ଆମ ଜିଲା ଖବର

୮୧.୭୮ କୋଟି ଫେରିଯିବା ଆଶଙ୍କା

ଯାଜପୁର,୨୭ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌରାଞ୍ଚଳକୁ ରେଳ ଲାଇନ ୨ ଭାଗ କରିଛି। ଏହାର ପୂର୍ବ-ଉତ୍ତର ଦିଗରେ ମୁଖ୍ୟ ସହର ରହିଥିବାବେଳେ ବିପରୀତ ଦିଗରେ ଡାକ୍ତରଖାନା, କେନ୍ଦ୍ରୀୟ ବିଦ୍ୟାଳୟ, ଏନ୍‌ସି ହାଇସ୍କୁଲ, ପ୍ରାଣୀ ଚିକିତ୍ସାଳୟ, ବାଳିକା ହାଇସ୍କୁଲ,…

ରାଜଘାଟ-କଳସପୁର ନଦୀବନ୍ଧ ବିପର୍ଯ୍ୟସ୍ତ

ଯାଜପୁର ସଦର,୨୭ା୧୧(ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀ ବନ୍ଧର ରାଜଘାଟଠାରୁ କଳସପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜାରକା ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ବନ୍ଧର କିଛି ମାସ ତଳେ ମରାମତି କରାଯାଇଥିଲା। ଏଥିପାଇଁ ବିପୁଳ ଟଙ୍କା…

ଆଜିଠୁ ବାଲିଯାତ୍ରା

କଟକ,୨୭ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ସୋମବାରଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କଟକ ଜିଲା ପ୍ରଶାସନ ଏବଂ ସିଏମ୍‌ସି ପକ୍ଷରୁ ବାଲିଯାତ୍ରାକୁ ଉଚ୍ଚକୋଟୀର କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ପ୍ରଚାରପ୍ରସାରଠୁ ନେଇ ସାଜସଜ୍ଜା ପର୍ଯ୍ୟନ୍ତ କାର୍ଯ୍ୟ…

ଆଜି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୧୧(ଅସମାପିକା ସାହୁ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚତ୍ଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରାଷ୍ଟ୍ରପତି ମୁର୍ମୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…

ପ୍ରେମିକାଙ୍କୁ କରିଥିଲେ ୩୧ ଖଣ୍ଡ: ଧରାପଡ଼ିଲେ ଦମ୍ପତି

ରାଇଘର/ନବରଙ୍ଗପୁର, ୨୬।୧୧ (କିରଣ ପଟ୍ଟନାୟକ/ସଦାଶିବ ପ୍ରହରାଜ): ପ୍ରେମିକାଙ୍କୁ ହତ୍ୟା କରି ୩୧ ଖଣ୍ଡ କରିବା ଅଭିଯୋଗରେ ଅଟକ ଥିବା ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ମୁରୁମଡିହି ଗ୍ରାମର ପ୍ରେମିକ ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀ ସିଆଙ୍କୁ ରବିବାର…

ଫାଣ୍ଡିରୁ ଫେରାର ମାରିଲେ ଅଭିଯୁକ୍ତ

ସଇଁତଳା, ୨୬ା୧୧(ରାଖାଲ ପ୍ରସାଦ ଶତପଥି): ରବିବାର ପ୍ରାତଃ ଭ୍ରମଣରେ ଯାଉଥିବା ୩ଜଣ ଯୁବତୀଙ୍କ ମୋବାଇଲ ଫୋନ ଛଡାଇ ନେବା ଅଭିଯୋଗରେ ଲୋକେ ଜଣେ ଯୁବକଙ୍କୁ ଧରି ବଲାଙ୍ଗୀର ଜିଲା ଟିକ୍ରାପଡ଼ା ଫାଣ୍ଡି ପୋଲିସ ଜିମା ଦେଇଥିଲେ। ହେଲେ ଏହାର କିଛି ସମୟ…

ଗଡ଼ିଲା ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ

ରାଉରକେଲା,୨୬ା୧୧(ବିପ୍ଳବରଞ୍ଜନ ଦାଶ): ରାଉରକେଲା ରେଳଷ୍ଟେଶନ ୫ନମ୍ବର ପ୍ଲାଟଫର୍ମରୁ ରବିବାର ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସର ବିଧିବଦ୍ଧ ଚଳାଚଳ ଆରମ୍ଭ ହୋଇଛି। ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲା ଗସ୍ତ କରି ବାଦାମପାହାଡ ରେଳଷ୍ଟେସନଠାରୁ ୩ଟି ନୂତନ ଟ୍ରେନ ଚଳାଚଳ ଶୁଭାରମ୍ଭ…

କଇଁଫୁଲ ତୋଳିବା କାଳ ହେଲା

ଭବାନୀପାଟଣା,୨୬।୧୧(ଉତ୍ତମ କୁମାର ଦାଶ): କଳହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବରଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇ ପଙ୍କ ଓ କଇଁ ନଡାରେ ଛନ୍ଦି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା: ଅଭିଯୁକ୍ତ ବାପ-ପୁଅ ଧରାପଡ଼ିଲେ

ରାଇରଙ୍ଗପୁର,୨୬।୧୧(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ରମା ପାହାଡି ଗ୍ରାମର ତପୋଇ ନାମ୍ନୀ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାମଦା…

ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ କରିଛନ୍ତି ହତ୍ୟା

ହିଞ୍ଜିଳିକାଟୁ,୨୬।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଜଣେ ମହିଳାଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ପବିତ୍ର ସାହୁଙ୍କ ସ୍ତ୍ରୀ ସୁନିତା ସାହୁ(୨୮)। ସୁନିତା ବିଷ ଖାଇ ଆତ୍ମହତ୍ୟା କରିଥିବା ଶଶୁର ଘର ଲୋକେ…

ଲଜ୍‌ ଭିତରୁ ମହିଳାଙ୍କୁ ଗଳିତ ମୃତଦେହ ଜବତ, ସ୍ବାମୀ ଫେରାର

ବ୍ରହ୍ମପୁର,୨୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜ୍‌ ଭିତରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି । ତାଙ୍କ ବୟସ ୩୫…

ମହିଳାଙ୍କୁ ପୋଡ଼ି ମାରିଦେଲେ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭାଇ

ଭବାନୀପାଟଣା,୨୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ା ଗ୍ରାମରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବିଧବା ମହିଳାଙ୍କୁ ଘରେ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମୃତ ମହିଳାଙ୍କ ନାମ ପଦ୍ମାବତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?