ମୂର୍ତ୍ତି ଚୋରଙ୍କୁ ଧରିବାରେ ପୋଲିସ ଫେଲ୍‌

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା)ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଯାଜପୁର ଜିଲାରେ ଅତି ପ୍ରାଚୀନ ମୂର୍ତ୍ତିଗୁଡ଼ିକର ଚୋରି ବଢ଼ିବାରେ ଲାଗିଛି। ଜିଲାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମନ୍ଦିରରୁ ବିଭିନ୍ନ ମୂର୍ତ୍ତି ଓ ଅଳଙ୍କାର ଚୋରି ହୋଇଛି। ସେଗୁଡ଼ିକୁ ଉଦ୍ଧାର କରିବାରେ ପୋଲିସ ସେତେଟା ସଫଳ ହୋଇପାରୁନାହିଁ। କେତେକ କ୍ଷେତ୍ରରେ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଖବର ପାଉଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିବାରେ ପୋଲିସ ବଳ ପାଉନି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଠାରେ ଜିଲାର ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁରେ ନିର୍ମିତ ଦୁର୍ଲଭ ଓ ପ୍ରାଚୀନ ମୂର୍ତ୍ତି ଚୋରି ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ୨୦୨୧ ଜାନୁୟାରୀ ୧୧ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମୂର୍ତ୍ତି ଚୋରି କରି ନେଇଯାଇଥିଲେ। ଏନେଇ ବଡଚଣା ଥାନାରେ ଗ୍ରାମବାସୀଙ୍କ ଏତଲା କ୍ରମେ ମାମଲା (ନଂ୧୪/୨୦୨୧) ରୁଜୁ ହୋଇଥିଲା। ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ ଆରମ୍ଭ କରିବା ସହ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସବୁ ଯାଞ୍ଚ କରିଥିଲା। ତଦନୁଯାୟୀ ବିଳମ୍ବିତ ରାତିରେ ସେହି ଅଞ୍ଚଳକୁ ଆସିଥିବା ଏକ ସ୍କର୍ପିଓ ଗାଡ଼ି ଉପରେ ସେତେବେଳେ ସନ୍ଦେହ ହୋଇଥିଲା। ଯାଜପୁରର ତତ୍କାଳୀନ ଏସ୍‌ପି ରାହୁଲ ପି.ଆର୍‌. ମଧ୍ୟ ସେତେବେଳେ ଦୁଇ ଥର ଗ୍ରାମକୁ ଆସି ତଦନ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। କିନ୍ତୁ ଚୋରି ମୂର୍ତ୍ତି କିମ୍ବା ଚୋରଙ୍କ ସନ୍ଧାନ ପାଇବାରେ ପୋଲିସ ବିଫଳ ରହିଥିଲା। ଫଳରେ ମନ୍ଦିରରେ ମା’ଙ୍କ ଆସ୍ଥାନ ବର୍ଷାଧିକ କାଳ ଖାଲି ପଡ଼ିଥିଲା। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ମା’ କୋଟ୍ରାକ୍ଷୀଙ୍କ ଅନ୍ୟ ଏକ ମୂର୍ତ୍ତି ନିର୍ମାଣ କରି ପ୍ରାଣ ପ୍ରତିଷ୍ଠା ପୂର୍ବକ ଖାଲି ପଡ଼ିଥିବା ଆସ୍ଥାନରେ ସ୍ଥାପନ କରିଥିଲେ। ଏହାପରେ ୨୦୨୨ ନଭେମ୍ବରରେ ଏହି ଦୁର୍ଲଭ ମୂର୍ତ୍ତି କାର୍ଗୋ ବିମାନ ଯୋଗେ ଏକ ଏଜେନ୍ସି ମାଧ୍ୟମରେ ବ୍ୟାଙ୍କକ୍‌କୁ ଚୋରି ପାଇଁ ଉଦ୍ୟମ ହେଉଥିବାବେଳେ ଦିଲ୍ଲୀ ବିମାନ ବନ୍ଦରରେ କେନ୍ଦ୍ରୀୟ ସୀମା ଶୁଳ୍କ ଓ କଷ୍ଟମ ବିଭାଗ ଅଧିକାରୀଙ୍କ ଦ୍ୱାରା ଜବତ ହୋଇଥିଲା। ମୂର୍ତ୍ତିଟି ଯେହେତୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଏକ ଚିହ୍ନିତ ପ୍ରାଚୀନ ମୂର୍ତ୍ତି ଥିଲା ତେଣୁ କେନ୍ଦ୍ରୀୟ ସୀମା ଶୁଳ୍କ ଓ କଷ୍ଟମ ବିଭାଗ ତାହାକୁ ଏଏସ୍‌ଆଇକୁ ହସ୍ତାନ୍ତର କରିଦେଇଥିଲା। ଏହା ପଛରେ ଏକ ଅନ୍ତର୍ଜାତୀୟ ମୂର୍ତ୍ତି ଚୋରି ର଼୍ୟାକେଟ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। କେନ୍ଦ୍ରୀୟ ସୀମା ଶୁଳ୍କ ଓ କଷ୍ଟମ ବିଭାଗ ଦ୍ୱାରା ମୂର୍ତ୍ତି ଜବତ ହେବା ସମ୍ପର୍କରେ ଯାଜପୁର ଏସ୍‌ପିଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଥିଲା। ଏହାପରେ ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲ ଜିଲା ପୋଲିସ ମୁଖ୍ୟାଳୟରୁ ଜଣେ ଡିଏସ୍‌ପି ଏବଂ ବଡ଼ଚଣା ଥାନାର ଜଣେ ସବ୍‌ଇନ୍ସପେକ୍ଟରଙ୍କ ସମେତ ଦର୍ପଣଗଡ଼ର କେତେଜଣ ପ୍ରତିନିଧିଙ୍କୁ ମୂର୍ତ୍ତି ଚିହ୍ନଟ ପାଇଁ ଗତ ମାସ ଶେଷ ସପ୍ତାହରେ ନୂଆଦିଲ୍ଲୀ ପଠାଇଥିଲେ। ଏହାପରେ ଆବଶ୍ୟକ ଆଇନଗତ କାଗଜପତ୍ର ପ୍ରସ୍ତୁତ କରାଯାଇ ଚଳିତ ମାସ ୯ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିିତ ପ୍ରାଚୀନ ମୂର୍ତ୍ତିକୁ ଅଣାଯାଇ ମନ୍ଦିରରେ ପୁନଃ ସ୍ଥାପନ କରାଯାଇଛି। କିନ୍ତୁ ମୂର୍ତ୍ତିଟିକୁ କିଏ କିଭଳି ମନ୍ଦିରରୁ ଚୋରି କରି ନେଇ କେଉଁଠାରେ ଏକ ବର୍ଷ ୯ ମାସ ଧରି ରଖିଥିଲେ ତାହା ରହସ୍ୟାବୃତ ହୋଇ ରହିଯାଇଛି। ସେହି ମୂର୍ତ୍ତି ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିବା ଦିଗରେ ଓଡ଼ିଶା ପୋଲିସର ନିଷ୍କ୍ରିୟତାକୁ ନେଇ ଏବେ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ମୂର୍ତ୍ତିକୁ ବିଦେଶ ନେବାକୁ ବିମାନରେ ଯେଉଁ ବ୍ୟକ୍ତି ବୁକ୍‌ କରିଥିଲେ ସେ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପରେ ସମସ୍ତ ତଥ୍ୟ ମିଳିପାରିବ। ତେଣୁ ତାଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?