ଧୂଳିରେ ଅତିଷ୍ଠ ସହରବାସୀ

ସମ୍ବଲପୁର,୨୬।୧୧(ଭବାନୀ ଶଙ୍କର ଭୋଇ)ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତାକାର୍ଯ୍ୟ ଦୀର୍ଘଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ପ୍ରଶସ୍ତୀକରଣ ପାଇଁ ରାସ୍ତା ଖୋଳାଯାଇ ମାଟି ଗଦାକରି ରଖାଯାଇଛି। ଫଳରେ ଗାଡିମୋଟର ଯିବା ସମୟରେ ଧୂଳିଉଡି ପୂରା ପରିବେଶକୁ ଆଚ୍ଛାଦିତ କରିରଖୁଛି। ଏହି ସମୟରେ କୁହୁଡି ଛାଇଗଲା ଭଳି ମନେ ହେଉଛି। ପ୍ରାତଃଭ୍ରମଣ ପାଇଁ ବାହାରୁଥିବା ଲୋକେ ଶୁଦ୍ଧ ବାୟୁଟିକିଏ ପାଇବା ପାଇଁ ଘରୁ ବାହାରୁଥିବା ବେଳେ ଏହି ଧୂଳି ସେମାନଙ୍କୁ ଅତିଷ୍ଠ କରିଦେଉଛି। ରାସ୍ତା ନିର୍ମାଣର ମନ୍ଥରତା ଯୋଗୁ ସହରବାସୀ ମାସ ମାସ ଧରି ଏଭଳି ଅସୁବିଧା ଭୋଗୁଛନ୍ତି। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରାସ୍ତାର ଗୋଟିଏ ପଟ କାମ ଶେଷ କରି ଅନ୍ୟ ପଟରେ କାମ ଆରମ୍ଭ କଲେ ଲୋକେ କିଛି ମାତ୍ରାରେ ଧୂଳିରୁ ରକ୍ଷା ପାଇପାରନ୍ତେ ବୋଲି ମତ ଦେଉଛନ୍ତି। ଧନୁପାଲିରୁ ଜେଲ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମାଟି ଖୋଳାଯାଇଥିବାବେଳେ ଶହେ ମିଟର ବି ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହି ଧୂଳି ଯୋଗୁ ସହରବାସୀ ରୋଗଗ୍ରସ୍ତ ମଧ୍ୟ ହେବା ସମ୍ଭାବନା ରହିଛି। ସହରସାରା ନିର୍ମାଣ କାମ ଚାଲିଥିବା ବେଳେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଗୋଟିଏ ବିଭାଗ ମାଟି ଖୋଳି କାମ ସାରିବା ପରେ ଆଉ ଗୋଟିଏ ବିଭାଗ ପୁଣି ସେହି ସ୍ଥାନରେ ମାଟି ଖୋଳି ରାସ୍ତା ନଷ୍ଟ କରୁଥିବା ଦେଖିବାକୁ ମିଳିଛି।

ଧନୁପାଲିରୁ ଜେଲଛକ ରାସ୍ତା ଦୋହରୀକରଣ କାମ ଚାଲିଛି। ରାସ୍ତା ଦୁଇ ପାର୍ଶ୍ୱର ଜମି ଅଧିଗ୍ରହଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ। ବାରମ୍ବାର ରାସ୍ତାର ଡିଜାଇନ ପରିବର୍ତ୍ତନ କରାଯାଉଛି। ଘରଗୁଡିକରେ ଦିଆଯାଉଥିବା ଚିହ୍ନ ମଧ୍ୟ ବାରମ୍ବାର ପରିବର୍ତ୍ତନ ହେଉଥିବା ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କାମ କଚ୍ଛପ ଗତିରେ ଚାଲୁଥିବା ବେଳେ ଅଧା ସହର ଧୂଳିରେ ଗାଧୋଇବାକୁ ବାଧ୍ୟ ହେଉଛି।
-ସୂର୍ଯ୍ୟ ପାଣିଗ୍ରାହୀ, ଗୋବିନ୍ଦତୋଲା ବାସିନ୍ଦା

ରାସ୍ତା ଦୋହରୀକରଣ କରାଯିବା ସ୍ବାଗତଯୋଗ୍ୟ। ତେବେ ଯେଉଁ କାମ ଆରମ୍ଭ କରାଯାଉଛି ତାକୁ ସମ୍ପର୍ଣ୍ଣ କରିବାକୁ ପ୍ରଥମେ ଧ୍ୟାନ ଦେବା କଥା। ବର୍ତ୍ତମାନ ସମୟରେ ଜେଲ ଛକରୁ ଧନୁପାଲି ଛକ ପର୍ଯ୍ୟନ୍ତ ଯା’ଆସ କରିବା କୌଣସି ଦଣ୍ଡଠାରୁ କମ ନୁହେଁ। ମାସ ମାସ ଧରି ଏଭଳି କାମ ଚାଲୁଥିବାରୁ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
-ସଞ୍ଜୟ ଅଗ୍ରୱାଲ, ସାରସ୍ବତ କଲୋନୀ, ଚାରଭାଟୀ

ଧନୁପାଲି ଛକରୁ ସହର ଭିତରକୁ ଗଲା ବେଳେ ଧଳା ଶାର୍ଟ ପିନ୍ଧି ଯିବାକୁ ଭୟ ଲାଗୁଛି। ରାସ୍ତା କାମ ପାଇଁ ଟ୍ରାଫିକ ସମସ୍ୟା ଏକ ସାଧାରଣ ଘଟଣା। ତେବେ ଧୁଳିରେ ଯିବାଆସିବା କରିବା ଶ୍ୱାସ ରୋଗୀଙ୍କ ପାଇଁ ବିପଦ ହୋଇପଡିଛି। ରାସ୍ତାରେ ପାଣିସିଞ୍ଚନ କରି ଶୀଘ୍ର କାମ ସାରିବାକୁ ପ୍ରଶାସନକୁ ଅନୁରୋଧ କରୁଛୁ।
-ପ୍ରତୀକ ମହାପାତ୍ର, ଧନୁପାଲି ବାସିନ୍ଦା

ଜେଲ ଛକରୁ ଧନୁପାଲି ପର୍ଯ୍ୟନ୍ତ ରାସ୍ତା ଦୋହରୀକରଣ କାମ ଶୀଘ୍ର ସାରିବାକୁ ଠିକାଦାରଙ୍କୁ କୁହାଯାଇଛି। ଏକ ସମୟରେ ଜନସ୍ବାସ୍ଥ୍ୟ ବିଭାଗ ପାଇପ୍‌ କାମ କରୁଥିବାବେଳେ ବିଦ୍ୟୁତ୍‌ ବିଭାଗ ଖୁଣ୍ଟ ହଟାଇବା କାମ କରୁଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି। ରାସ୍ତା ନିର୍ମାଣ ସମୟରେ ଗାଡି ଯା’ଆସ କଲେ ଧୁଳି ଉଡିବା ସ୍ବାଭାବିକ। ଏହାକୁ ନେଇ ଅଭିଯୋଗ କରିବା ବଦଳରେ ସମସ୍ତେ ସହଯୋଗ କରିବା ଦରକାର।
-ଓମ୍‌ପ୍ରକାଶ କାକ୍‌,କନିଷ୍ଠ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri