ଆମ ଜିଲା ଖବର

ବିଛଣାରେ ୭ବର୍ଷର ଝିଅ ଶର୍ମିଷ୍ଠା

ପାଟଣା, ୨୩।୫(ସ୍ବ. ପ୍ର.): ଯେଉଁ ବୟସ ବୟସରେ ସାଙ୍ଗ ସାଥୀଙ୍କ ମେଳରେ ଖେଳକୁଦ କରି ସମୟ ଅତିବାହିତ କରିବା କଥା। ସେହି ବୟସରେ ଜଣେ ୭ବର୍ଷର ନାବାଳିକା ଲିଭର ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।...

କଲେଜ କର୍ମଚାରୀଙ୍କ ମଧ୍ୟରେ ଫାଟ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବରପଦା ସ୍ଥିତ ଇଞ୍ଜିନିୟରିଂ କଲେଜରେ ପରିଚାଳନାଗତ ତ୍ରୁଟି ଓ କର୍ମଚାରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ଗୋଟିଏ ପଟେ କେତେକ କର୍ମଚାରୀ ୧୭ ମାସର ବକେୟା ଦରମା ପାଇଁ ଗତ ଏପ୍ରିଲ ମାସ ୨୫...

ଦନ୍ତା ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ଜିଲା ଆଗରପଡା ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ ୪ ବର୍ଷ ଧରି ଜ୍ୟେଷ୍ଠ ମାସରେ ଆମ୍ବ ପଣସ ସମୟରେ ଦନ୍ତା ହାତୀଟି ଆଗରପଡା ଅଞ୍ଚଳର ପାଟକନା, ରାଉତରାପୁର, ମହାନ୍ତିପଡା...

କର୍ମୀଙ୍କ ବାରଣ୍ଡାରେ ପଢୁଛନ୍ତି ପିଲା

ବାହାନଗା, ୨୩।୫(ଡି.ଏନ.ଏ.): ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ୨ବର୍ଷ ପୂରିଲାଣି। ହେଲେ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ବି ଛୋଟ ଛୋଟ ପିଲାମାନେ ସେହି ନୂତନ ଘରେ ନ ପଢି ଅଙ୍ଗନୱାଡି କର୍ମୀଙ୍କ ବାରଣ୍ଡାରେ ବସି ପଢୁଛନ୍ତି। ଏଭଳି...

ଆଦିବାସୀ ଛାତ୍ର ମନୋଜ ହେଲେ ଗଣିତ ଅଧ୍ୟାପକ

ପାଟଣା,୨୩।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ଗ୍ରାମର ଝାଟିଆଳି ସାହିର ମନୋଜ କୁମାର ଦଣ୍ଡପାଟ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି। ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ୱାରା ହୋଇଥିବା ଅଧ୍ୟାପକ ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗ ର଼୍ୟାଙ୍କ-୧ରେ...

ବନ୍ଧବାହାଲ, ନୂଆଡିହିର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ୍‌,୨୩ା୫: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ଏବେ ଜୋର ଧରିଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ରଣନୀତି ପ୍ରସ୍ତୁତ ଚାଲିଛି। ଏହି ସମୟରେ କର୍ମୀଙ୍କ ଦଳବଦଳ ପର୍ବ ଚାଲିଛି। ବ୍ରଜରାଜନଗର ଇଏସ୍‌ଆଇ ଛକସ୍ଥିତ କଂଗ୍ରେସ ନିର୍ବାଚନ...

ଭାଜପା ପ୍ରଚାରରେ ସାମିଲ ହେଲେ ହେଭିଓ୍ବେଟ୍‌

ଝାରସୁଗୁଡା ଅଫିସ୍‌,୨୩।୫: ଝାରସୁଗୁଡା ଜିଲା ବ୍ରଜରାଜନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜୋର୍‌ ଧରିବାରେ ଲାଗିଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର କେନ୍ଦ୍ର ଓ ରାଜ୍ୟସ୍ତରୀୟ ହେଭିଓ୍ବେଟ୍‌ ସାମିଲ ହେବାରେ ଲାଗିଛନ୍ତି। ଦଳୀୟ ପ୍ରାର୍ଥୀମାନଙ୍କୁ ସାଙ୍ଗରେ...

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବାରଙ୍ଗ,୨୩ା୫(ଡି.ଏନ୍‌.ଏ.): ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ସଫାରୀ କାଉଣ୍ଟରର ୩ କର୍ମଚାରୀଙ୍କୁ ସୋମବାର ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ଘଟଣାର ତଦନ୍ତ କରି ଠିକା ସଂସ୍ଥା ବିରୋଧରେ...

‘ଜଓ୍ବାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ସହାୟତା

ବେଗୁନିଆ,୨୩ା୫(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ରେ ପ୍ରଭାବିତ ହୋଇଥିଲେ ଚାଷୀକୁଳ। ଧାନ ଓ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଚାଷୀଙ୍କ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ...

ବାଇପାସ୍‌ ରାସ୍ତା ନ ଥିବାରୁ ଚିନ୍ତା

ନୟାଗଡ଼ ଅଫିସ,୨୩।୫: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ଓ ଦଶପଲ୍ଲା ଏବଂ ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ ବାଇପାସ ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏ...

ଭାସିଗଲା ଡାଇଭର୍ସନ ରୋଡ

ନୂଆଗାଁ,୨୩।୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ୫୭ ନଂ. ଜାତୀୟ ରାଜପଥ ସୋରଡାଠାରୁ ଗୌଡ ଚାଞ୍ଚେରାପଲୀ ଦେଇ ଯାଇଥିବା ଆର.ଡି. ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ଡାହୁକା ନଦୀରେ ଶନିବାର ସାମାନ୍ୟ ପାଣି ଆସିବା ଫଳରେ ଡାଇଭର୍ସନ ରୋଡ...

ଡମ୍ପିଂୟାର୍ଡ ହେଲାନି, ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଜିଲାରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗହରା ହୋଇପଡ଼ିଛି। ଜୈବ ବର୍ଜ୍ୟବସ୍ତୁଗୁଡିକୁ ୪୮ ଘଣ୍ଟା ଭିତରେ ନଷ୍ଟ କରିବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ପାଳନ କରାଯାଉ ନାହିଁ। ଜିଲାର ଏକାଧିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ (ସିଏଚ୍‌ସି) ଗଦା ଗଦା...

Advertisement
Archives

Model This Week

Why Dharitri