ଅନିଶ୍ଚିତତାରେ ସୁବର୍ଣ୍ଣପୁର ନୂଆ ବସ୍‌ଷ୍ଟାଣ୍ଡ

ସୋନପୁର,୨୬।୧୧(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁରବାସୀଙ୍କ ବହୁ ପ୍ରତୀକ୍ଷିତ ନୂତନ ବସଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ଗତ ଅଗଷ୍ଟ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୁବର୍ଣ୍ଣପୁରରେ ଏ ଟାଇପ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫.୬୫ କୋଟି ଟଙ୍କା ବ୍ୟୟରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ଏହି କାମ କରିବ ବୋଲି ନିଷ୍ପତ୍ତି ହୋଇଥିଲ। ୩.୩୪ ଏକର ପରିମିତ ସ୍ଥାନରେ ବିଭିନ୍ନ ସୁବିଧା ଉପଲବ୍ଧ ଥିବା ବସଷ୍ଟାଣ୍ଡ ନିର୍ମାଣ ହେବ। ନୂତନ ବସ୍‌ଷ୍ଟାଣ୍ଡ ବର୍ତ୍ତମାନର ପୁରୁଣା ବସ୍‌ଷ୍ଟାଣ୍ଡ, ମ୍ୟୁନିସିପାଲିଟିର ଦୋକାନ ଘର(ଷ୍ଟଲ), ଟାଉନ ହଲ ଓ ଶୌଚାଳୟକୁ ଉଚ୍ଛେଦ କରି ସେହି ସ୍ଥାନରେ କରାଯିବାର ଯୋଜନା ରହିଛି। କିଛି ମାସ ପୂର୍ବରୁ ପୌର ପରିଷଦ ପକ୍ଷରୁ ଉକ୍ତ ଜମିକୁ ଓଏସ୍‌ଆର୍‌ଟିସି ନାମରେ ଆବଣ୍ଟିତ କରାଯାଇଛି। ତେବେ ଜମିରୁ ଷ୍ଟଲ, ଶୌଚାଳୟ ଓ ପୁରୁଣା ଟାଉନ ହଲ ଉଚ୍ଛେଦ ହୋଇ ନ ଥିବାରୁ ଓଏସ୍‌ଆର୍‌ଟିସି ନୂତନ ବସ୍‌ଷ୍ଟାଣ୍ଡ ପାଇଁ ଟେଣ୍ଡର ଆହ୍ବାନ କରି ପାରୁନି। ଅନ୍ୟପକ୍ଷେ ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ଗତ ଅକ୍ଟୋବର ୩ରେ ଓ ସୋନପୁର ତହସିଲଦାର ସେପ୍ଟେମ୍ବର ୨୬ରେ, ପୌରପରିଷଦର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଉକ୍ତ ସ୍ଥାନ ଖାଲି କରିବା ପାଇଁ କହିଛନ୍ତି। ତଦନୁଯାୟୀ ଗତ ୩ ତାରିଖରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବସଷ୍ଟାଣ୍ଡ ନିର୍ମାଣ ପାଇଁ ୧୩୧ଟି ଷ୍ଟଲ ଉଚ୍ଛେଦ ହେବାକୁ ଥିବା ବେଳେ ଭଡା ନେଇଥିବା ୫୨ ଜଣ ଦୋକାନୀ ଏହି ବୈଠକରେ ଉପସ୍ଥିତ ଥିଲେ। ଆଲୋଚନା ସମୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ଭଡା ନେଇଥିବା ଦୋକାନୀମାନଙ୍କୁ ବସଷ୍ଟାଣ୍ଡ ଅଞ୍ଚଳରେ ଥଇଥାନ ପୂର୍ବକ ଗୋଟିଏ ଲେଖାଏ ଷ୍ଟଲ ପ୍ରଦାନ କରିବାକୁ ଦାବି ହୋଇଥିଲା। ଏ ନେଇ ୬ଟି ପ୍ରସ୍ତାବ ଆଗତ ହୋଇଥିଲା। ହୋ ହଲ୍ଲା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ଫଳରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଏବେ ଆଶା ଆଶଙ୍କା ମଧ୍ୟରେ ରହିଛି।

୧୯୯୩ ମସିହାରୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ସିକ୍ୟୁରିଟି ଜମା ଦେଇଛୁ। ଷ୍ଟଲକୁ ଭଡାରେ ନେଇ ଟେଲରିଂ ଦୋକାନ କରିଛି। ଏଥିରୁ ଆମ ପରିବାର ପ୍ରତିପୋଷଣ ହେଉଛି। ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆମ ଷ୍ଟଲଗୁଡିକୁ ଉଚ୍ଛେଦ କରାଯିବ ବୋଲି ଶୁଣୁଛୁ। ବସଷ୍ଟାଣ୍ଡ ନିର୍ମାଣକୁ ଆମେ ସ୍ବାଗତ କରୁଛୁ। ତେବେ ଆମକୁ ଆଗ ଥଇଥାନ କରି ଷ୍ଟଲଗୁଡିକୁ ଭଙ୍ଗାଯାଉ।
ବାସୁଦେବ ବଡ଼ପଣ୍ଡା, ଦୋକାନୀ

କିଓସ୍କ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଆସିଥିବା ଅନୁଦାନରୁ ମ୍ୟୁନିସିପାଲିଟି ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ୨୮ଟି ଦୋକାନ ଘର ନିର୍ମାଣ ହୋଇଥିଲା। ନିୟମ ଅନୁଯାୟୀ ଆବେଦନ ପରେ ଗୋଟିଏ ଷ୍ଟଲ ମିଳିଛି। ଗତ ୨୫ ବର୍ଷ ଧରି ଲଣ୍ଡ୍ରି ଦୋକାନ କରି ଜୀବିକା ନିର୍ବାହ କରୁଛି। ଷ୍ଟଲଗୁଡିକୁ ଭାଙ୍ଗିବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ବୈଠକ ଆହ୍ବାନ କରାଯାଇଥିଲା। ବସଷ୍ଟାଣ୍ଡ ଅଞ୍ଚଳରେ ଆମକୁ ଗୋଟିଏ ଲେଖାଏଁ ଦୋକାନ ଘର ଦେଇ ଷ୍ଟଲ ଭାଙ୍ଗିବାକୁ ଆମେ ପ୍ରସ୍ତାବ ଦେଇଛୁ।
ରଞ୍ଜିତ ସେଠୀ, ଦୋକାନୀ

ନୂତନ ବସଷ୍ଟାଣ୍ଡ ନିର୍ମାଣ ପ୍ରସ୍ତାବକୁ ସହରବାସୀ ସ୍ବାଗତ କରୁଛନ୍ତି। କିନ୍ତୁ ପ୍ରକୃତରେ ଏହା ନିର୍ମାଣ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। ମୋଟ ୧୩୧ଟି ଦୋକାନ ଘର ଭାଙ୍ଗିବା ପାଇଁ ଜିଲା ପ୍ରଶାସନର ଯୋଜନା ରହିଛି। କିନ୍ତୁ ଦୀର୍ଘ ବର୍ଷ ଧରି ଭଡା ଦେଇ ଦୋକାନ କରି ଆସୁଥିବା ଲୋକଙ୍କ କଥା ବିଚାରକୁ ନିଆଯାଇନି। ଷ୍ଟଲ ଭାଙ୍ଗିଲା ପରେ ଦୋକାନୀମାନେ କେଉଁଠି ଥଇଥାନ ହେବେ ପ୍ରଶାସନ ନିରୁତ୍ତର।
ରାମଚନ୍ଦ୍ର ନାଏକ, ଦୋକାନୀ

ପୁରୁଣା ବସଷ୍ଟାଣ୍ଡର ଜମି ଓଏସଆରଟିସି ନାମରେ ରହିଛି। ନଳିନୀ ଛକ, ବିଜୁ ପଟ୍ଟନାୟକ ଛକରୁ ଗାନ୍ଧୀ ପଡିଆ ପାଚେରି ପର୍ଯ୍ୟନ୍ତ ଅଞ୍ଚଳରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ଏହି ସ୍ଥାନରେ ୧୩୧ଟି ଦୋକାନ ଘର, ପୁରୁଣା ଟାଉନ ହଲ, ଭୀମଭୋଇ କଳା ମଣ୍ଡପ ଓ ଶୌଚାଳୟ ଅଛି। ସେଗୁଡିକୁ ଉଚ୍ଛେଦ ପରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇପାରିବ। ଉଚ୍ଛେଦ ହେବାକୁ ଥିବା ଦୋକାନୀଙ୍କୁ ନେଇ ବୈଠକ ହୋଇଥିଲା । ଆଗ ଥଇଥାନ, ପରେ ଉଚ୍ଛେଦ ପାଇଁ ଦୋକାନୀମାନେ ଅଡି ବସିଥିଲେ। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି।
ଇଂ ମନୋରଞ୍ଜନ ପଣ୍ଡା, ପୌର ପରିଷଦ ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

ପ୍ରଚାରରେ ପିଲାଙ୍କୁ ଲଗାଇବା ମନା

ଭୁବନେଶ୍ୱର,୨୯ା୪ (ପି.ଟି.):ନିର୍ବାଚନୀ ସଭା ଓ ରାଲିରେ ପିଲାମାନଙ୍କୁ ନିୟୋଜିତ ନ କରିବା ପାଇଁ ନିର୍ବାଚନ କମିଶନ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଦଳର...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଏହିସବୁ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ଭୁବନେଶ୍ୱର,୨୯ା୪(ସୁନୀତ୍‌ ମିଶ୍ର):ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା’ର ପ୍ରାର୍ଥୀ ତାଲିକା ଘୋଷଣା...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri