ଆମ ଜିଲା ଖବର

ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୨୬ା୯(ଦୁର୍ଯ୍ୟୋଧନ ପାତ୍ର)l: ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନରେ ମାଲକାନଗିରି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୋମବାର ଭୁବନେଶ୍ୱରରୁ ମାଲକାନଗିରି ଜିଲାକୁ ପ୍ରଥମେ ଲକ୍ଷ୍ମୀ ଯୋଜନାରେ ବସ୍‌ ଯାଇ ପହଞ୍ଚିଛି। ମାଲକାନଗିରି ଜିଲାରେ ମୋଟ ୩୬ଟି ବସ୍‌ ଏହି…

ପାନୀୟ ଜଳରୁ ବଞ୍ଚିତ କିରାମାହାବାସୀ

ବ୍ରାହ୍ମଣୀଗାଁ,୨୬ା୯(ମନୋରଞ୍ଜନ ରଣା): ପ୍ରକଳ୍ପ ଅଛି ହେଲେ ମିଳୁନି ବସୁଧା ପାନୀୟ ଜଳ। ସାଧାରଣ ଫ୍ୟୁଜ୍‌ଟିଏ ପକାଯାଇ ନ ଥିବାରୁ ଦୁଇମାସ ହେଲାଣି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତର କିରାମାହାବାସୀ। ଏହି…

ହୋମିଓପାଥିକ ଚିକିତ୍ସାରେ ଅବ୍ୟବସ୍ଥା

କୋଦଳା,୨୬ା୯(ଅମିତ କୁମାର ପଟ୍ଟନାୟକ): ବେଗୁନିଆପଡା ବ୍ଲକରେ ଥିବା ହୋମିଓପାଥିକ ଚିକିତ୍ସା କେନ୍ଦ୍ର ଦୁଇଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବ୍ଲକର ବେରୁଆଁବାଡ଼ି ଏବଂ ବଡ଼ଗୁଡ଼ିଆଳି ଗ୍ରାମରେ ହୋମିଓପାଥିକ ଚିକିତ୍ସାକେନ୍ଦ୍ର ଅଛି। ବଡ଼ଗୁଡ଼ିଆଳି ସ୍ବାସ୍ଥ୍ୟକେନ୍ଦ୍ର ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି। ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିମନ୍ତେ…

୬୦କି.ମି. ଚିଠି ଆସିବାକୁ ଲାଗିଲା ୨ମାସ ୫ ଦିନ

ଖଇରା,୨୬।୯(ଉତ୍କଳବନ୍ଧୁ ପଣ୍ଡା): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲାର ଫଇସଲା ପାଇଁ ଜିଲା ଅତିରିକ୍ତ ଜିଲାପାଳଙ୍କ ତରଫରୁ ଅଭିଯୋଗକାରୀଙ୍କୁ ମିଳିଥିବା ଚିଠିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଚିଠିରେ ଅଭିଯୋଗକାରିଣୀ ଭାବେ ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ ଝିଙ୍କିରିଆ…

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା

କେନ୍ଦୁଝର, ୨୬ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ନିଖୋଜ କନ୍ୟା ସୋମବାର ଶିଶୁ ମଙ୍ଗଳ ସମିତିଙ୍କ ହସ୍ତକ୍ଷେପ ପରେ ପରିବାରକୁ ଫେରିଛନ୍ତି। ନାବାଳିକାଙ୍କୁ ତାଙ୍କ ପିଉସା ଜଣଙ୍କ ଘରେ କାମ…

କାର୍ଯ୍ୟ ଶେଷର ୬ ବର୍ଷ ପରେ ବି କିସ୍ତି ମିଳିନି

ଯୋଡ଼ା,୨୬ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଅଶେଇଁକଳା ପଞ୍ଚାୟତର ସାନବ ଗ୍ରାମର ମିଲୁ ଓରାମଙ୍କୁ ବିଜୁ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ କରିବାର ୬ ବର୍ଷ ପରେ ବି ଶେଷ କିସ୍ତି ଟଙ୍କା ମିଳିନାହିଁ। ଏ ନେଇ ଯୋଡ଼ା…

ଘର କରି ନ ଥିବା ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କର

ପଟ୍ଟାମୁଣ୍ଡାଇ ୨୬ା୯ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହ ତ୍ୱରାନ୍ବିତ କରିବାକୁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର…

ସରପଞ୍ଚଙ୍କୁ ଆକ୍ରମଣ, ଥାନାରେ ମାମଲା

ବରୀ,୨୯। ୯ (ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ବୋଦୁଅ ପଞ୍ଚାୟତ ସରପଞ୍ଚ ଦେବୀ ମିଶ୍ରଙ୍କୁ ସେହି ପଞ୍ଚାୟତର ୨ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶଯେ, ସରପଞ୍ଚ ମିଶ୍ର ବାଇକ୍‌ରେ ପଞ୍ଚାୟତର ଉନ୍ନୟନ ମୂଳକ…

ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

କଟକ,୨୬ା୯ (କାର୍ତ୍ତିକ ସାହୁ):ଭୁବନେଶ୍ବର ମଧ୍ୟଦେଇ ଯାଇଥିବା ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ କରିବାରେ ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକରଣର ବିଚାରପତି ବି. ଅମିତ ସ୍ଥାଲେକର ଏବଂ ଡ. ଅରୁଣ କୁମାର ବର୍ମାଙ୍କୁ ନେଇ…

କାର୍ଯ୍ୟକାରୀ ହେଉନି ତଦନ୍ତ କମିଶନଙ୍କ ସୁପାରିସ

କଟକ,୨୬ା୯ (କାର୍ତ୍ତିକ ସାହୁ):୧୯୮୯ ମସିହାରୁ ଅଦ୍ୟାବଧି ଦୀର୍ଘ ୩୫ ବର୍ଷ ମଧ୍ୟରେ ରାଜ୍ୟରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ୨୮୭ ଜଣଙ୍କ ପ୍ରାଣହାନି ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମାମଲାଗୁଡ଼ିକର ତଦନ୍ତ ପାଇଁ ୧୧ଟି ତଦନ୍ତ କମିଶନ ଗଠନ କରାଯାଇଥିବା ସୂଚନା ଅଧିକାର…

ସାପ ଧରିିବା ସହ ସଚେତନ କରୁଛନ୍ତି ରିୟା

ଖୋର୍ଦ୍ଧା,୨୬ା୯(ପ୍ରଭାତ ପାଣିଗ୍ରାହୀ):ସାଧାରଣତଃ ସାପ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିିଯାଏ। ସାପ କାମୁଡିଲେ ଗାଁ ଗହଳିରେ ଲୋକେ ଏବେ ବି ଝଡ଼ାଫୁଙ୍କା କିମ୍ବା ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ଏପରି ଅନ୍ଧ ବିଶ୍ୱାସ ସମ୍ପର୍କରେ ଜନସଚେତନତା ସୃଷ୍ଟି ସହ ମଣିଷ…

ସାଙ୍ଗଙ୍କ ଛୁରାମାଡ଼ରେ ସାଙ୍ଗ ମୃତ

କେନ୍ଦ୍ରାପଡ଼ା, ୨୬ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅଞ୍ଚଳରେ ନିଶା ସେବନ ସମୟରେ ସାଙ୍ଗଙ୍କ ଛୁରାମାଡରେ ସାଙ୍ଗ ତ୍ରିଲୋଚନ ମଲ୍ଲିକ (୩୦)ଙ୍କ ସୋମବାର ମୃତ୍ୟୁ ହୋଇଛି। ତ୍ରିଲୋଚନଙ୍କ ଘର ଥାନା ଅନ୍ତର୍ଗତ ଧୂମାତ ଶାସନସ୍ଥିତ ଚାରିଗାଁ । ପ୍ରତ୍ୟକ୍ଷଦର୍ଶୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?