ଜମୁଛି କାଗଜ ଡଙ୍ଗା ବେପାର

ନିମାପଡ଼ା,୨୬।୧୧(ରଞ୍ଜନ ପଟ୍ଟନାୟକ)କାଗଜ ଡଙ୍ଗା ଦେଇଛି ରୋଜଗାର। ଏଭଳି ସ୍ଥିତି ନିମାପଡ଼ା ବ୍ଲକ ଅଧୀନ ସାଇଁଶ ପଞ୍ଚାୟତ ତୋରିହଁବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ମହିଳା ଫୁର୍‌ସତ୍‌ ସମୟରେ କାଗଜ ଡଙ୍ଗା ତିଆରି କରି କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ଗ୍ରାମର ୧୦ ଜଣ ମହିଳା ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଆଜକୁ ୧୦ ବର୍ଷ ତଳେ ଗଠନ କରିଥିଲେ ‘ଗୋପବନ୍ଧୁ ସ୍ବୟଂ ସହାୟକ ଗୋଷ୍ଠୀ’। ଉକ୍ତ ଗୋଷ୍ଠୀର ମହିଳା ଆଜି ରଙ୍ଗ ବେରଙ୍ଗର କାଗଜ ଡଙ୍ଗା ତିଆରି କରି ହଜାର ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା। ଏନେଇ ଲୋକଙ୍କ ଆବଶ୍ୟକ ପଡ଼ିଥାଏ ଡଙ୍ଗା। ବଜାରରେ ବିଭିନ୍ନ ପ୍ରକାର ହାତ ତିଆରି ଡଙ୍ଗା ବିକ୍ରି ହୋଇଥାଏ। ତାକୁ କିଣିବା ପାଇଁ ବଜାର ହାଟରେ ଭିଡ଼ ହୋଇଥାଏ। ଲୋକଙ୍କ ଆବଶ୍ୟକତାକୁ ଦେଖି ଗୋଷ୍ଠୀର ମହିଳା ନିଜେ ଡଙ୍ଗା ତିଆରି କରିବାକୁ ମନ ବଳାଇଥିଲେ। ଜଟଣୀ ଅଞ୍ଚଳର ଅନସୂୟା ମହାନ୍ତିଙ୍କଠାରୁ ପ୍ରେରଣା ପାଇ ମହିଳାମାନେ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଟୁନ, ପଞ୍ଚରଙ୍ଗି କାଗଜ, ଜମ୍ବୁରା ଏବଂ ରଦି କାଗଜକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଡଙ୍ଗା ନିର୍ମାଣ କରିଥାନ୍ତି। ଗୋଷ୍ଠୀର ସଦସ୍ୟା ଏକତ୍ରିତ ହୋଇ ୧ ନଂ. ଠାରୁ ୧୦ନଂ. ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଡଙ୍ଗା ନିର୍ମାଣ କରିବାରେ ଲାଗି ପଡ଼ିଛନ୍ତି; ଯାହାର ମୂଲ୍ୟ ସର୍ବନିମ୍ନ ୧ ଟଙ୍କାଠାରୁ ୧୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏମାନଙ୍କ ହାତ ତିଆରି ଡଙ୍ଗା ଏବେ କଟକ, ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଆଦି ଅଞ୍ଚଳକୁ ବିକ୍ରି ପାଇଁ ଯାଉଛି। ବେପାରୀ ମଧ୍ୟ ତାଙ୍କଠାରୁ ଡଙ୍ଗା ନେଉଛନ୍ତି। ଏହାଦ୍ୱାରା ସେମାନେ ନିଜ ପରିଶ୍ରମ ମୁତାବକ ପାରିଶ୍ରମିକ ପାଇ ଏବେ ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି। ସରକାରୀ ପ୍ରୋତ୍ସାହନ ମିଳିଲେ ଅଧିକ ରୋଜଗାର କରିବା ସହିତ ଗ୍ରାମାଞ୍ଚଳର ବେରୋଜଗାର ମହିଳାଙ୍କୁ ଏଥିରେ ସାମିଲ କରି ଆତ୍ମନିର୍ଭରଶୀଳ କରାଇପାରନ୍ତୁ ବୋଲି ଗୋଷ୍ଠୀର ସଭାନେତ୍ରୀ ଶର୍ମିଷ୍ଠା ପ୍ରଧାନ, ସମ୍ପାଦିକା କନକଲତା ପ୍ରଧାନ, ସଭ୍ୟା ସାରାଣୀ ରଥ, ସବିତା ପ୍ରଧାନ, ମମତା ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ଖୁଲଣା ପ୍ରଧାନ, ଉଲ୍ଲାସ ପ୍ରଧାନ, ସସ୍ମିତା ପ୍ରଧାନ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri