ୍ଚାରେ ଥିବା ଏହି ଡିଲ୍‌ଗୁଡ଼ିକ ଉପରେ ଫ୍ରାଞ୍ଚାଇଜିମାନଙ୍କ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତିରେ ବଦଳିବ ଚନ୍ଦ୍ରଙ୍କ ଚଳନ: ମିଥୁନ ସମେତ ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୯ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରମା ତୁଳା ରାଶିରୁ ବାହାରି ନିଜର ନୀଚ ରାଶି ବିଛାରେ ପ୍ରବେଶ କରିବେ। ଚନ୍ଦ୍ରମାଙ୍କ…

ବାଣ ଫୁଟାଇବାକୁ ବାରଣ କରିବାରୁ ବାପା-ପୁଅଙ୍କୁ ଆକ୍ରମଣ:

ବଲାଙ୍ଗିର, ୯।୧୧ (ସୁନିଲ କୁମାର ମହାନ୍ତି): ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ। ବାଣ ଫୁଟାଇବାକୁ ବାରଣ କରିବାରୁ ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି, ସାମିଲ୍ ହେବେ ରଜନୀକାନ୍ତ

ଚେନ୍ନାଇ,୯।୧୧: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ସହ ତାଙ୍କ…

ପାକିସ୍ତାନଠାରୁ ହାରି ବି ସେମିଫାଇନାଲ ଖେଳିବ ଭାରତ! ଏମିତି ହେବ ଟିମ ଇଣ୍ଡିଆର ଏଣ୍ଟ୍ରି

ନୂଆଦିଲ୍ଲୀ, ୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ଅଣ୍ଡର-୧୯ ଟିମ ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜୟ ସତ୍ତ୍ୱେ ଭାରତୀୟ ଅଣ୍ଡର-୧୯ ଟିମର ସେମିଫାଇନାଲରେ ପହଞ୍ଚିବା ଆଶା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର କାର୍‌ କଲେକ୍ସନ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୯।୧୧: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିବା ପରେ ତାଙ୍କ ଲୋକପ୍ରିୟତା…

ତୃତୀୟ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ: ଏକାସାଙ୍ଗରେ ବାଦ୍‌ ପଡିବେ ୪ ଷ୍ଟାର୍‌ ଖେଳାଳି! ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ…

କହୁକହୁ କହିଦେଲେ ଟ୍ରମ୍ପ, ‘ମୁଁ ନର୍କକୁ ଯିବାକୁ ଚାହେଁନି, ସ୍ୱର୍ଗକୁ ଯିବି’

ଓ୍ବାଶିଂଟନ,୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି । ସାମ୍ବାଦିକ ରସ୍‌ ଡାଉଥାଟ୍‌ଙ୍କ ସହ ଆଲୋଚନା ବେଳେ ଜୀବନ ଓ ମୃତ୍ୟୁକୁ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?