Posted inTrending, ଖେଳ

ତୃତୀୟ ଦିନିକିଆ ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ: ଏକାସାଙ୍ଗରେ ବାଦ୍‌ ପଡିବେ ୪ ଷ୍ଟାର୍‌ ଖେଳାଳି! ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୯।୧୧: ଭାରତୀୟ କ୍ରିକେଟ ଟିମ ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍‌ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ଯାହାଫଳରେ ଟିମ ଇଣ୍ଡିଆ ଏବେ ଦିନିକିଆ ସିରିଜ ଜିତିବାର ଖୁବ ନିକଟରେ ପହଞ୍ଚିଛି। ଭାରତୀୟ ଟିମର ଅଧିନାୟକ ଶୁଭମନ ଗିଲଙ୍କ ପାଇଁ ଏହା ହେବ ଏହି ଦିନିକିଆ ସିରିଜର ଶେଷ ମ୍ୟାଚ। ତେଣୁ ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ ନିଜ ନାମରେ କରିବାକୁ ଚାହିଁବେ ସେ। ଏଥିପାଇଁ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ମିଶି ସର୍ବଶ୍ରେଷ୍ଠ ପ୍ଲେଇଂ ଇଲେଭେନ ସହ ପଡ଼ିଆକୁ ଓହ୍ଲାଇବେ। ଏପରି ସ୍ଥିତିରେ ୪ ଜଣ ଷ୍ଟାର୍‌ ଖେଳାଳିଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଏହି ଖେଳାଳିମାନଙ୍କୁ ନିଜ ପାଳି ପାଇଁ ଅପେକ୍ଷା କରିବାକୁ ହେବ।

ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ଖେଳିବାର ସୁଯୋଗ ମିଳିନାହିଁ। ତୃତୀୟ ମ୍ୟାଚରେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିବା ସମ୍ଭାବନା କମ। ଅଂଶୁଲ କାମ୍ବୋଜ ତୃତୀୟ ମ୍ୟାଚ ପରେ ଦିନିକିଆ ଟିମର ଅଂଶ ରହିବେ ନାହିଁ। ତେଣୁ ଚତୁର୍ଥ ଦିନିକିଆରେ ସିରାଜଙ୍କୁ ଖେଳିବାର ସୁଯୋଗ ମିଳିପାରେ। ବର୍ତ୍ତମାନ ତାଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।

ଉଇକେଟ୍‌କିପର ବ୍ୟାଟର୍‌ ଈଶାନ କିଶନଙ୍କୁ ମଧ୍ୟ ଏବେ ଅପେକ୍ଷା କରିବାକୁ ପଡ଼ିବ। ସେ ମଧ୍ୟ ପ୍ରଥମ ଦୁଇଟି ମ୍ୟାଚରେ ବେଞ୍ଚରେ ବସିଥିଲେ। ଏବେ ତୃତୀୟ ମ୍ୟାଚରେ ମଧ୍ୟ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ତେବେ ଚତୁର୍ଥ ଦିନିକିଆ ମ୍ୟାଚରେ କେଏଲ ରାହୁଲ ଟିମର ଅଂଶ ରହିବେ ନାହିଁ। ଏପରି ସ୍ଥିତିରେ ଇଶାନଙ୍କ ପାଇଁ ପ୍ଲେଇଂ ଇଲେଭେନରେ ସ୍ଥାନ ପକ୍କା ହୋଇପାରେ।

ସ୍ପିନ ବୋଲର କୁଲଦୀପ ଯାଦବଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଖେଳିବାର ସୁଯୋଗ ମିଳିନାହିଁ। ଟି-୨୦ ପରେ ଏବେ ଦିନିକିଆ ଫର୍ମାଟରେ ମଧ୍ୟ ସେ ବେଞ୍ଚରେ ବସିଥିବା ନଜର ଆସୁଛନ୍ତି। ତୃତୀୟ ମ୍ୟାଚରେ ମଧ୍ୟ କୁଲଦୀପଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଟିମ ଇଣ୍ଡିଆ ବର୍ତ୍ତମାନ ପ୍ଲେଇଂ ଇଲେଭେନରେ ୪ ଜଣ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଉଛି। ଏହି କାରଣରୁ କୁଲଦୀପଙ୍କ ପାଇଁ ଟିମରେ ସ୍ଥାନ ମିଳିବା କଷ୍ଟକର ହେଉଛି।

ମଧ୍ୟକ୍ରମ ବ୍ୟାଟର୍‌ ଋତୁରାଜ ଗାଏକୱାଡଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ଗାଏକୱାଡଙ୍କୁ ମଧ୍ୟ ପ୍ରଥମ ଦୁଇଟି ଦିନିକିଆ ମ୍ୟାଚରେ ବେଞ୍ଚରେ ବସିବାକୁ ପଡ଼ିଛି। ତୃତୀୟ ମ୍ୟାଚରେ ମଧ୍ୟ ତାଙ୍କୁ ବେଞ୍ଚରେ ବସି ନିଜ ପାଳିକୁ ଅପେକ୍ଷା କରିବାକୁ ହେବ। ତେବେ ଶୁଭମନ ଗିଲ ଟେଷ୍ଟ ମ୍ୟାଚର ପ୍ରସ୍ତୁତି ପାଇଁ ଯିବା ପରେ ଚତୁର୍ଥ ଦିନିକିଆରେ ଗାଏକୱାଡଙ୍କୁ ଖେଳିବାର ସୁଯୋଗ ମିଳିପାରେ।

ତୃତୀୟ ଦିନିକିଆ ପାଇଁ ସମ୍ଭାବ୍ୟ ଭାରତୀୟ ଏକାଦଶ:
ରୋହିତ ଶର୍ମା, ଶୁଭମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ ରାହୁଲ (ଉଇକେଟ୍‌କିପର), ନମନ ଧୀର, ଅକ୍ଷର ପଟେଲ, ଅଂଶୁଲ କାମ୍ବୋଜ, ଆକିବ ନବି, ଅର୍ଶଦୀପ ସିଂହ ଏବଂ ଗୁରନୂର ବରାଡ଼।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତିରେ ବଦଳିବ ଚନ୍ଦ୍ରଙ୍କ ଚଳନ: ମିଥୁନ ସମେତ ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୯ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରମା ତୁଳା ରାଶିରୁ ବାହାରି ନିଜର ନୀଚ ରାଶି ବିଛାରେ ପ୍ରବେଶ କରିବେ। ଚନ୍ଦ୍ରମାଙ୍କ…

ବାଣ ଫୁଟାଇବାକୁ ବାରଣ କରିବାରୁ ବାପା-ପୁଅଙ୍କୁ ଆକ୍ରମଣ:

ବଲାଙ୍ଗିର, ୯।୧୧ (ସୁନିଲ କୁମାର ମହାନ୍ତି): ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ। ବାଣ ଫୁଟାଇବାକୁ ବାରଣ କରିବାରୁ ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଷ୍ଟାର ଯୋଡି, ସାମିଲ୍ ହେବେ ରଜନୀକାନ୍ତ

ଚେନ୍ନାଇ,୯।୧୧: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସନ୍‌ରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନଙ୍କ ସହ ତାଙ୍କ…

ପାକିସ୍ତାନଠାରୁ ହାରି ବି ସେମିଫାଇନାଲ ଖେଳିବ ଭାରତ! ଏମିତି ହେବ ଟିମ ଇଣ୍ଡିଆର ଏଣ୍ଟ୍ରି

ନୂଆଦିଲ୍ଲୀ, ୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ଅଣ୍ଡର-୧୯ ଟିମ ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜୟ ସତ୍ତ୍ୱେ ଭାରତୀୟ ଅଣ୍ଡର-୧୯ ଟିମର ସେମିଫାଇନାଲରେ ପହଞ୍ଚିବା ଆଶା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର କାର୍‌ କଲେକ୍ସନ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ପାଟନା,୯।୧୧: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ଥାପିବା ପରେ ତାଙ୍କ ଲୋକପ୍ରିୟତା…

IPLରେ ସବୁଠୁ ବଡ଼ ଟ୍ରେଡ୍‌ ଡିଲ୍‌: ଜାଣନ୍ତୁ କିଏ କେଉଁ ଦଳକୁ ଯିବେ

ନୂଆଦିଲ୍ଲୀ,୯।୧୧: ଆଇପିଏଲ ୨୦୨୭ ପାଇଁ ଟ୍ରେଡ ୱିଣ୍ଡୋ ଖୋଲିବା ପରେ ଖେଳାଳିଙ୍କ ଅଦଳବଦଳ ଜୋରଦାର ହୋଇଛି। ଆଗାମୀ ସିଜିନ୍‌ର ନିଲାମୀ ପୂର୍ବରୁ ଏପର୍ଯ୍ୟନ୍ତ ୮ଟି ଟ୍ରେଡ ଡିଲ…

କହୁକହୁ କହିଦେଲେ ଟ୍ରମ୍ପ, ‘ମୁଁ ନର୍କକୁ ଯିବାକୁ ଚାହେଁନି, ସ୍ୱର୍ଗକୁ ଯିବି’

ଓ୍ବାଶିଂଟନ,୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି । ସାମ୍ବାଦିକ ରସ୍‌ ଡାଉଥାଟ୍‌ଙ୍କ ସହ ଆଲୋଚନା ବେଳେ ଜୀବନ ଓ ମୃତ୍ୟୁକୁ…

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?