ଭାରରେ ଆଣିବାବେଳେ ଅଧା ବାଟରେ ପ୍ରସବ

ଦଶମନ୍ତପୁର,୨୬।୧୧ (ଅରବିନ୍ଦ ନାୟକ )କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା ଲୋରେଶ ଗ୍ରାମରେ ଶନିବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ଗୁପ୍ତ ସାଉଁନ୍ତାଙ୍କ ସ୍ତ୍ରୀ ଦୀପ ସାଉଁନ୍ତାଙ୍କ ଶୁକ୍ରବାର ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ। ହେଲେ ଦଶମନ୍ତପୁର ଗାଁର ଚତୁଃପାର୍ଶ୍ୱରେ ବିରିମାଳି ଓ ପଟ୍ରିମାଳି ପାହାଡ଼ ଘେରି ଗାଁକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଫଳରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଶନିବାର ସକାଳେ ଖଟିଆ କରି ଗର୍ଭବତୀଙ୍କୁ ନେବାବେଳେ ଅଧାବାଟରେ ସେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ସେଠାରେ ବହୁ ସମୟ ବିଶ୍ରାମ ନେବା ପରେ ମା’ ଓ ନବଜାତକକୁ ଖଟିଆରେ ବୋହି ମରିଚଗୁଡ଼ା ଗାଁ ଦେଇ ୩ ଫୁଟ ଜଳରେ ପ୍ରବାହିତ ହେଉଥିବା ଅନ୍ଧାରୀ ନଦୀ ପାର କରାଇଥିଲେ। ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ନଦୀ ଆରପାରୀରୁ ଆଣି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଲୋରେଶ ଗ୍ରାମରୁ ମରିଚଗୁଡ଼ା ଛକ ପ୍ରାୟ ୪ କିମି ଦୂର ପାହାଡିଆ ରାସ୍ତାର ଅବସ୍ଥା ଶୋଚନୀୟ। ପାହାଡ଼ିଆ ଜଙ୍ଗଲ ରାସ୍ତା ଭୟରେ ଦୀପ ସାଉଁନ୍ତାଙ୍କୁ ରାତିରେ ଚିକିତ୍ସାଳୟକୁ ଆଣି ପାରି ନ ଥିଲେ। ଶନିବାର ସକାଳୁ ସ୍ଥାନୀୟ ସରପଞ୍ଚ ନବୀନ ମୁଦୁଲିଙ୍କ ସହଯୋଗରେ ଗାଁର ସେମନ କୁଲିଶିକା ଓ ରଞ୍ଜନ ମିଣିଆକା ଗର୍ଭବତୀଙ୍କୁ ଖଟିଆରେ ବୋହି କୁସୁମ ଘାଟି ଦେଇ ଆସୁଥିଲେ। ଗାଁଠାରୁ ପ୍ରାୟ ୨ କିମି ଦୂର ସକାଳ ପ୍ରାୟ ୯ଟା ୨୫ରେ ବିରିଆମ୍ବ ଝୋଲା ଜଙ୍ଗଲ ତଳେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସେଠାରୁ ମା’ ଓ ନବଜାତ ଶିଶୁଙ୍କୁ ନଦୀ ପାର କରି ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା।
ମରିଚଗୁଡ଼ା ଗାଁ ଛକଠାରୁ ଲୋରେସ ଗ୍ରାମକୁ ସଂଯୋଗ କରୁଥିବା ୪ କିମି ଦୂର ଯାଏ ରାସ୍ତା ନ ଥିବାରୁ ଦୀର୍ଘ ୧ ବର୍ଷ ପୂର୍ବେ ସଂପୃକ୍ତ ଗ୍ରାମର କାଳିଆ ଜାନୀଙ୍କ ସ୍ତ୍ରୀ ଚବି ମଧ୍ୟ କସୁମ ଡଙ୍ଗର ତଳେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଲୋରେସ ଗ୍ରାମରେ ୩୭ ପରିବାର ବସବାସ କରୁଥିବା ବେଳେ ଗାଁକୁ ରାସ୍ତା ନ ଥିବାରୁ ସେମାନେ ବହୁ ହଇରାଣ ହେଉଥିବା ସାଧବ ମିଣିଆକା, କସାଇ ସାଉଁନ୍ତା, ଧନୁର୍ଜୟ କମାର, ଇସୁଦା ସାଉଁନ୍ତା, ପ୍ରତାପ ସାଉଁନ୍ତା ପ୍ରମୁଖ କହିଛନ୍ତି। ରାସ୍ତା ନିର୍ମାଣ ନେଇ ଅନେକ ଥର ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲାପାଳ ଏବଂ ଜନ ପ୍ରତିନିଧିଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏଭଳି ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିବା ସମୟରେ କାହାର ମୃତ୍ୟୁ ଘଟିବା ପରେ ହିଁ ପ୍ରଶାସନର କଣ ଆଖି ଖୋଲିବ କି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ଧାରୀ ନଦୀରେ ପୋଲ ଏବଂ ମରିଚଗୁଡ଼ା ଗାଁ ଛକଠାରୁ ପ୍ରାୟ ୪ କିମି ଦୂର ନୂତନ ରାସ୍ତା ନିର୍ମାଣ କରା ନ ଗଲେ ଆମେ ପୁଣି ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri