ଧୂଳିରେ ଅତିଷ୍ଠ ସହରବାସୀ

ସମ୍ବଲପୁର,୨୬।୧୧(ଭବାନୀ ଶଙ୍କର ଭୋଇ)ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତାକାର୍ଯ୍ୟ ଦୀର୍ଘଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ପ୍ରଶସ୍ତୀକରଣ ପାଇଁ ରାସ୍ତା ଖୋଳାଯାଇ ମାଟି ଗଦାକରି ରଖାଯାଇଛି। ଫଳରେ ଗାଡିମୋଟର ଯିବା ସମୟରେ ଧୂଳିଉଡି ପୂରା ପରିବେଶକୁ ଆଚ୍ଛାଦିତ କରିରଖୁଛି। ଏହି ସମୟରେ କୁହୁଡି ଛାଇଗଲା ଭଳି ମନେ ହେଉଛି। ପ୍ରାତଃଭ୍ରମଣ ପାଇଁ ବାହାରୁଥିବା ଲୋକେ ଶୁଦ୍ଧ ବାୟୁଟିକିଏ ପାଇବା ପାଇଁ ଘରୁ ବାହାରୁଥିବା ବେଳେ ଏହି ଧୂଳି ସେମାନଙ୍କୁ ଅତିଷ୍ଠ କରିଦେଉଛି। ରାସ୍ତା ନିର୍ମାଣର ମନ୍ଥରତା ଯୋଗୁ ସହରବାସୀ ମାସ ମାସ ଧରି ଏଭଳି ଅସୁବିଧା ଭୋଗୁଛନ୍ତି। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରାସ୍ତାର ଗୋଟିଏ ପଟ କାମ ଶେଷ କରି ଅନ୍ୟ ପଟରେ କାମ ଆରମ୍ଭ କଲେ ଲୋକେ କିଛି ମାତ୍ରାରେ ଧୂଳିରୁ ରକ୍ଷା ପାଇପାରନ୍ତେ ବୋଲି ମତ ଦେଉଛନ୍ତି। ଧନୁପାଲିରୁ ଜେଲ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମାଟି ଖୋଳାଯାଇଥିବାବେଳେ ଶହେ ମିଟର ବି ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହି ଧୂଳି ଯୋଗୁ ସହରବାସୀ ରୋଗଗ୍ରସ୍ତ ମଧ୍ୟ ହେବା ସମ୍ଭାବନା ରହିଛି। ସହରସାରା ନିର୍ମାଣ କାମ ଚାଲିଥିବା ବେଳେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଗୋଟିଏ ବିଭାଗ ମାଟି ଖୋଳି କାମ ସାରିବା ପରେ ଆଉ ଗୋଟିଏ ବିଭାଗ ପୁଣି ସେହି ସ୍ଥାନରେ ମାଟି ଖୋଳି ରାସ୍ତା ନଷ୍ଟ କରୁଥିବା ଦେଖିବାକୁ ମିଳିଛି।

ଧନୁପାଲିରୁ ଜେଲଛକ ରାସ୍ତା ଦୋହରୀକରଣ କାମ ଚାଲିଛି। ରାସ୍ତା ଦୁଇ ପାର୍ଶ୍ୱର ଜମି ଅଧିଗ୍ରହଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ। ବାରମ୍ବାର ରାସ୍ତାର ଡିଜାଇନ ପରିବର୍ତ୍ତନ କରାଯାଉଛି। ଘରଗୁଡିକରେ ଦିଆଯାଉଥିବା ଚିହ୍ନ ମଧ୍ୟ ବାରମ୍ବାର ପରିବର୍ତ୍ତନ ହେଉଥିବା ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କାମ କଚ୍ଛପ ଗତିରେ ଚାଲୁଥିବା ବେଳେ ଅଧା ସହର ଧୂଳିରେ ଗାଧୋଇବାକୁ ବାଧ୍ୟ ହେଉଛି।
-ସୂର୍ଯ୍ୟ ପାଣିଗ୍ରାହୀ, ଗୋବିନ୍ଦତୋଲା ବାସିନ୍ଦା

ରାସ୍ତା ଦୋହରୀକରଣ କରାଯିବା ସ୍ବାଗତଯୋଗ୍ୟ। ତେବେ ଯେଉଁ କାମ ଆରମ୍ଭ କରାଯାଉଛି ତାକୁ ସମ୍ପର୍ଣ୍ଣ କରିବାକୁ ପ୍ରଥମେ ଧ୍ୟାନ ଦେବା କଥା। ବର୍ତ୍ତମାନ ସମୟରେ ଜେଲ ଛକରୁ ଧନୁପାଲି ଛକ ପର୍ଯ୍ୟନ୍ତ ଯା’ଆସ କରିବା କୌଣସି ଦଣ୍ଡଠାରୁ କମ ନୁହେଁ। ମାସ ମାସ ଧରି ଏଭଳି କାମ ଚାଲୁଥିବାରୁ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
-ସଞ୍ଜୟ ଅଗ୍ରୱାଲ, ସାରସ୍ବତ କଲୋନୀ, ଚାରଭାଟୀ

ଧନୁପାଲି ଛକରୁ ସହର ଭିତରକୁ ଗଲା ବେଳେ ଧଳା ଶାର୍ଟ ପିନ୍ଧି ଯିବାକୁ ଭୟ ଲାଗୁଛି। ରାସ୍ତା କାମ ପାଇଁ ଟ୍ରାଫିକ ସମସ୍ୟା ଏକ ସାଧାରଣ ଘଟଣା। ତେବେ ଧୁଳିରେ ଯିବାଆସିବା କରିବା ଶ୍ୱାସ ରୋଗୀଙ୍କ ପାଇଁ ବିପଦ ହୋଇପଡିଛି। ରାସ୍ତାରେ ପାଣିସିଞ୍ଚନ କରି ଶୀଘ୍ର କାମ ସାରିବାକୁ ପ୍ରଶାସନକୁ ଅନୁରୋଧ କରୁଛୁ।
-ପ୍ରତୀକ ମହାପାତ୍ର, ଧନୁପାଲି ବାସିନ୍ଦା

ଜେଲ ଛକରୁ ଧନୁପାଲି ପର୍ଯ୍ୟନ୍ତ ରାସ୍ତା ଦୋହରୀକରଣ କାମ ଶୀଘ୍ର ସାରିବାକୁ ଠିକାଦାରଙ୍କୁ କୁହାଯାଇଛି। ଏକ ସମୟରେ ଜନସ୍ବାସ୍ଥ୍ୟ ବିଭାଗ ପାଇପ୍‌ କାମ କରୁଥିବାବେଳେ ବିଦ୍ୟୁତ୍‌ ବିଭାଗ ଖୁଣ୍ଟ ହଟାଇବା କାମ କରୁଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି। ରାସ୍ତା ନିର୍ମାଣ ସମୟରେ ଗାଡି ଯା’ଆସ କଲେ ଧୁଳି ଉଡିବା ସ୍ବାଭାବିକ। ଏହାକୁ ନେଇ ଅଭିଯୋଗ କରିବା ବଦଳରେ ସମସ୍ତେ ସହଯୋଗ କରିବା ଦରକାର।
-ଓମ୍‌ପ୍ରକାଶ କାକ୍‌,କନିଷ୍ଠ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri