ଅନିଶ୍ଚିତତାରେ ସୁବର୍ଣ୍ଣପୁର ନୂଆ ବସ୍‌ଷ୍ଟାଣ୍ଡ

ସୋନପୁର,୨୬।୧୧(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁରବାସୀଙ୍କ ବହୁ ପ୍ରତୀକ୍ଷିତ ନୂତନ ବସଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ଗତ ଅଗଷ୍ଟ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୁବର୍ଣ୍ଣପୁରରେ ଏ ଟାଇପ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫.୬୫ କୋଟି ଟଙ୍କା ବ୍ୟୟରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ଏହି କାମ କରିବ ବୋଲି ନିଷ୍ପତ୍ତି ହୋଇଥିଲ। ୩.୩୪ ଏକର ପରିମିତ ସ୍ଥାନରେ ବିଭିନ୍ନ ସୁବିଧା ଉପଲବ୍ଧ ଥିବା ବସଷ୍ଟାଣ୍ଡ ନିର୍ମାଣ ହେବ। ନୂତନ ବସ୍‌ଷ୍ଟାଣ୍ଡ ବର୍ତ୍ତମାନର ପୁରୁଣା ବସ୍‌ଷ୍ଟାଣ୍ଡ, ମ୍ୟୁନିସିପାଲିଟିର ଦୋକାନ ଘର(ଷ୍ଟଲ), ଟାଉନ ହଲ ଓ ଶୌଚାଳୟକୁ ଉଚ୍ଛେଦ କରି ସେହି ସ୍ଥାନରେ କରାଯିବାର ଯୋଜନା ରହିଛି। କିଛି ମାସ ପୂର୍ବରୁ ପୌର ପରିଷଦ ପକ୍ଷରୁ ଉକ୍ତ ଜମିକୁ ଓଏସ୍‌ଆର୍‌ଟିସି ନାମରେ ଆବଣ୍ଟିତ କରାଯାଇଛି। ତେବେ ଜମିରୁ ଷ୍ଟଲ, ଶୌଚାଳୟ ଓ ପୁରୁଣା ଟାଉନ ହଲ ଉଚ୍ଛେଦ ହୋଇ ନ ଥିବାରୁ ଓଏସ୍‌ଆର୍‌ଟିସି ନୂତନ ବସ୍‌ଷ୍ଟାଣ୍ଡ ପାଇଁ ଟେଣ୍ଡର ଆହ୍ବାନ କରି ପାରୁନି। ଅନ୍ୟପକ୍ଷେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ଗତ ଅକ୍ଟୋବର ୩ରେ ଓ ସୋନପୁର ତହସିଲଦାର ସେପ୍ଟେମ୍ବର ୨୬ରେ, ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଉକ୍ତ ସ୍ଥାନ ଖାଲି କରିବା ପାଇଁ କହିଛନ୍ତି। ତଦନୁଯାୟୀ ଗତ ୩ ତାରିଖରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୩୧ଟି ଷ୍ଟଲ ଉଚ୍ଛେଦ ହେବାକୁ ଥିବା ବେଳେ ଭଡା ନେଇଥିବା ୫୨ ଜଣ ଦୋକାନୀ ଏହି ବୈଠକରେ ଉପସ୍ଥିତ ଥିଲେ। ଆଲୋଚନା ସମୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ଭଡା ନେଇଥିବା ଦୋକାନୀମାନଙ୍କୁ ବସଷ୍ଟାଣ୍ଡ ଅଞ୍ଚଳରେ ଥଇଥାନ ପୂର୍ବକ ଗୋଟିଏ ଲେଖାଏ ଷ୍ଟଲ ପ୍ରଦାନ କରିବାକୁ ଦାବି ହୋଇଥିଲା। ଏ ନେଇ ୬ଟି ପ୍ରସ୍ତାବ ଆଗତ ହୋଇଥିଲା। ହୋ ହଲ୍ଲା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ଫଳରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଏବେ ଆଶା ଆଶଙ୍କା ମଧ୍ୟରେ ରହିଛି।

୧୯୯୩ ମସିହାରୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ସିକ୍ୟୁରିଟି ଜମା ଦେଇଛୁ। ଷ୍ଟଲକୁ ଭଡାରେ ନେଇ ଟେଲରିଂ ଦୋକାନ କରିଛି। ଏଥିରୁ ଆମ ପରିବାର ପ୍ରତିପୋଷଣ ହେଉଛି। ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆମ ଷ୍ଟଲଗୁଡିକୁ ଉଚ୍ଛେଦ କରାଯିବ ବୋଲି ଶୁଣୁଛୁ। ବସଷ୍ଟାଣ୍ଡ ନିର୍ମାଣକୁ ଆମେ ସ୍ବାଗତ କରୁଛୁ। ତେବେ ଆମକୁ ଆଗ ଥଇଥାନ କରି ଷ୍ଟଲଗୁଡିକୁ ଭଙ୍ଗାଯାଉ।
ବାସୁଦେବ ବଡ଼ପଣ୍ଡା, ଦୋକାନୀ

କିଓସ୍କ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଆସିଥିବା ଅନୁଦାନରୁ ମ୍ୟୁନିସିପାଲିଟି ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ୨୮ଟି ଦୋକାନ ଘର ନିର୍ମାଣ ହୋଇଥିଲା। ନିୟମ ଅନୁଯାୟୀ ଆବେଦନ ପରେ ଗୋଟିଏ ଷ୍ଟଲ ମିଳିଛି। ଗତ ୨୫ ବର୍ଷ ଧରି ଲଣ୍ଡ୍ରି ଦୋକାନ କରି ଜୀବିକା ନିର୍ବାହ କରୁଛି। ଷ୍ଟଲଗୁଡିକୁ ଭାଙ୍ଗିବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ବୈଠକ ଆହ୍ବାନ କରାଯାଇଥିଲା। ବସଷ୍ଟାଣ୍ଡ ଅଞ୍ଚଳରେ ଆମକୁ ଗୋଟିଏ ଲେଖାଏଁ ଦୋକାନ ଘର ଦେଇ ଷ୍ଟଲ ଭାଙ୍ଗିବାକୁ ଆମେ ପ୍ରସ୍ତାବ ଦେଇଛୁ।
ରଞ୍ଜିତ ସେଠୀ, ଦୋକାନୀ

ନୂତନ ବସଷ୍ଟାଣ୍ଡ ନିର୍ମାଣ ପ୍ରସ୍ତାବକୁ ସହରବାସୀ ସ୍ବାଗତ କରୁଛନ୍ତି। କିନ୍ତୁ ପ୍ରକୃତରେ ଏହା ନିର୍ମାଣ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ମୋଟ ୧୩୧ଟି ଦୋକାନ ଘର ଭାଙ୍ଗିବା ପାଇଁ ଜିଲା ପ୍ରଶାସନର ଯୋଜନା ରହିଛି। କିନ୍ତୁ ଦୀର୍ଘ ବର୍ଷ ଧରି ଭଡା ଦେଇ ଦୋକାନ କରି ଆସୁଥିବା ଲୋକଙ୍କ କଥା ବିଚାରକୁ ନିଆଯାଇନି। ଷ୍ଟଲ ଭାଙ୍ଗିଲା ପରେ ଦୋକାନୀମାନେ କେଉଁଠି ଥଇଥାନ ହେବେ ପ୍ରଶାସନ ନିରୁତ୍ତର।
ରାମଚନ୍ଦ୍ର ନାଏକ, ଦୋକାନୀ

ପୁରୁଣା ବସଷ୍ଟାଣ୍ଡର ଜମି ଓଏସଆରଟିସି ନାମରେ ରହିଛି। ନଳିନୀ ଛକ, ବିଜୁ ପଟ୍ଟନାୟକ ଛକରୁ ଗାନ୍ଧୀ ପଡିଆ ପାଚେରି ପର୍ଯ୍ୟନ୍ତ ଅଞ୍ଚଳରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ଏହି ସ୍ଥାନରେ ୧୩୧ଟି ଦୋକାନ ଘର, ପୁରୁଣା ଟାଉନ ହଲ, ଭୀମଭୋଇ କଳା ମଣ୍ଡପ ଓ ଶୌଚାଳୟ ଅଛି। ସେଗୁଡିକୁ ଉଚ୍ଛେଦ ପରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇପାରିବ। ଉଚ୍ଛେଦ ହେବାକୁ ଥିବା ଦୋକାନୀଙ୍କୁ ନେଇ ବୈଠକ ହୋଇଥିଲା । ଆଗ ଥଇଥାନ, ପରେ ଉଚ୍ଛେଦ ପାଇଁ ଦୋକାନୀମାନେ ଅଡି ବସିଥିଲେ। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି।
ଇଂ ମନୋରଞ୍ଜନ ପଣ୍ଡା, ପୌର ପରିଷଦ ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri