ମୂର୍ତ୍ତି ଚୋରଙ୍କୁ ଧରିବାରେ ପୋଲିସ ଫେଲ୍‌

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା)ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଯାଜପୁର ଜିଲାରେ ଅତି ପ୍ରାଚୀନ ମୂର୍ତ୍ତିଗୁଡ଼ିକର ଚୋରି ବଢ଼ିବାରେ ଲାଗିଛି। ଜିଲାରେ ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମନ୍ଦିରରୁ ବିଭିନ୍ନ ମୂର୍ତ୍ତି ଓ ଅଳଙ୍କାର ଚୋରି ହୋଇଛି। ସେଗୁଡ଼ିକୁ ଉଦ୍ଧାର କରିବାରେ ପୋଲିସ ସେତେଟା ସଫଳ ହୋଇପାରୁନାହିଁ। କେତେକ କ୍ଷେତ୍ରରେ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଖବର ପାଉଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିବାରେ ପୋଲିସ ବଳ ପାଉନି ବୋଲି ସାଧାରଣରେ ଆଲୋଚନା ହେଉଛି। ଏଠାରେ ଜିଲାର ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁରେ ନିର୍ମିତ ଦୁର୍ଲଭ ଓ ପ୍ରାଚୀନ ମୂର୍ତ୍ତି ଚୋରି ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ। ୨୦୨୧ ଜାନୁୟାରୀ ୧୧ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମୂର୍ତ୍ତି ଚୋରି କରି ନେଇଯାଇଥିଲେ। ଏନେଇ ବଡଚଣା ଥାନାରେ ଗ୍ରାମବାସୀଙ୍କ ଏତଲା କ୍ରମେ ମାମଲା (ନଂ୧୪/୨୦୨୧) ରୁଜୁ ହୋଇଥିଲା। ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ ଆରମ୍ଭ କରିବା ସହ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସବୁ ଯାଞ୍ଚ କରିଥିଲା। ତଦନୁଯାୟୀ ବିଳମ୍ବିତ ରାତିରେ ସେହି ଅଞ୍ଚଳକୁ ଆସିଥିବା ଏକ ସ୍କର୍ପିଓ ଗାଡ଼ି ଉପରେ ସେତେବେଳେ ସନ୍ଦେହ ହୋଇଥିଲା। ଯାଜପୁରର ତତ୍କାଳୀନ ଏସ୍‌ପି ରାହୁଲ ପି.ଆର୍‌. ମଧ୍ୟ ସେତେବେଳେ ଦୁଇ ଥର ଗ୍ରାମକୁ ଆସି ତଦନ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। କିନ୍ତୁ ଚୋରି ମୂର୍ତ୍ତି କିମ୍ବା ଚୋରଙ୍କ ସନ୍ଧାନ ପାଇବାରେ ପୋଲିସ ବିଫଳ ରହିଥିଲା। ଫଳରେ ମନ୍ଦିରରେ ମା’ଙ୍କ ଆସ୍ଥାନ ବର୍ଷାଧିକ କାଳ ଖାଲି ପଡ଼ିଥିଲା। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ମା’ କୋଟ୍ରାକ୍ଷୀଙ୍କ ଅନ୍ୟ ଏକ ମୂର୍ତ୍ତି ନିର୍ମାଣ କରି ପ୍ରାଣ ପ୍ରତିଷ୍ଠା ପୂର୍ବକ ଖାଲି ପଡ଼ିଥିବା ଆସ୍ଥାନରେ ସ୍ଥାପନ କରିଥିଲେ। ଏହାପରେ ୨୦୨୨ ନଭେମ୍ବରରେ ଏହି ଦୁର୍ଲଭ ମୂର୍ତ୍ତି କାର୍ଗୋ ବିମାନ ଯୋଗେ ଏକ ଏଜେନ୍ସି ମାଧ୍ୟମରେ ବ୍ୟାଙ୍କକ୍‌କୁ ଚୋରି ପାଇଁ ଉଦ୍ୟମ ହେଉଥିବାବେଳେ ଦିଲ୍ଲୀ ବିମାନ ବନ୍ଦରରେ କେନ୍ଦ୍ରୀୟ ସୀମା ଶୁଳ୍କ ଓ କଷ୍ଟମ ବିଭାଗ ଅଧିକାରୀଙ୍କ ଦ୍ୱାରା ଜବତ ହୋଇଥିଲା। ମୂର୍ତ୍ତିଟି ଯେହେତୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଏକ ଚିହ୍ନିତ ପ୍ରାଚୀନ ମୂର୍ତ୍ତି ଥିଲା ତେଣୁ କେନ୍ଦ୍ରୀୟ ସୀମା ଶୁଳ୍କ ଓ କଷ୍ଟମ ବିଭାଗ ତାହାକୁ ଏଏସ୍‌ଆଇକୁ ହସ୍ତାନ୍ତର କରିଦେଇଥିଲା। ଏହା ପଛରେ ଏକ ଅନ୍ତର୍ଜାତୀୟ ମୂର୍ତ୍ତି ଚୋରି ର଼୍ୟାକେଟ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। କେନ୍ଦ୍ରୀୟ ସୀମା ଶୁଳ୍କ ଓ କଷ୍ଟମ ବିଭାଗ ଦ୍ୱାରା ମୂର୍ତ୍ତି ଜବତ ହେବା ସମ୍ପର୍କରେ ଯାଜପୁର ଏସ୍‌ପିଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଥିଲା। ଏହାପରେ ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲ ଜିଲା ପୋଲିସ ମୁଖ୍ୟାଳୟରୁ ଜଣେ ଡିଏସ୍‌ପି ଏବଂ ବଡ଼ଚଣା ଥାନାର ଜଣେ ସବ୍‌ଇନ୍ସପେକ୍ଟରଙ୍କ ସମେତ ଦର୍ପଣଗଡ଼ର କେତେଜଣ ପ୍ରତିନିଧିଙ୍କୁ ମୂର୍ତ୍ତି ଚିହ୍ନଟ ପାଇଁ ଗତ ମାସ ଶେଷ ସପ୍ତାହରେ ନୂଆଦିଲ୍ଲୀ ପଠାଇଥିଲେ। ଏହାପରେ ଆବଶ୍ୟକ ଆଇନଗତ କାଗଜପତ୍ର ପ୍ରସ୍ତୁତ କରାଯାଇ ଚଳିତ ମାସ ୯ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିିତ ପ୍ରାଚୀନ ମୂର୍ତ୍ତିକୁ ଅଣାଯାଇ ମନ୍ଦିରରେ ପୁନଃ ସ୍ଥାପନ କରାଯାଇଛି। କିନ୍ତୁ ମୂର୍ତ୍ତିଟିକୁ କିଏ କିଭଳି ମନ୍ଦିରରୁ ଚୋରି କରି ନେଇ କେଉଁଠାରେ ଏକ ବର୍ଷ ୯ ମାସ ଧରି ରଖିଥିଲେ ତାହା ରହସ୍ୟାବୃତ ହୋଇ ରହିଯାଇଛି। ସେହି ମୂର୍ତ୍ତି ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିବା ଦିଗରେ ଓଡ଼ିଶା ପୋଲିସର ନିଷ୍କ୍ରିୟତାକୁ ନେଇ ଏବେ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ମୂର୍ତ୍ତିକୁ ବିଦେଶ ନେବାକୁ ବିମାନରେ ଯେଉଁ ବ୍ୟକ୍ତି ବୁକ୍‌ କରିଥିଲେ ସେ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପରେ ସମସ୍ତ ତଥ୍ୟ ମିଳିପାରିବ। ତେଣୁ ତାଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri