Posted inTrending, ଖେଳ

ଆଉ ମାତ୍ର ୨୨ ରନ୍‌…ଇତିହାସ ରଚିବେ ବିରାଟ କୋହଲି: ବିଶ୍ୱର ପ୍ରଥମ ବ୍ୟାଟର୍‌ ହାସଲ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ତ୍ତମାନ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜ୍‌ରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି। ସିରିଜ୍‌ର ତୃତୀୟ ମ୍ୟାଚ ମଙ୍ଗଳବାର, ନଭେମ୍ବର ୧୦ ତାରିଖରେ ହାମିଲଟନରେ ଖେଳାଯିବ। ଏହି ମ୍ୟାଚ ଜିତି ଭାରତ ସିରିଜ ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିବ। ଏହି ମ୍ୟାଚ୍‌ରେ ପୁଣିଥରେ ସମସ୍ତଙ୍କ ନଜର ରହିବ ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କ ଉପରେ। ଅକଲାଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସେ ୭୪ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। କିନ୍ତୁ ୱେଲିଂଟନରେ ଦ୍ୱିତୀୟ ମ୍ୟାଚ୍‌ରେ ମାତ୍ର ୭ ରନ କରି ଆଉଟ ହୋଇଥିଲେ। ଏବେ ତୃତୀୟ ମ୍ୟାଚ୍‌ରେ ବଡ଼ ଇନିଂସ ଖେଳିବାକୁ କୋହଲି ନିଶ୍ଚିତ ଭାବେ ଚେଷ୍ଟା କରିବେ।

ତୃତୀୟ ଦିନିକିଆରେ ବିରାଟ କୋହଲିଙ୍କ ନାମରେ ଏକ ବଡ଼ ରେକର୍ଡ ଯୋଡ଼ି ହୋଇପାରେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ୨୨ ରନ କଲେ ସେ ଦିନିକିଆ କ୍ରିକେଟ୍‌ରେ ଏହି ଦଳ ବିପକ୍ଷରେ ୨୦୦୦ ରନ ପୂରଣ କରିବାରେ ବିଶ୍ୱର ପ୍ରଥମ ବ୍ୟାଟର୍‌ ହେବେ। କୋହଲି ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୮ଟି ମ୍ୟାଚ ଖେଳି ୫୬ ହାରରେ ୧୯୭୮ ରନ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ରହିଛି।

ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଦିନିକିଆ ରନ କରିଥିବା ଶ୍ରେଷ୍ଠ ୫ ବ୍ୟାଟର୍‌

୧. ବିରାଟ କୋହଲି (ଭାରତ) ୧୯୭୮ ରନ
୨. ରିକି ପଣ୍ଟିଂ (ଅଷ୍ଟ୍ରେଲିଆ) ୧୯୭୧ ରନ
୩. ସଚିନ ତେନ୍ଦୁଲକର (ଭାରତ) ୧୭୫୦ ରନ
୪. କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ୧୫୬୮ ରନ
୫. ସନଥ ଜୟସୂରିୟା (ଶ୍ରୀଲଙ୍କା) ୧୫୧୯ ରନ

ଦ୍ୱିତୀୟ ଦିନିକିଆରେ ବିରାଟ କୋହଲି ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ସର୍ବାଧିକ ରନ କରିବାରେ ସେ ରିକି ପଣ୍ଟିଂଙ୍କୁ ପଛରେ ପକାଇଥିଲେ। ଅକଲାଣ୍ଡ ଓ ୱେଲିଂଟନ୍ର ପିଚ୍ରେ ଦ୍ରୁତ ବୋଲରଙ୍କୁ ବେଶ ସହାୟତା ମିଳୁଥିଲା। ଏଭଳି ପରିସ୍ଥିତିରେ ବଡ଼ ବଡ଼ ବ୍ୟାଟର୍‌ ମଧ୍ୟ ଅସହଜ ଅନୁଭବ କରିଥିଲେ। ପ୍ରଥମ ମ୍ୟାଚ୍‌ରେ କୋହଲି ପରିସ୍ଥିତି ଅନୁସାରେ ନିଜ ବ୍ୟାଟିଂକୁ ଖାପଖୁଆଇ ୭୪ ରନ କରିଥିଲେ। ହେଲେ ତିନି ଦିନ ପରେ ଦ୍ୱିତୀୟ ମ୍ୟାଚ୍‌ରେ ପରିସ୍ଥିତି ଅଧିକ କଷ୍ଟକର ଥିଲା। ଏବେ ହାମିଲଟନରେ ତୃତୀୟ ଦିନିକିଆରେ ବଡ଼ ଇନିଂସ ଖେଳିବା ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୦୦ ରନ୍‌ର ଐତିହାସିକ ମାଇଲଖୁଣ୍ଟ ଛୁଇଁବା ଲକ୍ଷ୍ୟରେ ରହିବେ ବିରାଟ କୋହଲି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଟିମ୍‌ରେ ଖେଳାଳି ଚୟନକୁ ନେଇ ବିବାଦ, ବାବର ଆଜମ କଲେ ବଡ଼ ଖୁଲାସା

ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ଖେଳାଳି ଚୟନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଥିବା…

ଡିସେମ୍ବରରେ ବାଂଲାଦେଶରେ ବଡ଼ ଝଡ଼ ସୃଷ୍ଟି ହେବାକୁ ଯାଉଛି; ପାସପୋର୍ଟ ପାଇଁ ଆବେଦନ କରିଛନ୍ତି ଶେଖ ହସିନା

ନୂଆଦିଲ୍ଲୀ/ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବରରେ ନିଜ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହିଂସାତ୍ମକ ବିକ୍ଷୋଭ ପରେ ତାଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା…

କିଏ ସେହି ଚାଇନିଜ ମହିଳା ଆଲିସ ହୁଆଙ୍ଗ? ଯିଏ ଏନଭିଡିଆ (Nvidia) ସିଇଓ ଜେନସେନଙ୍କୁ ‘ହନି ଟ୍ରାପ’ରେ ଫସାଇଲେ

ଓ୍ବାଶିଂଟନ,୯।୧୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ‘ଏନଭିଡିଆ’ (Nvidia) ର ସିଇଓ ଜେନସେନ ହୁଆଙ୍ଗ, ଜଣେ ଚାଇନିଜ…

ଦୀପାବଳିରେ ଏଭଳି ବୟାନ ଦେଇ ବିବାଦରେ ଖାର୍ଗେ, ଘେରିଲା ଭାଜପା

ନୂଆଦିଲ୍ଲୀ,୯।୧୧: ସାରା ଦେଶରେ ରବିବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ…

‘ଏହି ଜୀବନରେ ଆମକୁ କେହି ଅଲଗା କରିପାରିବେ ନାହିଁ’, ଏମିତି କହି ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଲେ ସୁନିତା

ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନ ସମ୍ପ୍ରତି ଆଲୋଚନାର ଏକ ମୁଖ୍ୟ ବିଷୟ ପାଲଟିଛି। କିଛି…

ସମ୍ବଲପୁରରେ ନିୟମକୁ ଫୁ’: ବାୟୁ ପ୍ରଦୂଷଣ ସଙ୍ଗୀନ, ନୀରବ ପ୍ରଶାସନ

ସମ୍ବଲପୁର,୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରଶାସନର କଟକଣା ସମ୍ପୂର୍ଣ୍ଣ ରୂପେ ଭୁଲୁଣ୍ଠିତ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ଅନୁଯାୟୀ…

ଛୋଲେ-କୁଲଚା ବିକାଳିଙ୍କ ପୁଅ ସାଜିଲେ ଭାରତର ନୂଆ ହିରୋ: ପାକିସ୍ତାନ ବିପକ୍ଷରେ କଲେ କମାଲ୍‌

ନୂଆଦିଲ୍ଲୀ,୧୯।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ପାକିସ୍ତାନ ବିପକ୍ଷରେ ପରାଜୟ ସତ୍ତ୍ୱେ ଭାରତୀୟ ଯୁବ ବ୍ୟାଟର୍‌ ଅର୍ଜୁନ ରାଜପୁତଙ୍କ ଲଢ଼ୁଆ ଇନିଂସ ସମସ୍ତଙ୍କ ହୃଦୟ ଜିତିଛି। ଦଳ…

୨୦୨୭ ବିଶ୍ୱକପ ଜିତିବା ପାଇଁ ରୋହିତ ଶର୍ମାଙ୍କ ବଡ଼ ପ୍ଲାନ୍‌: ଶୁବମନ ଗିଲ୍‌ଙ୍କୁ ବିବାହ…

ନୂଆଦିଲ୍ଲୀ,୯।୧୧: ୨୦୨୭ ବିଶ୍ୱକପ ଜିତିବା ପାଇଁ ଯାହା କରିବାକୁ ପଡ଼ିବ, ସେ ସବୁ କରିବାକୁ ପ୍ରସ୍ତୁତ ରୋହିତ ଶର୍ମା। ଏପରିକି ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?